୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା

ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍‌ ୨୩ ଡିସେମ୍ବରରୁ ୨୯ ଡିସେମ୍ବର ପର୍ଯ୍ୟନ୍ତ କିଛି ରାଶିର ଭାଗ୍ୟ ଚମକିବ। ଜ୍ୟୋତିଷ୍ୟବିଦ୍ୟା ଅନୁଯାୟୀ, ଏହି ସପ୍ତାହ ୬ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହେବ। ଏହି ରାଶିମାନଙ୍କର କ୍ୟାରିୟର, ସ୍ବାସ୍ଥ୍ୟ ସମସ୍ୟା ଖୁବ୍‌ ଭଲ ରହିବା ସହ ଧନ ବର୍ଷା ହେବ।

ମେଷ: ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି। ଏଥିସହିତ ଅଟକି ରହିଥିବା କାର୍ଯ୍ୟ ଶୀଘ୍ର ପୂରଣ ହେବ। ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। କିଛି ଅର୍ଥ ଦୁଃଖିରଙ୍କିଙ୍କୁ ଦାନ କରନ୍ତୁ ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ଅଜାଡ଼ି ହୋଇପଡ଼ିବ। ଅର୍ଥାତ୍‌ ମାସର ଶେଷ ସପ୍ତାହରେ ଆପଣଙ୍କର ଧନ ଲାଭ ହେବ।

କର୍କଟ: ଏହି ରାଶିର ବ୍ୟକ୍ତିମାନଙ୍କୁ ମଧ୍ୟ ଧନ ପ୍ରାପ୍ତିର ସୁଯୋଗ ରହିଥିବା ବେଳେ ପ୍ରେମ ସମ୍ପର୍କ ଅତ୍ୟନ୍ତ ନିବିଡ଼ ହେବ। ଆପଣଙ୍କ ଜୀବନରେ କୌଣସ ଜଣେ ବିଶେଷ ବ୍ୟକ୍ତିଙ୍କ ଏଣ୍ଟ୍ରି ହୋଇପାରେ।

ସିଂହ: କ୍ୟାରିୟର-ବ୍ୟବସାୟିକ ସ୍ଥିତି ଠିକ୍‌ ରହିବ। ବିବାହ ଯୋଗ ରହିଛି। ଅଧିକ ଫଳ ପାଇବା ପାଇଁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ।

ତୁଳା: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶେଷ ସପ୍ତାହ ଶୁଭ ଫଳ ପ୍ରଦାନ କରିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଧନର ସ୍ଥିତିରେ ସୁଧାର ଆସିବ। ଚାକିରି ଖୋଜୁଥିବା ଲୋକମାନଙ୍କୁ ଶୁଭ ସମ୍ବାଦ ମିଳିବ।

କୁମ୍ଭ: ସେହିପରି ଉପରୋକ୍ତ ୪ ରାଶି ପରି କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ମଧ୍ୟ ମାସର ଶେଷ ଅର୍ଥାତ୍‌ ବର୍ଷର ଶେଷ ସପ୍ତାହରେ ଶୁଭ ଫଳ ଲାଭ କରିବେ। କ୍ୟାରିୟର ସ୍ଥିତି ଭଲ ରହିବ। କିଛି ଶୁଭ ସୂଚନା ମିଳିପାରେ। ପାଖରେ ଥିବା ଧନ, ସମ୍ପତ୍ତିର ଖର୍ଚ୍ଚ ଦେଖିଚାହିଁ କରନ୍ତୁ। ଧନର ଆଗମନ ବଢ଼ିବ। ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢ଼ିବ।

ବିଛା: ଏହି ସପ୍ତାହରେ ବିଛା ରାଶିର ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ରାଶିମାନଙ୍କୁ ଟଙ୍କା ପଇସାର ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ। ସତର୍କ ରହି ଚାଲନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri