ସ୍ଥିତି ସମୀକ୍ଷା ପରେ ଲକ୍‌ଡାଉନ ନେଇ ନିଆଯିବ ନିଷ୍ପତ୍ତି: ପାଓ୍ବାର

ମୁମ୍ବାଇ,୨୨।୧୧: ଭାରତରେ କରେନା ସଂକ୍ରମଣ ଥମିବାରେ ନାଁ ନେଉନି। କିଛି ଦିନର ବ୍ୟବଧାନ ପରେ ଭାରତରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଶୀତ ଋତୁରେ ଏହାକୁ ନେଇ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି କୁହାଯାଉଛି। କେତେକ ରାଜ୍ୟରେ ନଭେମ୍ବରରେ କରୋନା ଉପରମୁହାଁ ହୋଇଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, କ’ଣ ପୁଣି ଥରେ ରାଜ୍ୟ ସରକାର ଲକ୍‌ଡାଉନ ନୀତି ଆପଣାଇବେ। ଇତିମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆଗାମୀ ୨-୩ ଦିନ ମଧ୍ୟରେ ରାଜ୍ୟର ସ୍ଥିତି ସମୀକ୍ଷା କରାଯିବା ପରେ ଲକ୍‌ଡାଉନ ନେଇ ନିଷ୍ପତ୍ତି ନିଆଯିବ ବୋଲି ଅଜିତ ପାଓ୍ବାର କହିଛନ୍ତି।

Share