ଅଭିଯୁକ୍ତଙ୍କ ଘରୁ ପୁଣି ମିଳିଲା ମାରଣାସ୍ତ୍ର

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିବା କେବିଏନ୍‌ ଗ୍ୟାଙ୍ଗ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛି କମିଶନରେଟ ପୋଲିସ। ଶନିବାରଠାରୁ ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପୋଲିସ ମାରଥନ୍‌ ଜେରା କରିଥିଲା। ଅଭିଯୁକ୍ତ ରାହୁଲ ଜେନା, ରାଜେଶ ବେହେରା ଓରଫ ଚେଙ୍ଗ, ସୁମନ କୁମାର ପରିଡ଼ା, ସନାତନ ବେହେରା ଓରଫ ସନିଆ ଓ ନରେନ୍ଦ୍ର କୁମାର ଜେନାଙ୍କୁ ପୃଥକ ଭାବେ ପଚରାଉଚରା କରାଇଥିଲା। ସେମାନଙ୍କ ବୟାନ ଆଧାରଣରେ ରବିବାର ପୁଣି ୨ଟି ଖେଳନା ବନ୍ଧୁକ, ଗୋଟିଏ ବାଇକ୍‌ କ୍ରାଙ୍କ୍‌, ୨ଟି ଖଣ୍ଡା, ଗୋଟିଏ ଭୁଜାଲି ଜବତ ହୋଇଛି। ପୂର୍ବରୁ କେବିଏନ୍‌ ଗ୍ୟାଙ୍ଗରେ ୨୯ଜଣ ସଦସ୍ୟ ଥିବା ପୋଲିସ କହିଥିଲା। ହେଲେ ଏବେ ଉକ୍ତ ଗ୍ୟାଙ୍ଗରେ ୩୦ଜଣ ସଦସ୍ୟ ଥିବା ପୋଲିସ ଜାଣିବାକୁ ପାଇଛି। ଗ୍ୟାଙ୍ଗ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ ହାସଲ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ତଥା ଗ୍ୟାଙ୍ଗର ମାଷ୍ଚରମାଇଣ୍ଡ ବୁବୁ ଜେନାଙ୍କ ସମ୍ପର୍କରେ ଏଯାବତ୍‌ ସାମାନ୍ୟତମ ସୂଚନା ମିଳିପାରୁ ନାହିଁ। ତେବେ ଏମାନେ ଯେଉଁ ବନ୍ଧୁକ ଧରି ଭିଡିଓ ଭାଇରାଲ କରିଥିଲେ ତାହା ଖେଳନା ବୋଲି ପୋଲିସ ସ୍ପଷ୍ଟ କରିଛି।
ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇ ବିଭିନ୍ନ ତଥ୍ୟ ହାସଲ କରାଯାଇଛି। ତାଙ୍କ ସାଙ୍ଗରେ କିଏ କିଏ ରହୁଥିଲେ, ସେମାନେ କେଉଁଠି ବସି ଖଟି କରୁଥିଲେ, ଭିଡିଓ ଶୁଟିଂ ଓ ଏଡିଟିଂ କେମିତି କରିଛନ୍ତି, ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କିଏ କରିଛି, ସେମାନଙ୍କୁ ଜେରାବେଳେ ଏଭଳି ବିଭିନ୍ନ ତଥ୍ୟ ଆମେ ସଂଗ୍ରହ କରିଛୁ। ସେମାନେ ଦେଖେଇ ହୋଇ ଜନସାଧାରଣଙ୍କୁ ଭୟଭୀତ କରୁଥିଲେ। ତେବେ ଆଉ ଯେଉଁ ସଦସ୍ୟଙ୍କ ଘରେ ମାରଣାସ୍ତ୍ର ରହିଛି ସେସବୁକୁ ଜବତ କରାଯିବ। ଆବଶ୍ୟକ ପଡିଲେ ଏମାନଙ୍କୁ ପୁନର୍ବାର ରିମାଣ୍ଡରେ ଆଣାଯିବ। ଗ୍ୟାଙ୍ଗର ଫେରାର ସଦସ୍ୟଙ୍କୁ ଖୁବ୍‌ଶ୍ରୀଘ୍ର ଧରିବାକୁ ଚେଷ୍ଟା ଚାଲିଛି ବୋଲି ସେ କହିଛନ୍ତି।
ମାଷ୍ଟରମାଇଣ୍ଡ ବୁବୁଙ୍କ ନେତୃତ୍ୱରେ ୩୦ରୁ ଊର୍ଦ୍ଧ୍ୱ ସଦସ୍ୟଙ୍କୁ ନେଇ ରାଜଧାନୀରେ କେବିଏନ୍‌ ଗ୍ୟାଙ୍ଗ ମୁଣ୍ଡ ଟେକିଥିଲା। ସେମାନେ ଅପରାଧ ଘଟାଇବା ସହ ଲୋକଙ୍କ ମନରେ ଭୟ ସୃଷ୍ଟି କରିବାକୁ ଖଣ୍ଡା, ଭୁଜାଲି ବୁଲାଇ ଗୁଳି ଫୁଟାଇ ଭିଡ଼ିଓକୁ ଭାଇରାଲ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଉଥିଲେ। ଲୁଟ୍‌ପାଟ କରିବା ସହ ଦାଦାବଟି ମଧ୍ୟ ମାଗିବା ଆରମ୍ଭ କରିଥିଲେ। ଏୟାରପୋର୍ଟ ଥାନା ପୋଖରୀପୁଟ ଅଞ୍ଚଳରେ ଅଭିଯୁକ୍ତ ଚେଙ୍ଗ ରହୁଥିବା ଘର ଭାଙ୍ଗି ପୋଲିସ ଏକ ଖଣ୍ଡା ଜବତ କରିଥିଲା। ତା’ପର ଦିନ ବୁବୁଙ୍କ ଘରେ ମଧ୍ୟ ପୋଲିସ ଚଢାଉ କରିଥିଲା। ଚେଙ୍ଗ ଓ ସନିଆ ଭୟଭୀତ ହୋଇ ମଙ୍ଗଳବାର କୋର୍ଟରେ ଆତ୍ମସମର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri