ଦୁର୍ବଳ ପ୍ରଦର୍ଶନ ଦାୟୀ

ବ୍ୟାଙ୍କ ହେଉ କି ବଜାର, ଗଁା ହେଉ କି ସହର, ସବୁଠି ସକ୍ରିୟ ଏରାଗୋଲା ଗ୍ୟାଙ୍ଗ। ସୁଯୋଗ ପାଇବା ମାତ୍ରେ ଝାମ୍ପି ନେଉଛନ୍ତି ଟଙ୍କା ବ୍ୟାଗ। ଡିକି ଭାଙ୍ଗି କରୁଛନ୍ତି ଲୁଟ୍‌। ବିରୋଧ କଲେ ଆଖିରେ ଲଙ୍କା ଗୁଣ୍ଡ ପକାଉଛନ୍ତି। କେମିକାଲ ସ୍ପ୍ରେ କରୁଛନ୍ତି। ଅନୁଗୋଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଏମାନେ ଲୁଟ୍‌ପାଟ ଘଟାଇ ଚାଲିଥିବା ବେଳେ ଜଣେ ଦୁଇ ଜଣଙ୍କୁ ଧରି ନିଜ ପିଠି ନିଜେ ଥାପୁଡ଼ାଉଛି ପୋଲିସ। ଏରାଗୋଲା ଗ୍ୟାଙ୍ଗର ଏପରି ଆତଙ୍କ ପଛରେ ପୋଲିସର ଦୁର୍ବଳ ପ୍ରଦର୍ଶନ ଦାୟୀ ବୋଲି ଜିଲାବାସୀ ଅଭିଯୋଗ କରୁଛନ୍ତି।

ଅନୁଗୋଳ ଅଫିସ,୮ା୬: ଅନୁଗୋଳ ଜିଲା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି ଏରାଗୋଲା ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ନେଟଓ୍ବର୍କ ଏବେ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଦେଖିବାକୁ ମିଳୁଛି। ଘଟିଚାଲିଥିବା ଗୋଟିଏ ପରେ ଗୋଟିଏ ଲୁଟ୍‌ ଘଟଣା ଏହାର ପ୍ରମାଣ ଦେଉଛି। ହେଲେ ଦୀର୍ଘଦିନ ପରେ ବି ପୋଲିସ ହାତ ଖାଲି ପଡ଼ୁଛି। ଏକାଧିକ ମାମଲାର ତଦନ୍ତ ସତ୍ତ୍ୱେ ଗ୍ୟାଙ୍ଗର ଅଧିକ ସଦସ୍ୟଙ୍କ ନିକଟରେ ପହଞ୍ଚି ପାରୁନି ଆଇନର ଲମ୍ବା ହାତ। ଏହାର ସୁଯୋଗ ନେଇ ଅନୁଗୋଳ ସହର ସହ ଗ୍ରାମାଞ୍ଚଳରେ ମଧ୍ୟ ଆତଙ୍କ ଖେଳାଇଲେଣି ଏରାଗୋଲା ଗ୍ୟାଙ୍ଗ।
ଜିଲାବାସୀଙ୍କ କହିବା ଅନୁଯାୟୀ, ଏରାଗୁଲା ଗ୍ୟାଙ୍ଗର ସଦସ୍ୟମାନେ ଅନୁଗୋଳର ବିଭିନ୍ନ ସ୍ଥାନରେ ଘର ଭଡ଼ା ନେଇ ରହୁଛନ୍ତି। ଏମାନେ ବାହାର ଅଞ୍ଚଳରୁ ଆସିଥିବାରୁ ପ୍ରଥମେ ଅନୁଗୋଳର ବିଭିନ୍ନ ସ୍ଥାନ ବୁଲି ଦେଖୁଛନ୍ତି। କେଉଁଠି କେମିତି ଲୁଟ୍‌ପାଟ କରି ଖସିଯାଇ ହେବ ତାହାର ଅନୁଧ୍ୟାନ କରୁଛନ୍ତି। ଆଉ ଏହାପରେ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଲୋକ, ଡିପୋଜିଟ୍‌ ପାଇଁ ଆସିଥିବା ବ୍ୟବସାୟୀ, ଗହଣା କିମ୍ବା ମୂଲ୍ୟବାନ ସାମଗ୍ରୀ କିଣିବାକୁ ଆସିଥିବା ବ୍ୟକ୍ତିମାନଙ୍କୁ ଟାର୍ଗେଟ କରୁଛନ୍ତି। ସେମାନଙ୍କ ପିଛା କରି ସୁବିଧା ଦେଖି ଟଙ୍କା ବ୍ୟାଗ ଝାମ୍ପି ନେଉଛନ୍ତି। ନଚେତ ଡିକି ଭାଙ୍ଗି ଲୁଟ୍‌ କରୁଛନ୍ତି। ଏମାନେ ପାଖରେ ମୁନିଆ ଅସ୍ତ୍ର ରଖି ସେଥିରେ ଆଖି ପିଛୁଳାକେ ଡିକି ଖୋଲି ଦେଉଛନ୍ତି। ଆବଶ୍ୟକ ପଡ଼ିଲେ ଆକ୍ରମଣ ମଧ୍ୟ କରୁଛନ୍ତି। ଏଭଳି ଘଟଣା ଅନୁଗୋଳ ଟାଉନ୍‌ ଥାନା, ସଦର ଥାନା, ବନ୍ତଳା ଥାନା, ନାଲ୍‌କୋ ଥାନା, ବଅଁରପାଳ ଥାନା, ତାଳଚେର ଥାନା, ଜରପଡ଼ା ଥାନା, ପାଲଲହଡ଼ା ଥାନା ଅଞ୍ଚଳରେ ଦେଖିବାକୁ ମିଳୁଛି। କିଛିଦିନ ତଳେ ଅନୁଗୋଳ ବସ୍‌ ଟର୍ମିନାଲରେ ଆଙ୍କୁଲା ଅଞ୍ଚଳର କପିଳ ସେନାପତିଙ୍କ ବାଇକ୍‌ ଡିକିରୁ ଏମାନେ ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲେ। ହେଲେ ଗ୍ୟାଙ୍ଗର ଜଣେ ସଦସ୍ୟ ଗଞ୍ଜାମ ଜିଲା ଆସିକା ଅଞ୍ଚଳର ଏ. ଅଜାନା ରାଓ(୩୨)ଙ୍କୁ ଲୋକେ ଧରିନେଇ ପୋଲିସକୁ ଦେଇଥିଲେ। ପୋଲିସ ଅଜାନାଙ୍କୁ ଗିରଫ କରିଥିଲା। କିନ୍ତୁ ତାଙ୍କ ସହ ଥିବା ଅନ୍ୟ ଜଣଙ୍କୁ ଏଯାଏ ଧରିପାରି ନାହିଁ। ଏପରି କି ଅଜାନାଙ୍କୁ ପଚରା ଉଚରା କରିବାକୁ ଜିଲାର ବିଭିନ୍ନ ଥାନାରୁ ପୋଲିସ ଆସିଥିଲେ ମଧ୍ୟ ମାତ୍ର ଗୋଟିଏ ଥାନା ଅଞ୍ଚଳରେ ହୋଇଥିବା ଲୁଟ୍‌ପାଟର ତଥ୍ୟ ଆଦାୟ କରାଯାଇପାରିଛି। ଗତ ରବିବାର ଜଣେ ତେଜରାତି ବ୍ୟବସାୟୀଙ୍କ ନିକଟରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏ ନେଇ ସୋମବାର ମାମଲା ହୋଇଥିଲେ ମଧ୍ୟ ପୋଲିସ ଅଦ୍ୟାବଧି ଲୁଟେରାଙ୍କୁ ଧରିପାରି ନାହିଁ। ଦିନକୁ ଦିନ ଲୁଟ୍‌ପାଟ ବଢ଼ୁଥିବାରୁ ଜିଲାବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି। ଏ ନେଇ ଜିଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୋଲିସ ତାହାର କାର୍ଯ୍ୟ କରୁଛି। ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ ଧରାଯାଇ କୋର୍ଟ ଚାଲାଣ କରାଯାଉଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ କିପରି ଧରାଯିବ ସେ ନେଇ ପୋଲିସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri