ଦୁର୍ବଳ ମୌସୁମୀ ଚାଷୀଙ୍କ ଚିନ୍ତା ବଢ଼ାଉଛି

ଖୋର୍ଦ୍ଧା,୪ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ବର୍ଷା ଅଭାବରୁ ଚାଷଜମି ଫାଟି ଆଁ କଲାଣି। ମୌସୁମୀ ଆଗମନରେ ବିଳମ୍ବ, ସ୍ବଳ୍ପ ବୃଷ୍ଟି କାରଣରୁ ବୁଣାଯାଇଥିବା ଧାନ ଗଜାମରୁଡ଼ି ହେବା ସହ ଅଦ୍ୟାବଧି ଅନେକ ସ୍ଥାନରେ ଧାନତଳି ପକାଯାଇପାରିନାହିଁ। ଶୁଖିଲା ବିଲକୁ ଦେଖି ଚାଷୀକୁଳ ଏବେ ମୁଣ୍ଡରେ ହାତ ବସିଛି। ଜୁନ୍‌, ଜୁଲାଇରେ ସ୍ବାଭାବିକ ବର୍ଷାଠାରୁ ଯଥେଷ୍ଟ କମ୍‌ ପରିମାଣ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି। ଗତ ତିନିଦିନ ହେବ ଲଘୁଚାପ ବର୍ଷା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ତେବେ ଏହା ଯଥେଷ୍ଟ ନୁହଁ। ଧାନ ବେଉଷଣ ଏବଂ ରୁଆପୋତା ସମୟରେ ସ୍ବଳ୍ପ ବୃଷ୍ଟି ଚାଷୀଙ୍କ ସମସ୍ୟା ବଢାଇଛି। ଅନ୍ୟପଟେ ଗତ ୩୧ ତାରିଖରୁ ଜିଲା କୃଷି ଏବଂ ମୃତ୍ତିକା ସଂରକ୍ଷଣ ବିଭାଗୀୟ କର୍ମଚାରୀ ବିଭିନ୍ନ ଦାବି ନେଇ କୃଷି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ବେଳେ କାର୍ଯ୍ୟବନ୍ଦ କରିଛନ୍ତି। କୃଷି ଅଧିକାରୀ, କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଚାଷୀ ଯୋଗାଯୋଗ କରି ନ ପାରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କୃଷି ବିଭାଗର ସୂଚନା ପ୍ରକାରେ, ଜିଲାରେ ଚଳିତବର୍ଷ ୧ଲକ୍ଷ ୨୦ହଜାର ୧୫୦ହେକ୍ଟର ଚାଷଜମି ରହିଛି। ଚଳିତ ଖରିଫ ଋତୁରେ ୧ ଲକ୍ଷ ୩ ହଜାର ୧୬୦ ହେକ୍ଟର ଜମିରେ ଧାନ ଫସଲ ହେବ। ତନ୍ମଧ୍ୟରୁ ୧୭ହଜାର ୪୭୫ ହେକ୍ଟର ଢିପ, ୪୩ହଜାର ୩୩୮ ହେକ୍ଟର ସମତୁଲ ଜମି ଏବଂ ଅବଶିଷ୍ଟ ୪୮,୮୦୭ ହେକ୍ଟର ତଳିଆ ଜମିରେ ଖରିଫ ଧାନ ଫସଲ ଅମଳ ଲକ୍ଷ୍ୟ ରହିଥିବା ବେଳେ ୨ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ସେହିପରି ଦୟା, ମଲାଗୁଣୀ ଆଦି ନଦୀ ଦ୍ୱାରା ୨୧,୦୯୦ ହେକ୍ଟର ଚାଷଜମିକୁ ଜଳସେଚନ ବ୍ୟବସ୍ଥା ରହିଥିବା ବେଳେ କେନାଲ ଦ୍ୱାରା ୬୮୧୫ହେକ୍ଟର ଜମି, ଉଠାଜଳସେଚନ ଦ୍ୱାରା ୩୩୧୭ ହେକ୍ଟର, ନଳକୂପ ଜରିଆରେ ୭୩୦ ହେକ୍ଟର ଏବଂ ଅନ୍ୟାନ୍ୟ ପ୍ରାକୃତିକ ଉତ୍ସ ଦ୍ୱାରା ୧୫୯ ହେକ୍ଟର ଚାଷଜମିକୁ ଜଳସେଚିତ ହୋଇଥାଏ। ଜିଲା ବ୍ୟାପୀ ପ୍ରାୟ ୫୬,୭୨୧ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ରହିଥିବା କୃଷି ବିଭାଗ ପକ୍ଷରୁ ଜଣାପଡିଛି। ତେବେ ଏବେ ବି ଢିପ ଜମି ପଡିଆ ପଡିରହିଛି। ଫଳରେ ଚାଷୀ ଚିନ୍ତାରେ ପଡିଛି। ବ୍ୟାଙ୍କରୁ ଋଣ କରି ଭଲ ଫସଲ ଅମଳ ପାଇଁ ଆଶା କରିଥିବା ଚାଷୀ ଚିନ୍ତାରେ ପଡିଛି।
ନବ ନିର୍ମାଣ କୃଷକ ସଙ୍ଗଠନ ଚାଷୀ ନେତା ସୁରେଶ ମାନସିଂ କହିଛନ୍ତି, ଗତ ଦୁଇବର୍ଷ ହେବ ସ୍ବାଭାବିକଠାରୁ କମ୍‌ ବର୍ଷା, ଅନାବୃଷ୍ଟି ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଗଜା ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଚାଷୀ ଚାଷ କରିଥିବା ବେଳେ ଅମଳ ସମୟରେ ଲଘୁଚାପ ବର୍ଷା, ବନ୍ୟା ଓ ବାତ୍ୟା ଯୋଗୁ ବିଲରେ ପାଣି ଜମିରହିବାରୁ ପାଚିଲା ଧାନ ପଚିଶଢି ନଷ୍ଟ ହୋଇଥିଲା। ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାନ ଦୃଶ୍ୟ ରହିଛି। ସେହିପରି ଯୁବ ଚାଷୀ ନେତା ଏମ. ମହମ୍ମଦ ଅଲ୍ଲୀ କହିଛନ୍ତି, କେନାଲରେ ପାଣି ନାହିଁ। ମଲାଗୁଣି ଓ ରାଜୁଆ ବ୍ୟାରେଜରେ ପାଣି ନାହିଁ। ପ୍ରତିବର୍ଷ ଚାଷୀ ଏନେଇ ହୋହଲ୍ଲା କରୁଛନ୍ତି। ଜଳସେଚନ ଏବଂ ଜିଲା ପ୍ରଶାସନକୁ ଦାବିପତ୍ର ଦେଉଛନ୍ତି। ତେବେ ପ୍ରତିଶ୍ରୁତି ମିଳୁଛି, ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଚାଷୀ ପ୍ରତିବର୍ଷ ଚାଷୀ କ୍ଷତି ସହୁଛନ୍ତି। ଏହାର ସ୍ଥାୟୀ ପ୍ରତିକାର ପାଇଁ ବାରମ୍ବାର ଦାବି ସତ୍ତ୍ୱେ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ଅବହେଳା ଏଥିରେ ବାଧକ ସାଜିଛି। ଉଇଲକିଶନ ନଗର ଚାଷୀ ଗୋପାଳ ପ୍ରଧାନ କହିଛନ୍ତି, ଜୁନ ମାସରେ ତଳିପକା ଯାଇ ଜୁଳାଇରେ ଧାନରୁଆ କାମ ସରିଥିଲା। ତେବେ ଚଳିତବର୍ଷ ସ୍ବାଭାବିକଠାରୁ କମ୍‌ ବର୍ଷା ଯୋଗୁ ଦୁଇଥର ବିହନ ବୁଣାଯାଇଛି। ବର୍ଷାର ଦେଖା ନ ଥିବାରୁ ଜମି ଫାଟି ଆଁ କଲାଣି। ଭାଜପା କୃଷକ ନେତା ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି, ଚାଷୀ ପ୍ରତିବର୍ଷ ସ୍ବଳ୍ପ ବୃଷ୍ଟି, ବନ୍ୟା ବାତ୍ୟା ଯୋଗୁ କ୍ଷତି ସହୁଛି। ସରକାର କେବଳ ଘୋଷଣା, ଭାଷଣବାଜିରେ ସୀମିତ ରହିଛନ୍ତି। ରାଜ୍ୟ ସରକାର ଚାଷଜମିକୁ ଜଳସେଚନ ପାଇଁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରନ୍ତୁ। ୫-ଟି ସଚିବ ଜିଲା ଗସ୍ତ ବେଳେ ଚାଷୀଙ୍କ ସମସ୍ୟା କଥା ମଧ୍ୟ ବୁଝନ୍ତୁ, ବାସ୍ତବ ଚିତ୍ର ଜାଣିପାରିବେ ବୋଲି ମଙ୍ଗରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri