Posted inଜାତୀୟ

ଟିକିଲି ଲଗାଇ ନ ଥିବାରୁ ମହିଳାଙ୍କୁ ଗାଳି କଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ,୯।୩: କର୍ନାଟକରେ ଭାଜପା ଏମ୍‌ପି ଏସ ମୁନିସ୍ବାମୀ ବିବାଦ ଘେରକୁ ଆସିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ମୁନିସ୍ବାମୀ କୋଲାର ଜିଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଟିକିଲି ଲଗାଇ ନ ଥିବାରୁ ଜଣେ ମହିଳାଙ୍କୁ ଗାଳି ଦେଇଥିଲେ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଜପା ଏମ୍‌ପିଙ୍କ ଏଭଳି ଆଚରଣକୁ କଂଗ୍ରେସ ବିରୋଧ କରିଛି।
ମହିଳା ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ଚିଥିବା ମୁନିସ୍ବାମୀ ବିଭିନ୍ନ ଷ୍ଟଲ ଯାଞ୍ଚ କରୁଥିଲେ। ଏହି ସମୟରେ ସେ ଏକ ଷ୍ଟଲରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ମହିଳା ବିକ୍ରେତାଙ୍କୁ ଦେଖି ରାଗି ଯାଇଥିଲେ। ମହିଳା ଜଣଙ୍କ ହସି ହସି ଏମ୍‌ପିଙ୍କୁ ତାଙ୍କ ଷ୍ଟଲ ବିଷୟରେ କହିବା ଆରମ୍ଭ କରିବା ମାତ୍ରେ ସେ ତାଙ୍କ ଉପରେ ଗାଳି କରିବାକୁ ଲାଗିଲେ। ଏମ୍‌ପି ତାଙ୍କୁ କହିଥିଲେ, ପ୍ରଥମେ ଟିକିଲି ଲଗାଆୟ। ତୁମର ସ୍ବାମୀ ଜୀବିତ ଅଛନ୍ତି … ନୁହେଁ କି? ତୁମର କୌଣସି ସାଧାରଣ ଜ୍ଞାନ ନାହିଁ କି?
ମହିଳା ଦିବସରେ ମୁନିସ୍ବାମୀ ମହିଳାଙ୍କୁ ଗାଳି କରିବା ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି। ଭାଜପା ଏମ୍‌ପିଙ୍କ ଏହି ମନୋଭାବକୁ କଂଗ୍ରେସ ନିନ୍ଦା କରିଛି। କଂଗ୍ରେସ ନେତା ଅଳକା ଲାମ୍ବା ଲେଖିଛନ୍ତି, ସଂଘର ଅଗଣାରେ ସଂସ୍କାର କ୍ଲାସ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପସନ୍ଦ ଦଳ ଜିତିଥିବାରୁ ଜିଭ କାଟିଲେ ମହିଳା

ଚେନ୍ନାଇ, ୩ା୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମ୍‌କେ ଦଳ ବିଜୟ ଲାଭ କରିବା ପରେ ମାନସିକ ପୂରଣ ପାଇଁ ଜଣେ ମହିଳା ଜିଭ କାଟିଦେଇଛନ୍ତି। ଡିଏମ୍‌କେ...

ସରକାରୀ ଚାକିରି ଦେବାରେ ଏସ୍‌ପି-ବିଏସ୍‌ପିର ରେକର୍ଡକୁ ପଛରେ ପକାଇଛି ଭାଜପା: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୪ ।୭: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଶନିବାର ଦାବି କରିଛନ୍ତି ଯେ ତାଙ୍କ ମୁଖ୍ୟମନ୍ତ୍ରୀ କାଳରେ ଭାରତୀୟ ଜନତା ପାର୍ଟି(ଭାଜପା) ୬.୬୫ ଲକ୍ଷରୁ...

୭ ଲୋକ ଜୀଅନ୍ତା ଜଳିଗଲେ

କୋଲକତା,୨୨।୩: ପଶ୍ଚିମବଙ୍ଗର ବୀରଭୂମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୭ ଜଣଙ୍କୁ ଜୀଅନ୍ତା ପୋଡି ଦିଆଯାଇଛି। ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କ ହତ୍ୟା ପ୍ରତିଶୋଧରେ...

ଅନୁପ୍ରବେଶ ପାଇଁ ଜଗି ରହିଛନ୍ତି ୧୫୦ ଆତଙ୍କବାଦୀ

ଶ୍ରୀନଗର,୨୬ ।୬: ନିୟନ୍ତ୍ରଣ ରେଖାର ଆର ପଟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ହୋଇଥିବା ଭିନ୍ନ ଭିନ୍ନ ଲଞ୍ଚିଂ ପ୍ୟାଡରେ ପାଖାପାଖି ୧୫୦ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ...

କଂଗ୍ରେସର ୭ ଲୋକ ସଭା ଏମ୍‌ପିଙ୍କ ଉପରୁ ହଟିବ ନିଲମ୍ବନ ଆଦେଶ: ବାଚସ୍ପତି

ନୂଆଦିଲ୍ଲୀ,୧୧।୩: କଂଗ୍ରେସର ୭ ଲୋକ ସଭା ଏମ୍‌ପିଙ୍କ ଉପରୁ ନିଲମ୍ବନ ଆଦେଶ ହଟିବ। ଏନେଇ ବାଚସ୍ପତି ଏମ୍‌ ବିରଳା ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ଗୃହ...

ଦରକାର ପଡିଲେ ବନ ଅଧିକାରୀଙ୍କୁ ପିଟ: ଭାଜପା ଏମ୍‌ପି

ଆଦିଲାବାଦ,୨୨।୭: ତେଲେଙ୍ଗାନା ଆଦିଲାବାଦର ଭାଜପା ଏମ୍‌ପି ସ୍ବୟମ ବାପୁ ରାଓ ଏକ ବିବାଦୀୟ ବୟାନ ପାଇଁ ଏବେ ଆସିଛନ୍ତି ଚର୍ଚ୍ଚାକୁ। ଶନିବାର ସେ ଉତନୁର ମଣ୍ଡଲଠାରେ...

କ୍ଷତିପୂରଣ ନ ଦେବା ନିଷ୍ପତ୍ତି କାହାର

ନୂଆଦିଲ୍ଲୀ, ୨୨।୬: କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଦାଏର ଜନସ୍ବାର୍ଥ ମାମଲାର...

ଭିଡ଼କୁ ଭୟ…

ନୂଆଦିଲ୍ଲୀ, ୧।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week