ଦେଶ ଛାଡୁଛନ୍ତି ଧନୀ ଭାରତୀୟ: ୧୦ ଗୁଣା ଦାମରେ କିଣୁଛନ୍ତି ଟିକଟ…

ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଦେଶର ବିଭିନ୍ନ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି। ଏପରିସ୍ଥଳେ ଦୁବାଇ ଭାରତୀୟ ବିମାନ ଉପରେ ରବିବାରଠାରୁ ପ୍ରତିବନ୍ଧକ ଲଗାଯିବା ନେଇ ଘୋଷଣା କରିଛି। ଏହାକୁ ଦୃଷ୍ଟିରେ ରଖି ଧନୀ ଭାରତୀୟମାନେ ଦେଶ ଛାଡ଼ିବା ଆରମ୍ଭ କରିଛନ୍ତି। ଦୁବାଇ ଯିବା ଲାଗି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଫଳରେ କର୍ମସିଆଲ ବିମାନ ଭଡ଼ା ୧୦ ଗୁଣା ବୃଦ୍ଧି ପାଇ ୮୦ ହଜାରରେ ପହଞ୍ଚିଛି। କେତେକ ଧନୀ ଭାରତୀୟ ମିଳିତ ଭାବେ ବିମାନ କିଣି ଦେଶ ଛାଡ଼ି ଦୁବାଇ ଯିବାକୁ ମଧ୍ୟ ଯୋଜନା କରୁଛନ୍ତି। ମୁମ୍ବାଇରୁ ଦୁବାଇ ଯାଉଥିବା ୧୨ ସିଟର ବିମାନ ଭଡ଼ା ୩୮ ହଜାର ଡଲାରରେ ପହଞ୍ଚିଛି। ସେହିପରି ୬ ସିଟର ବିମାନ ଭଡ଼ା ୩୧ ହଜାର ଡଲାର ହୋଇଛି।

Share