Posted inଜାତୀୟ

ଓଡ଼ିଆରେ ଉପଲବ୍ଧ ହେବ ପାଣିପାଗ ସୂଚନା

ନୂଆଦିଲ୍ଲୀ,୧୬ା୧:ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପ୍ରତିଷ୍ଠାର ୧୫୦ତମ ବର୍ଷ ଅବସରରେ କୃଷକମାନଙ୍କ ପାଇଁ ପାଣିପାଗ ପୂର୍ବାନୁମାନ ପୋର୍ଟାଲ ‘ପଞ୍ଚାୟତ ମୌସମ ସେବା’ର ଶୁଭାରମ୍ଭ କରାଯାଇଛି। ଏହା ଚାଷୀଙ୍କୁ ଠିକ୍‌ ସମୟରେ ପାଣିପାଗ ଏବଂ କୃଷି କାର୍ଯ୍ୟ ସମ୍ପର୍କିତ ଯୋଜନା ସମ୍ପର୍କରେ ସତର୍କ କରାଇବ। ଉକ୍ତ ପୋର୍ଟାଲରେ ଇଂଲିଶ, ହିନ୍ଦୀ ଏବଂ ଓଡ଼ିଆ ସମେତ ୧୨ଟି ଆଞ୍ଚଳିକ ଭାଷାରେ କୃଷି ସୂଚନା ଉପଲବ୍ଧ ହେବ। ପ୍ରତି ପଞ୍ଚାୟତର ମୁଖ୍ୟ ଏବଂ ପଞ୍ଚାୟତ ସମ୍ପାଦକଙ୍କୁ ଏହି ପୋର୍ଟାଲ ଜରିଆରେ ପାଣିପାଗ ସୂଚନା ଯୋଗାଇଦିଆଯିବା ସହ ସବୁ ଗ୍ରାମରେ ପହଞ୍ଚାଇବାକୁ କୁହାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଇଏମ୍‌ଡି, ଭୂବିଜ୍ଞାନ ମନ୍ତ୍ରଣାଳୟ, ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଗ୍ରୀନ୍‌ ଆଲର୍ଟ ମୌସମ ସେବା ମିଳିତ ଭାବରେ ପଞ୍ଚାୟତ ମୌସମ ସେବା ପୋର୍ଟାଲକୁ ବିକଶିତ କରିଛନ୍ତି। ପାଣିପାଗ ସୂଚନା, ସତର୍କତା ଆଦି ସମ୍ପର୍କରେ ଚାଷୀଙ୍କୁ ଜଣାଇଦିଆଯିବା ସହ ବିହନ ବୁଣା, ତଳି ରୁଆଁ, ଜଳସେଚନ, ସାର ଓ କୀଟନାଶକ ପ୍ରୟୋଗ ସମ୍ପର୍କରେ ସୂଚନା ଦିଆଯିବ। ଫଳରେ ସେମାନଙ୍କର କୃଷି ବ୍ୟୟ ହ୍ରାସ ପାଇବା ସହ ଉତ୍ପାଦନ ଏବଂ ଆୟ ବୃଦ୍ଧି ପାଇବ। ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କର ଉକ୍ତ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଭୂବିଜ୍ଞାନ ମନ୍ତ୍ରୀ କିରେନ ରିଜିଜୁ, ଭୂବିଜ୍ଞାନ ସଚିବ ଏମ୍‌. ରବିଚନ୍ଦ୍ରନ, ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ମନ୍ତ୍ରଣାଳୟର ପୂର୍ବତନ ସଚିବ ଏବଂ ଆଇଏମ୍‌ଡିର ପୂର୍ବତନ ଡିଜି ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମଲଲାଙ୍କ ଦର୍ଶନକୁ କରାଯାଉଥିଲା ବିରୋଧ, କଂଗ୍ରେସ ଛାଡିବାକୁ ଲେଖିଲେ ରାଧିକା

ନୂଆଦିଲ୍ଲୀ,୫।୫: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଗୋଟିଏ ପରେ ଗୋଟିଏ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ଚାଲିଥିବା ନିର୍ବାଚନ ମଧ୍ୟରେ କଂଗ୍ରେସ ଆଉ...

ନୀତୀଶଙ୍କ ବଡ ଚେତାବନୀ, ବିହାରରେ ବଢିଲା ରାଜନୈତିକ ଉଷ୍ମତା

ପାଟନା,୫।୫: ବିହାରରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମୟରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ନିରନ୍ତର ବୟାନ ବାଜି ଜାରି କରାଯାଉଛି।...

ମୋଦିଙ୍କ ଗୃହ ରାଜ୍ୟରେ ୩୫ ମୁସଲମାନ ପାର୍ଥୀ ଲଢୁଛନ୍ତି ନିର୍ବାଚନ, କଂଗ୍ରେସରୁ କେହି ନାହିଁ

ଗାନ୍ଧିନଗର,୫।୫: ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । କେତେକ ଜାତି ନାମରେ ଏବଂ...

ନିର୍ବାଚନ କମିଶନଙ୍କ ଅନନ୍ୟ ପଦକ୍ଷେପ, ୨୩ ଦେଶର ୭୫ ପ୍ରତିନିଧୀ ‘ଗଣତନ୍ତ୍ରର ମହାପର୍ବ’ ଦେଖିବାକୁ ଭାରତ ପହଞ୍ଚିଲେ

ନୂଆଦିଲ୍ଲୀ,୫।୫: ୨୩ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥା ସହିତ ଜଡିତ ୭୫ ଜଣ ଆନ୍ତର୍ଜାତୀୟ ପ୍ରତିନିଧୀ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ‘ଲୋକ ସଭା ନିର୍ବାଚନ’ର...

କାନାଡା ପ୍ରଧାନମନ୍ତ୍ରୀଙ୍କୁ ଚେତାବାନୀ ଦେଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ/କଟକ,୫।୫: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଜଷ୍ଟିନ ଟ୍ରୁଡୋଙ୍କ ନେତୃତ୍ୱାଧୀନ କାନାଡା ସରକାରଙ୍କୁ ସମାଲୋଚନା କରିଛନ୍ତି। ସଂଗଠିତ ଅପରାଧ ସହ ଜଡିତ ଲୋକଙ୍କୁ କାନାଡା...

ରାହୁଲଙ୍କୁ ପାକିସ୍ତାନ ନେତା ପ୍ରଶଂସା କରିବା ଚିନ୍ତାଜନକ, କଂଗ୍ରେସରୁ ସ୍ପଷ୍ଟିକରଣ ମାଗିଲେ ରାଜନାଥ

ନୂଆଦିଲ୍ଲୀଳ,୫।୫: ଯେତେବେଳେ ଜଣେ ପାକିସ୍ତାନୀ ନେତା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ ସେତେବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଶ୍ନ ଉଠାଇଥିଲେ।...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

ମୋଦି ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଲେ ପପୁ ଯାଦବ

ନୂଆଦିଲ୍ଲୀ,୫।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri