ବୀମା କ୍ଷତିପୂରଣ ନ ଦେଲେ ଭୋଟ୍‌ରେ ଜବାବ ଦେବୁ

ପଦ୍ମପୁର,୨।୧୧(ଡି.ଏନ.ଏ.): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି। ଅଥଚ ଦେଶର ଚାଷୀମାନେ ଆଜି ମଧ୍ୟ ଶୋଷିତ, ଋଣଗ୍ରସ୍ତ ଏବଂ ଅବହେଳିତ ଅବସ୍ଥାରେ ରହିଛନ୍ତି। କୃଷକଙ୍କ ବୃତ୍ତି ଓ ଭବିଷ୍ୟତ ପୁଞ୍ଜିପତିଙ୍କ ହାତରେ ବନ୍ଧା ପଡ଼ିଛି। ସରକାରଙ୍କ ଭୁଲନୀତି ଯୋଗୁ କୃଷକଙ୍କୁ ତାର ହକ୍‌ ମିଳୁନାହିଁ। ହକ୍‌ ପାଇଁ ସେମାନଙ୍କୁ ଲଢ଼େଇ କରିବାକୁ ପଡ଼ୁଛି। ବରଗଡ଼ ଜିଲା ପଦ୍ମପୁର ଗୋରୁ ବଜାରରେ ମଙ୍ଗଳବାର ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ନେତୃତ୍ୱରେ ହୋଇଥିବା କୃଷକ ଚେତାବନୀ ସମାବେଶରେ ଚାଷୀନେତାମାନେ ଉଦ୍‌ବୋଧନ ଦେଇ କ୍ଷୋଭ ପ୍ରକାଶ କରିଛନ୍ତି। ଚାଷୀଙ୍କ ପ୍ରତି ଏଭଳି ଅତ୍ୟାଚାର, ଅଣଦେଖାକୁ ବରଦାସ୍ତ କରାଯିବନାହିଁ ବୋଲି ଚେତାବନୀ ଦିଆଯାଇଛି। ସମାବେଶ ସରିବା ପରେ ଚାଷୀ ପ୍ରତିନିଧିମାନେ ପଦ୍ମପୁର ଉପଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ। ଚାଷୀମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୃଷକମାରଣ ନୀତିକୁ କଠୋର ସମାଲୋଚନା କରିବା ସହ ଆଗାମୀ ପଦ୍ମପୁର ଉପନିର୍ବାଚନରେ ଏହାର ଉଚିତ ଜବାବ ଦିଆଯିବ ବୋଲି ପ୍ରକାଶ କରିଥିଲେ। ଚାଷୀଙ୍କୁ ଯେତେଦିନ ପର୍ଯ୍ୟନ୍ତ ବୀମା କ୍ଷତିପୂରଣ ଏବଂ ଇନପୁଟ୍‌ ସବସିଡ଼ି ନ ମିଳିଛି, ସେତେଦିନ ଯାଏ ଧାରଣା ଜାରି ରହିବ ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ସକାଳ ୧୦ଟାରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ପାରମ୍ପରିକ ବାଦ୍ୟ, ଲଙ୍ଗଳ, ଦା’ ଧରି ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରାରେ କୋଶଲ ମୁକ୍ତି ମୋର୍ଚ୍ଚା, କୋଶଲ ସେନା ଓ ଅନେକ ଗ୍ରାମ୍ୟ କୃଷକ ସଙ୍ଗଠନ ସାମିଲ ହୋଇଥିଲେ। ପରେ ଗୋରୁବଜାର ପ୍ରାଙ୍ଗଣରେ ସଙ୍ଗଠନ ସଭାପତି ବାଞ୍ଛାନିଧି ନାୟକଙ୍କ ଅଧ୍ୟକ୍ଷତାରେ ବୀମା କ୍ଷତିପୂରଣ ଓ ଇନ୍‌ପୁଟ ସବ୍‌ସିଡି ସମେତ ୧୩ ଦଫା ଦାବିରେ ଚେତାବନୀ ସମାବେଶ ଅନୁଷ୍ଠିତ ହୋଇଥିଲା। ରାଜବୋଡାସମ୍ବର କୃଷକ ସଙ୍ଗଠନ ଆବାହକ ଅଶୋକ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ରମେଶ ମହାପାତ୍ର ଓ ଲିଙ୍ଗରାଜ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସମାବେଶରେ ବରିଷ୍ଠ ସାମ୍ବାଦିକ ରତ୍ନମଣି ଶତପଥିଙ୍କୁ ସମର୍ପିତ ସେବା ସମ୍ମାନ-୨୦୨୨, ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟଙ୍କୁ କମିହାଁ କବି ସମ୍ମାନ-୨୦୨୨ ଓ ଯୁବଚାଷୀ ଅଜିତ ବିଶ୍ୱାଳଙ୍କୁ ଆଦର୍ଶ ଯୁବ କୃଷକ ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଥିଲା। ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ନିରଞ୍ଜନ ବିଦ୍ରୋହୀ, ଅଶୋକ ପଧାନ, ବ୍ୟୋମକେଶ ଠାକୁର, ପ୍ରବକ୍ତା ସରୋଜ ମହାନ୍ତି, ଦେବେନ ପ୍ରଧାନ, ମୁରାରୀ ପୁରୋହିତ, ଠାକୁରରାମ ପଟେଲ, ଉତ୍ପନ୍ନ ଭୋଇ, ଆଇନ ପରାମର୍ଶଦାତା ଅଜିତ ଶତପଥି, ଅଶୋକ ସାହୁ, ଉପଖଣ୍ଡ ଅଧୀନ ସମସ୍ତ ବ୍ଲକ ସଙ୍ଗଠନ ସଭାପତିଗଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri