ରାସ୍ତା କାମ ନ ହେଲେ ଭୋଟ ଦେବୁନି

ବୈଶିଙ୍ଗା,୨୭ା୧(ଡି.ଏନ.ଏ.)- ରାସ୍ତା କାମ କର ନ ହେଲେ ଭୋଟ ଦେବୁନି। ଏଭଳି ସଫା ସଫା କହୁଛନ୍ତି ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଗଡ଼ଦେଉଳିଆ ପଞ୍ଚାୟତର ଭାନୁପୁର ଗ୍ରାମ ୮ନଂ. ୱାର୍ଡର ଜନସାଧାରଣ।

ଦୀର୍ଘ ଦିନ ହେଲା ରାସ୍ତା ସମସ୍ୟା ନେଇ ହଇରାଣ ହେଉଛନ୍ତି। ୧୮ନଂ. ଜାତୀୟ ରାଜପଥରୁ ଏହି ଗ୍ରାମକୁ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଜରୁରୀ ବେଳେ ଆମ୍ବୁଲାନ୍ସ କିମ୍ବା ଅନ୍ୟାନ୍ୟ ଗାଡ଼ି ମୋଟର ଗ୍ରାମକୁ ଯାଇ ପାରୁନାହିଁ। ଏ ସଂକ୍ରାନ୍ତରେ ପଲ୍ଲୀସଭା ବୈଠକରେ ବହୁଥର ଦାବି ଉପସ୍ଥାପନ କରାଯାଇଥିବା ସତ୍ତ୍ୱେ ସରପଞ୍ଚ କିମ୍ବା ବିଡ଼ିଓ ପଦକ୍ଷେପ ନେଇ ନାହାନ୍ତି।

ତେବେ ବର୍ଷେ ତଳେ ୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ମାଟି ଓ ମୋରମ ବିଛା ଯାଇଥିଲା। ମାତ୍ର ନିମ୍ନମାନର କାର୍ଯ୍ୟ ଯୋଗୁ ବର୍ଷେ ଭିତରେ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଯାଇଛି। ତେଣୁ କଂକ୍ରିଟ ରାସ୍ତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ତୁରନ୍ତ ରାସ୍ତା ନିର୍ମାଣ ନ ହେଲେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସରପଞ୍ଚ ମଧୁ ସିଂଙ୍କ ମତାମତ ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ କଲ ଗ୍ରହଣ କରି ନ ଥିଲେ। ବିଡିଓ ସଂଗ୍ରାମ କେଶରୀ ପରିଡ଼ାଙ୍କୁ ପଚାରିବାରୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ଯୋଗୁ ଏବେ କିଛି କରାଯାଇ ପାରିବ ନାହିଁ। ନିର୍ବାଚନ ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

ପଡ଼ିଆକୁ ହାତ ମିଳାଇବାକୁ ଆସିଥିଲେ ନେହେରା, ହେଲେ ଏମିତି କଲେ ବୈଭବ ସୂର୍ଯ୍ୟବଂଶୀ ଭିଡ଼ିଓ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ,୪।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗରେ ଏକ ଚମତ୍କାର ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମଇଦାନକୁ…

ଜମିରେ କୀଟନାଶକ ସିଞ୍ଚନ କରି ଶୋଇ ଆଉ ଉଠିଲେନି କୃଷିଶ୍ରମିକ, ତାପରେ….

ଗଜପତି,୪।୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମରେ ଅଭାବନୀୟ ଘଟଣା । ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି…

୨୪ ଘଣ୍ଟାରେ ଆମେରିକାକୁ ବଡ଼ ଝଟକା ଦେଲା ଇରାନ

ତେହରାନ,୪।୪: ଗତ ପାଞ୍ଚ ସପ୍ତାହ ଧରି ଚାଲିଥିବା ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବେ ସବୁଠାରୁ ବିପଜ୍ଜନକ ଏବଂ ଅନିଶ୍ଚିତ ପର୍ଯ୍ୟାୟରେ ପ୍ରବେଶ କରିଛି।…

ଆମେରିକାକୁ ଦୋହଲାଇ ଦେଲା ଇରାନ: ୨୪ ଘଣ୍ଟାରେ କଲା ଏମିତି କ୍ଷତି, ଭୁଲିହେବନି

ତେହରାନ,୪।୪: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଗୁଡ ଫ୍ରାଇଡେ ଏକ ‘କଳା ଦିବସ’ ପାଲଟିଛି। ଇରାନ ଅତି କମରେ ଆମେରିକାର ଦୁଇଟି ଲଢ଼ୁଆ ବିମାନ, ପାଞ୍ଚଟି ଡ୍ରୋନ ଏବଂ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri