Categories: ଫୁରସତ

ଲକ୍ଷ୍ମୀ ତ୍ରିକୋଣ ଯୋଗୁ ହୁଏ ଧନ ବୃଦ୍ଧି

କାଶୀ: ହାତରେ ବିଭିନ୍ନ ପ୍ରକାର ରେଖା ରହିଥାଏ। ହସ୍ତ ରେଖା ଅଧ୍ୟୟନକୁ ଜ୍ୟୋତିଷ ଭାଷାରେ ସାମୁଦ୍ରିକ ଶାସ୍ତ୍ର କୁହାଯାଇଥାଏ। ହାତରେ ଥିବା ପ୍ରତିଟି ରେଖା ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରିଥାଏ। କେତେକଙ୍କ ହାତରେ ଲକ୍ଷ୍ମୀ ତ୍ରିକୋଣ ରହିଥାଏ। ଯେଉଁମାନଙ୍କ ହାତରେ ଏହା ରହିଥାଏ, ସେମାନଙ୍କ ପାଖରେ ଜୀବନରେ କେବେ ମଧ୍ୟ ଧନର ଅଭାବ ରହି ନ ଥାଏ। ବୟସ ବଢ଼ିବା ସହିତ ସେଭଳି ଲୋକଙ୍କ ପାଖରେ ଧନ ମଧ୍ୟ ବଢ଼ି ଚାଲିଥାଏ। ହାତରେ ରାହୁ ଏବଂ ମଙ୍ଗଳ ପର୍ବତରେ ଭାଗ୍ୟରେଖା, ବୁଧ ରେଖା ଏବଂ ମସ୍ତିଷ୍କ ରେଖା ପରସ୍ପରକୁ ଛେଦ କରିବା ଦ୍ୱାରା ସୃଷ୍ଟି ହୋଇଥିବା ତିନିକୋଣିଆ କ୍ଷେତ୍ରକୁ ଲକ୍ଷ୍ମୀ ତ୍ରିକୋଣ କୁହାଯାଇଥାଏ। ଏହା ଧନର ସୂଚକ ହୋଇଥାଏ। ସେହିପରି ଧନକୁ ଠିକ ବାଟରେ ଖର୍ଚ୍ଚ କରିବା ସମ୍ପର୍କରେ ମଧ୍ୟ ଏହା ସୂଚନା ଦେଇଥାଏ। ରାହୁ ମଙ୍ଗଳ ପର୍ବତରରେ ଏହି ତ୍ରିକୋଣ ରହିଥିବାରୁ ଧନର ସୁପରିଚାଳନା ଏବଂ ଲାଭ କ୍ଷତିରେ ସମ୍ପୃକ୍ତ ବ୍ୟକ୍ତି ବ୍ୟତିବ୍ୟସ୍ତ ନ ହୋଇ ଧର୍ଯ୍ୟ ଧରି ରହିବାକୁ ସକ୍ଷମ ହୋଇ ପାରନ୍ତି ବୋଲି ସୂଚନା ମିଳିଥାଏ। ହାତରେ ଲକ୍ଷ୍ମୀ ତ୍ରିକୋଣ ଥିବା ବ୍ୟକ୍ତିଙ୍କ ପାଖକୁ ୧୬ ବର୍ଷ ବୟସରୁ ଧନ ଆସିବା ଆରମ୍ଭ କରିଥାଏ। ଏଭଳି ବ୍ୟକ୍ତି ୨୮ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ଭୌତିକ ସୁଖର ଅଧିକାରୀ ହୋଇ ପାରିଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ହୋଇଛି।

Share