ତେହେରାନ, ୨୨।୮: ଇରାନର ନେତୃତ୍ୱକୁ କ୍ଷତବିକ୍ଷତ କରିବା ପାଇଁ ଆମେରିକା ଇତିହାସର ସବୁଠାରୁ କଠୋର ଆର୍ଥିକ କଟକଣା ଲଗାଇବାକୁ ଘୋଷଣା କରିବା ପରେ, ଇରାନ ଏହାର ଏକ ଦୃଢ଼ ଓ କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି। ଆମେରିକାର ଏହି ନୂତନ ଏବଂ କଠୋର ଆର୍ଥିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଇରାନର ସଶସ୍ତ୍ର ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦେଶର ସାମରିକ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅର୍ଥମନ୍ତ୍ରୀ ସ୍କଟ ବେସଣ୍ଟଙ୍କ ଦ୍ୱାରା ଘୋଷିତ ଏହି ନୂତନ ଆର୍ଥିକ ଅଭିଯାନ ଅଧୀନରେ ଯେଉଁ ଦେଶଗୁଡ଼ିକ ଇରାନକୁ ସହାୟତା ପ୍ରଦାନ କରିବେ, ସେମାନଙ୍କୁ ମଧ୍ୟ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି। ଏହାକୁ ଏକ ଆର୍ଥିକ -ଡି-ଡେ ଏବଂ ଅଭୂତପୂର୍ବ ଆର୍ଥିକ ଯୁଦ୍ଧ ଭାବେ ଅଭିହିତ କରାଯାଇଛି, ଯାହାକି ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଶକ୍ତି ବଜାରରେ ଏକ ବଡ଼ଧରଣର ଅସ୍ଥିରତା ସୃଷ୍ଟି କରିଛି।
ଇରାନ ସଶସ୍ତ୍ର ବାହିନୀର ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ଶତ୍ରୁପକ୍ଷର ଯେକୌଣସି ନୂତନ ଧମକର ମୁକାବିଲା କରିବା ପାଇଁ ସ୍ଥଳଭାଗ, ଜଳପଥ, ବାୟୁସେନା ଏବଂ ସାଇବର କ୍ଷେତ୍ରରେ ଇରାନ ସମ୍ପୂରର୍ଣ ପ୍ରସ୍ତୁତ ରହିଛି। ଦେଶର ସାର୍ବଭୌମତ୍ୱ ଏବଂ ସ୍ବାଧୀନତା ରକ୍ଷା କରିବା ଦିଗରେ ଏହି କଟକଣାଗୁଡ଼ିକ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବାରିବ ନାହିଁ ବୋଲି ଇରାନର ବୈଦେଶିକ ମନ୍ତ୍ରଣାଳୟ ଦୃଢ଼ୋନ୍ତି ପ୍ରକାଶ କରିଛି।
ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍ ମତ ପ୍ରକାଶ କରିଛନ୍ତି ଯେ ଆମେରିକା ସିଧାସଳଖ ସାମରିକ ମୁକାବିଲାରେ ବିଫଳ ହୋଇ ଏବେ ଆର୍ଥିକ ଓଜ୍ଞାନକୌଶଳ ଯୁଦ୍ଧର ଆଶ୍ରୟ ନେଉଛି। ପଡ଼ୋଶୀ ଦେଶଗ୍ରାମର ସହଯୋଗ ଏବଂ ଆଭ୍ୟନ୍ତରୀଣ ଯୋଜନା ମାଧ୍ୟମରେ ଏହି ଅନ୍ୟାୟ କଟକଣାଗୁଡ଼ିକର ମୁକାବିଲା କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିଗତ ପାଞ୍ଚ ଦଶନ୍ଧି ଧରି କ୍ରମାଗତ ଭାବରେ ଆମେରିକାର କଟକଣା ଏବଂ ଚାପକୁ ସହ୍ୟ କରିଆସୁଥିବା ଇରାନ, ଏହି ନୂତନ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ସ୍ପଷ୍ଟ କରିଛି। ବିଶ୍ୱର ପ୍ରମୁଖ ବଜାର ଏବଂ ପେଟ୍ରୋଲିୟମ ରପ୍ତାନୀ ଉପରେ ଏହାର ଗଭୀର ପ୍ରଭାବ ପଢ଼ୁଥିବା ବେଳେ, କୂଟନୈତିକ ସ୍ତରରେ ଏହି ସଙ୍କଟର ସମାଧାନ ପାଇଁ ବିଭିନ୍ନ ମହଲରୁ ମତପ୍ରକାଶ ପାଇଛି।