ଏମିତି ଉପାୟରେ ଅର୍ଜନ କରିଥିବା ଧନ କେବେ ବି ପାଖରେ ରହେ ନାହିଁ: ଚାଣକ୍ୟ

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ପ୍ରତ୍ୟେକ ଦିଗ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଏବଂ ଦୃଢ଼ ବାର୍ତ୍ତା ଦେଇଛନ୍ତି, ଯେଉଁଥିରେ ସେ ଟଙ୍କା, ସମ୍ପତ୍ତି, ମହିଳା, ବନ୍ଧୁ, ବୃତ୍ତି ଏବଂ ବିବାହିତ ଜୀବନ ସହ ଜଡ଼ିତ ସମସ୍ତ ବିଷୟ ଉଲ୍ଲେଖ କରିଛନ୍ତି। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଟଙ୍କା ରୋଜଗାରର ଉପାୟ ବିଷୟରେ ମଧ୍ୟ କିଛି କଥା କହିଛନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଭୁଲ୍‌ରେ ଅର୍ଜିତ ଅର୍ଥ ଜଣେ ବ୍ୟକ୍ତିଙ୍କ ପାଖରେ ଅଧିକ ସମୟ ରହେ ନାହିଁ।

ଚାଣକ୍ୟ କହିଛନ୍ତି, ଲକ୍ଷ୍ମୀ ଚଞ୍ଚଳା ଅଟନ୍ତି। ଏପରି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ଚୋରି, ଜୁଆ, ଅନ୍ୟାୟ କିମ୍ବା କାହାକୁ ଠକି ଟଙ୍କା ରୋଜଗାର କରିଥାନ୍ତି। ତେବେ ସେହି ଟଙ୍କା ଶୀଘ୍ର ନଷ୍ଟ ହୋଇଯାଏ। ସେଥିପାଇଁ ଜଣେ ଭୁଲ୍‌ ଉପାୟରେ କେବେବି ଟଙ୍କା ରୋଜଗାର କରିବା ଉଚିତ ନୁହେଁ।