୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା

ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍‌ ୨୩ ଡିସେମ୍ବରରୁ ୨୯ ଡିସେମ୍ବର ପର୍ଯ୍ୟନ୍ତ କିଛି ରାଶିର ଭାଗ୍ୟ ଚମକିବ। ଜ୍ୟୋତିଷ୍ୟବିଦ୍ୟା ଅନୁଯାୟୀ, ଏହି ସପ୍ତାହ ୬ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହେବ। ଏହି ରାଶିମାନଙ୍କର କ୍ୟାରିୟର, ସ୍ବାସ୍ଥ୍ୟ ସମସ୍ୟା ଖୁବ୍‌ ଭଲ ରହିବା ସହ ଧନ ବର୍ଷା ହେବ।

ମେଷ: ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି। ଏଥିସହିତ ଅଟକି ରହିଥିବା କାର୍ଯ୍ୟ ଶୀଘ୍ର ପୂରଣ ହେବ। ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। କିଛି ଅର୍ଥ ଦୁଃଖିରଙ୍କିଙ୍କୁ ଦାନ କରନ୍ତୁ ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ଅଜାଡ଼ି ହୋଇପଡ଼ିବ। ଅର୍ଥାତ୍‌ ମାସର ଶେଷ ସପ୍ତାହରେ ଆପଣଙ୍କର ଧନ ଲାଭ ହେବ।

କର୍କଟ: ଏହି ରାଶିର ବ୍ୟକ୍ତିମାନଙ୍କୁ ମଧ୍ୟ ଧନ ପ୍ରାପ୍ତିର ସୁଯୋଗ ରହିଥିବା ବେଳେ ପ୍ରେମ ସମ୍ପର୍କ ଅତ୍ୟନ୍ତ ନିବିଡ଼ ହେବ। ଆପଣଙ୍କ ଜୀବନରେ କୌଣସ ଜଣେ ବିଶେଷ ବ୍ୟକ୍ତିଙ୍କ ଏଣ୍ଟ୍ରି ହୋଇପାରେ।

ସିଂହ: କ୍ୟାରିୟର-ବ୍ୟବସାୟିକ ସ୍ଥିତି ଠିକ୍‌ ରହିବ। ବିବାହ ଯୋଗ ରହିଛି। ଅଧିକ ଫଳ ପାଇବା ପାଇଁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ।

ତୁଳା: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶେଷ ସପ୍ତାହ ଶୁଭ ଫଳ ପ୍ରଦାନ କରିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଧନର ସ୍ଥିତିରେ ସୁଧାର ଆସିବ। ଚାକିରି ଖୋଜୁଥିବା ଲୋକମାନଙ୍କୁ ଶୁଭ ସମ୍ବାଦ ମିଳିବ।

କୁମ୍ଭ: ସେହିପରି ଉପରୋକ୍ତ ୪ ରାଶି ପରି କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ମଧ୍ୟ ମାସର ଶେଷ ଅର୍ଥାତ୍‌ ବର୍ଷର ଶେଷ ସପ୍ତାହରେ ଶୁଭ ଫଳ ଲାଭ କରିବେ। କ୍ୟାରିୟର ସ୍ଥିତି ଭଲ ରହିବ। କିଛି ଶୁଭ ସୂଚନା ମିଳିପାରେ। ପାଖରେ ଥିବା ଧନ, ସମ୍ପତ୍ତିର ଖର୍ଚ୍ଚ ଦେଖିଚାହିଁ କରନ୍ତୁ। ଧନର ଆଗମନ ବଢ଼ିବ। ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢ଼ିବ।

ବିଛା: ଏହି ସପ୍ତାହରେ ବିଛା ରାଶିର ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ରାଶିମାନଙ୍କୁ ଟଙ୍କା ପଇସାର ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ। ସତର୍କ ରହି ଚାଲନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri