Posted inଜାତୀୟ

ନିର୍ବାଚନ ମଝିରେ ବଢିଲା ଡିମାଣ୍ଡ, ଏହି ଲୋକମାନଙ୍କୁ ଦେବାକୁ ପଡିପାରେ ଇନ୍‌ହେରିଟାନ୍ସ ଟ୍ୟାକ୍ସ

ନୂଆଦିଲ୍ଲୀ,୨୫ା୫: ଦେଶରେ ଚାଲିଥିବା ଲୋକସଭା ର୍ନିବାଚନ ମଧ୍ୟରେ ଇନ୍‌ହେରିଟାନ୍ସ ଟ୍ୟାକ୍ସ (ସମ୍ପତି କର) ଡିମାଣ୍ଡ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଅର୍ଥନୈତିକ ଅସମାନତାକୁ ଦୃଷ୍ଟିରେ ରଖି ଧନୀ ଏବଂ ଗରିବଙ୍କ ମଧ୍ୟରେ ବଢୁଥିବା ବ୍ୟବଧାନକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ଧନୀ ବ୍ୟକ୍ତିଙ୍କ ଉପରେ ପୃଥକ ଟିକସ ଲାଗୁ କରିବାକୁ ଦାବି ହୋଇଆସୁଛି। ବର୍ତ୍ତମାନ ଏକ ରିସର୍ଚ୍ଚରେ ଭାରତରେ ଧନୀ ବ୍ୟକ୍ତିଙ୍କ ଉପରେ ଇନ୍‌ହେରିଟାନ୍ସ ଟ୍ୟାକ୍ସ ଲାଗୁ ବିତର୍କକୁ ଆହୁରି ତୀବ୍ର କରିଛି।

ପ୍ରସିଦ୍ଧ ଅର୍ଥନୀତିଜ୍ଞ ଥୋମାସ ପାଇକେଟୀ ମଧ୍ୟ ‘ଭାରତରେ ଚରମ ଅସମାନତା ହଟାଇବା ପାଇଁ ଧନ ଇନ୍‌ହେରିଟାନ୍ସ ଟ୍ୟାକ୍ସ ଶୀର୍ଷକ ଏହି ଅନୁସନ୍ଧାନ ରିପୋର୍ଟ’ ପ୍ରସ୍ତୁତ କରିବାରେ ସହଯୋଗ କରିଛନ୍ତି। ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ଧନୀ ବ୍ୟକ୍ତିଙ୍କ ଉପରେ ୨ ପ୍ରତିଶତ ହାରରେ ସମ୍ପତି କର ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ, ୩୩ ପ୍ରତିଶତ ଇନ୍‌ହେରିଟାନ୍ସ ଟ୍ୟାକ୍ସ ମଧ୍ୟ ରିସର୍ଚ୍ଚରେ କୁହାଯାଇଛି।

ଧନୀ ବ୍ୟକ୍ତିଙ୍କ ଉପରେ ଟିକସ ଲାଗୁ କରିବାର ଏହି ଦାବି କରାଯାଇଛି ଯଦି ମୋଟ ଧନ ୧୦ କୋଟିରୁ ଅଧିକ ଥିଲେ ଲାଗୁ କରାଯିବ। ରିସର୍ଚ୍ଚ ଅନୁଯାୟୀ, ଯେଉଁମାନଙ୍କ ମୋଟ ସମ୍ପତ୍ତି ୧୦ କୋଟିରୁ ଅଧିକ, ସେମାନଙ୍କ ଉପରେ ୨ ପ୍ରତିଶତ ସମ୍ପତି କର ଏବଂ ୩୩ ପ୍ରତିଶତ ଇନ୍‌ହେରିଟାନ୍ସ ଟ୍ୟାକ୍ସ ଲାଗୁ କରିବାର ଆବଶ୍ୟକତା ରହିଛି। ଏହା ଅର୍ଥନୈତିକ ଅସମାନତାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଅର୍ଥନୀତି ମଧ୍ୟ ବଡ଼ ଲାଭ ପାଇପାରେ। ଏହି କାରଣରୁ, ସରକାର ମୋଟ ଘରୋଇ ଉତ୍ପାଦ ଆର୍ଥିକ ଜିଡିପିର ୨.୭୩ ପ୍ରତିଶତ ସହିତ ବିପୁଳ ରାଜସ୍ବ ଅର୍ଜନ କରିପାରିବେ।

ଦେଶରେ ଲୋକସଭା ର୍ନିବାଚନ ଚାଲିଥିବା ସମୟରେ ଧନୀ ବ୍ୟକ୍ତିଙ୍କ ଉପରେ ଟିକସ ଲାଗୁ କରିବାକୁ ସୁପାରିଶ କରୁଥିବା ଏହି ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇଛି। ଗତ ଦେଢମାସ ଧରି ଚାଲିଥିବା ପ୍ରକ୍ରିୟା ଅନୁଯାୟୀ, ଶନିବାର ଦିନ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି। ଏହା ପରେ ଜୁନ ୧ ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ହେବ। ଏହା ପରେ ଲୋକସଭା ର୍ନିବାଚନର ଫଳାଫଳ ଜୁନ ୪ରେ ପ୍ରକାଶ ପାଇବ।

ରିସର୍ଚ୍ଚ ପେପର ଅନୁଯାୟୀ ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ଯଦି ୧୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଥିବା ବ୍ୟକ୍ତିଙ୍କ ଉପରେ ଭାରତରେ ପ୍ରସ୍ତାବିତ ଟିକସ ଲାଗୁ କରାଯାଏ, ତେବେ ଏହା ଖୁବ କମ ଲୋକଙ୍କୁ ପ୍ରଭାବିତ କରିବ। ରିପୋର୍ଟ ଅନୁଯାୟୀ, ୯୯.୯୬ ପ୍ରତିଶତ ବୟସ୍କ ବ୍ୟକ୍ତି ଉଭୟ ପ୍ରସ୍ତାବିତ ଟିକସ ଦ୍ୱାରା ପ୍ରଭାବିତ ହେବେ ନାହିଁ, କାରଣ ୧୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଲୋକଙ୍କ ପ୍ରତିଶତ ବହୁତ କମ ଅଟେ।

ବାସ୍ତବରେ ଭାରତରେ ଅର୍ଥନୈତିକ ଅସମାନତା ସମ୍ପର୍କରେ ଅନେକ ରିପୋର୍ଟ ଏବଂ ରିସର୍ଚ୍ଚରେ ଚିନ୍ତା ବଢିଛି। ଏହି ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଛି ଯେ ୨୦୧୪-୧୫ ରୁ ୨୦୨୨-୨୩ ମଧ୍ୟରେ ଦେଶରେ ଅର୍ଥନୈତିକ ଅସମାନତା ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଧନୀ ଲୋକଙ୍କ ସହ ଧନ ସଂଗ୍ରହ ଜାରି ରହିଛି। ୨୦୨୨-୨୩ ସୁଦ୍ଧା ଦେଶର ଧନୀ ଲୋକଙ୍କ ମଧ୍ୟରୁ ୧ ପ୍ରତିଶତ ମୋଟ ସମ୍ପତ୍ତିର ୪୦ ପ୍ରତିଶତରୁ ଅଧିକ ଥିବାବେଳେ ସେମାନେ ମୋଟ ଆୟର ୨୨.୬ ପ୍ରତିଶତ ଅଂଶୀଦାର ହୋଇଥିଲେ। ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଆମେରିକା ସମେତ ଅନେକ ଦେଶ ତୁଳନାରେ ଏହା ବହୁତ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri