ମନ୍ତ୍ରୀଙ୍କୁ ଗୃହକୁ ପୂରାଇ ଦେବୁନି: କଂଗ୍ରେସ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ପହିଲାରୁ ଆରମ୍ଭ ହେବ। ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୨୬ କାର୍ଯ୍ୟଦିବସ ରହିଛି। ତେବେ ଏହି ଅଧିବେଶନରେ ମୁଖ୍ୟତଃ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ଭିତରେ ଏବଂ ବାହାରେ ବିରୋଧୀଙ୍କ ପକ୍ଷରୁ ଶାଣିତ ଆକ୍ରମଣ କରାଯିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇସାରିଲାଣି। ଅନ୍ୟପକ୍ଷରେ ଗୃହ ଭିତରକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପୂରାଇ ଦେବେ ନାହିଁ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଅନ୍ୟପଟେ ବିଜେଡି କିନ୍ତୁ ପ୍ରଥମେ ଦୋଷ ପ୍ରମାଣ କର ତା’ପରେ ଅଭିଯୋଗ କରିବ ବୋଲି ଯୁକ୍ତି ବାଢିଛି।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମମିତାଙ୍କୁ ହାଣି ଖଣ୍ଡ ଖଣ୍ଡ କରି ଅତି ନୃଶଂସଭାବେ ହତ୍ୟା କରାଗଲା। ହେଲେ ତାଙ୍କୁ ହତ୍ୟା କରିବାର କାରଣ କ’ଣ ସେନେଇ ଏପର୍ଯ୍ୟନ୍ତ ପୋଲିସ ସ୍ପଷ୍ଟ କରିନାହିଁ। ମହାଲିଙ୍ଗ କଲେଜକୁ ବଡ଼ ବଡ଼ ଲୋକ, ମନ୍ତ୍ରୀ ଏବଂ ନେତା ଆସୁଥିଲେ। ସେଠାରେ ମନ୍ତ୍ରୀ ଏବଂ ନେତା ରାତ୍ରିଯାପନ କରିବା ସହ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିଲେ। ଏହାକୁ ଲୁଚାଇବା ଲାଗି ମମିତାଙ୍କୁ ହତ୍ୟା କରାଯାଇଛି, ଯାହା ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିନାହିଁ। କେବଳ ଗୋବିନ୍ଦ ସାହୁଙ୍କୁ ପୋଲିସ ଗିରଫକରି ଚୁପ୍‌ ବସିଛି। ଏହି ପ୍ରସଙ୍ଗକୁ କଂଗ୍ରେସ ବ୍ୟାପକ କରିବ। ଏହି ଘଟଣାରେ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଥିବା ପୀଡ଼ିତାଙ୍କ ପରିବାର ଲୋକ କରିଛନ୍ତି। ତେଣୁ ତାଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ବିଧାନସଭାରେ ଉଠାଇବୁ। ଦଳ ମମିତା ହତ୍ୟା ମାମଲାରେ କିଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିବ ସେନେଇ ବିଧାୟକ ଦଳ ବୈଠକରେ ସ୍ଥିର କରିବୁ। ତେଣୁ ଏହି ଘଟଣାରେ ଦିବ୍ୟଶଙ୍କର ନିର୍ଦ୍ଦୋଷ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଗୃହରେ ପୂରାଇ ନ ଦେବାକୁ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବୁ। ସେ ବିଧାନସଭା ଗୃହକୁ ଆସିଲେ ତାହା ଅପବିତ୍ର ହେବ। ମୁଖ୍ୟମନ୍ତ୍ରୀ ଯେହେତୁ ଗୃହରେ ରହୁନାହାନ୍ତି ସେଥିଲାଗି ଏହି ପ୍ରସଙ୍ଗରେ ଦିବ୍ୟଶଙ୍କର ଉତ୍ତର ରଖିବେ। ଏହା ମଧ୍ୟ ବିଧାନସଭାର ମର୍ଯ୍ୟାଦା କ୍ଷୁଣ୍ଣ କରିବ ବୋଲି ସେ କହିଛନ୍ତି। ଅନ୍ୟପଟେ ସାଲୁଜା ଉଠାଇଥିବା କଥାକୁ ବିଧାୟକ ସୁରେଶ କୁମାର ରାଉତରାୟ ସମର୍ଥନ କରିଛନ୍ତି।
ସାଲୁଜାଙ୍କ ପ୍ରତିକ୍ରିୟା ଉପରେ ମତ ରଖି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ଗୃହରେ ପୂରାଇ ନ ଦେବାର ଅଧିକାର କାହାର ନାହିଁ। ଏହି ବ୍ୟବସ୍ଥାକୁ ଯେଉଁମାନେ ଉଲ୍ଲଂଘନ କରିବେ ସେହି ଅନୁସାରେ ସେମାନେ ଆଇନକୁ ସମ୍ମୁଖୀନ କରିବେ। ସେମାନଙ୍କ ନିକଟରେ ଯଦି ପ୍ରମାଣ ଅଛି କୋର୍ଟ ଅଫ୍‌ ଲ’ରେ ଦିଅନ୍ତୁ। ସେମାନେ ଆଣୁଥିବା ଅଭିଯୋଗକୁ ପ୍ରମାଣ କରନ୍ତୁ। ଏଭଳି ଅଭିଯୋଗ ଆଣିଦେଲେ କିଛି ସତ ହୋଇଯିବ ନାହିଁ। ପ୍ରକୃତରେ ମନ୍ତ୍ରୀଙ୍କ ଯଦି ସମ୍ପୃକ୍ତି ଥିବ ତେବେ ମୁଖ୍ୟମନ୍ତ୍ରୀ ତଦନ୍ତ ହେବା ପରେ ରିପୋର୍ଟ ଅନୁଯାୟୀ ନିଷ୍ପତ୍ତି ଯାହା ନେବା କଥା ନେବେ। ବିରୋଧୀ ଗୃହରେ ଯେଉଁସବୁ ପ୍ରସଙ୍ଗ ଉଠାଇବେ ତା’ର ଜବାବ ଦେବାକୁ ଆମେ ପ୍ରସ୍ତୁତ। ସାଲୁଜା ଯାହା କହିବେ ତାହା ବେଦର ଗାର ନୁହେଁ ବୋଲି ଅଶ୍ୱିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri