ଏହି ମାସ୍କ୍‌ ପିନ୍ଧିଲେ ହେବନି କରୋନା…

ଓ୍ବାଶିଂଟନ,୨୨।୪: କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନଶନ୍‌(ସିଡ଼ିସି) ପକ୍ଷରୁ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ କେଉଁ ମାସ୍କ୍‌ ପିନ୍ଧିବାକୁ ପଡ଼ିବ ସେ ନେଇ ସୂଚନା ଜାରି କରିଛନ୍ତି। ଡବଲ ମାସ୍କ୍‌ ଅର୍ଥାତ୍‌ ଦୁଇଟି ମାସ୍କ୍‌ ପିନ୍ଧିବାକୁ ପଡ଼ିବ। କପଡ଼ା ମାସ୍କ୍‌ କରୋନା ଭୂତାଣୁକୁ ପ୍ରତିରୋଧ କରିବାକୁ ସକ୍ଷମ ହେବ ନାହିଁ ବୋଲି ସିଡ଼ିସି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କପଡ଼ା ମାସ୍କ୍‌ ସହିତ ସର୍ଜିକାଲ ମାସ୍କ୍‌ ପିନ୍ଧିଲେ କରୋନା ଭୂତାଣୁ ସଂକ୍ରମଣରୁ ୯୫ ପ୍ରତିଶତ ସୁରକ୍ଷା ମିଳିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଡବଲ ମାସ୍କ୍‌ ପବନର ପ୍ରବାହକୁ ରୋକିବାରେ ସକ୍ଷମ ହୋଇଥାଏ। କପଡ଼ା ମାସ୍କ୍‌ ୫୧.୪ ପ୍ରତିଶତ ସୁରକ୍ଷା ଦେଇଥାଏ। ସେହିପରି ଡବଲ ମାସ୍କ୍‌ ୮୫.୪ ପ୍ରତିଶତ ସୁରକ୍ଷା ଦେବାକୁ ସକ୍ଷମ। ତେବେ ଡବଲ ମାସ୍କ୍‌ ପିନ୍ଧିବା ପୂର୍ବରୁ ଏଥିରେ ଅଭ୍ୟସ୍ତ ହେବା ପାଇଁ ଅଭ୍ୟାସ କରିବା ଆବଶ୍ୟକ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share