Categories: ଜାତୀୟ

ଉତ୍ତର ପ୍ରଦେଶ ଅପେକ୍ଷା ପଶ୍ଚିମବଙ୍ଗରେ ବଡ଼ ବିଜୟ ହାସଲ କରିବୁ: ଅମିତ ଶାହା

କୋଲକତା,୭।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଛି। ଭାରତୀୟ ଜନତା ପାର୍ଟି କ୍ରମାଗତ ଭାବରେ ରାଜ୍ୟରେ ବଡ ବିଜୟ ଦାବି କରୁଛି। ଏଥି ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରୁଛନ୍ତି। ସେପଟେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ବଡ ଦାବି କରିଛନ୍ତି। ଏକ ସାକ୍ଷାତକାର ସମୟରେ ସେ କହିଛନ୍ତି ଯେ, ୨୦୧୭ରେ ଉତ୍ତରପ୍ରଦେଶ ଅପେକ୍ଷା ଦଳ ପଶ୍ଚିମବଙ୍ଗରେ ଏକ ବଡ଼ ବିଜୟ ହାସଲ କରିବ। ତେବେ ଏହି ସମୟ ମଧ୍ୟରେ ସେ ନାଗରିକତ୍ୱ ସଂଶୋଧନ ଅଧିନିୟମ ଏବଂ ନ୍ୟାଶନାଲ୍‌ ପପୁଲେଶନ ରେଜିଷ୍ଟର ଅପେକ୍ଷା କରୋନାକୁ ପ୍ରାଥମିକତା ଦେବାକୁ ସେ କହିଛନ୍ତି।

ସୂଚନାଯୋଗ୍ୟ ଭାରତୀୟ ଜନତା ପାର୍ଟି ଏବଂ ବିଶେଷ କରି ଅମିତ ଶାହା ଗତ ବର୍ଷ ଠାରୁ ପଶ୍ଚିମବଙ୍ଗରେ ବହୁତ ସକ୍ରିୟ ଅଛନ୍ତି। ସେ ଏବଂ ଭାଜପା ଜାତୀୟ ସଭାପତି ଜେପି ନଡ୍ଡା କ୍ରମାଗତ ଭାବେ ରାଜ୍ୟରେ ରାଲି ଡ୍‌କରୁଛନ୍ତି। ଶାହା ପ୍ରଥମେ ବଙ୍ଗଳାରେ ୨୦୦+ ସିଟ ଦାବି କରିଥିଲେ। ସେ କହିଥିଲେ ଯେ, ରାଜ୍ୟବାସୀ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛନ୍ତି। ସେ ଦାବି କରିଛନ୍ତି ଯେ ଏହି ବିଜୟ ୨୦୧୭ରେ ଉତ୍ତରପ୍ରଦେଶ ଅପେକ୍ଷା ଏକ ବଡ଼ ବିଜୟ ହେବ।

Share