Odisha Elections 2024
Posted inଜାତୀୟ

‘ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମେ ଏଠାରୁ ଉଠିବୁ ନାହିଁ…’ ଦିଲ୍ଲୀରେ ପୁଣି ମହିଳା କୁସ୍ତିଯୋଦ୍ଧାଙ୍କ ବିରୋଧ ପଦର୍ଶନ

ନୂଆଦିଲ୍ଲୀ,୨୩।୪: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ତଥା ନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଉଥିବା ସାମ୍ନାକୁ ଆସିଛି। ଏହି ଅଭିଯୋଗ ସହ ଘଟଣାକୁ ବିରୋଧ କରୁଥିବା ବରିଷ୍ଠ ଭାରତୀୟ କୁସ୍ତିଯୋଦ୍ଧାମାନେ ପୋଲିସରେ ଏକ ନୂତନ ଅଭିଯୋଗ ଦାଖଲ କରି ଦିଲ୍ଲୀର ଜନ୍ତରମନ୍ତରରେ ବିରୋଧ କରିଛନ୍ତି। ୭ ଜଣ ମହିଳା କୁସ୍ତିଯୋଦ୍ଧା କେନ୍ଦ୍ର ଦିଲ୍ଲୀର କନ୍ନାଟ ପ୍ଲେସ ପୋଲିସ ଷ୍ଟେଶନରେ ଫେଡେରେସନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି।

ରେସଲର ସାକ୍ଷୀ ମଲିକ କହିଛନ୍ତି , ଅଭିଯୋଗ ଆଧାରରେ ଏ ପର୍ଯ୍ୟନ୍ତ ଏଫଆଇଆର ପଞ୍ଜୀକୃତ ହୋଇନାହିଁ। ଏହି ପ୍ରସଙ୍ଗରେ ଏକ ସରକାରୀ ପ୍ୟାନେଲର ରିପୋର୍ଟ ଏ ପର୍ଯ୍ୟନ୍ତ ସାର୍ବଜନୀନ ହୋଇ ନ ଥିବାରୁ ସେ ନିରାଶ ହୋଇଛନ୍ତି। ସେ କହିଛନ୍ତି, ଆମେ ଚାହୁଁଛୁ ଯେଉଁ ରିପୋର୍ଟରେ ମହିଳା ରେସଲରଙ୍କ ବିବୃତ୍ତି ରେକର୍ଡ କରାଯାଇଛି, ତାହା ସାର୍ବଜନୀନ କରାଯାଉ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଅଭିଯୋଗକାରୀଙ୍କ ମଧ୍ୟରୁ ଜଣେ ନାବାଳିକା। ତେବେ ଅଭିଯୋଗକାରୀଙ୍କ ନାମ ଲିକ ହେବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି। ବ୍ରିଜ ଭୂଷଣ ଗିରଫ ନ ହେବା ପର୍ଯ୍ୟନ୍ତ କେହି ଏଠାରୁ ହଟିବେ ନାହିଁ ବୋଲି ବରିଷ୍ଠ ରେସଲର ବଜରଙ୍ଗ ପୁନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦଳ ହେବ ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ହେଡେନ୍‌

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲୀୟ ପୂର୍ବତନ କିମ୍ବଦନ୍ତୀ ମାଥ୍ୟୁ ହେଡେନ ଆଇପିଏଲ ୨୦୨୪ ବିଜେତା ସମ୍ବନ୍ଧରେ ପୂର୍ବାନୁମାନ କରିଛନ୍ତି। ଏକ ସାକ୍ଷାତକାରରେ ହେଡେନ ରାଜସ୍ଥାନ ଏଥର କପ୍‌ ନେବ...

Video: ସ୍ୱାତୀ ମାଲିୱାଲଙ୍କୁ ଏହିପରି ଦୁର୍ବ୍ୟବହାର କରିଥିଲେ ବୈଭବ କୁମାର

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। ଏହି...

କୋଭାକ୍ସିନ ନେବାର ବର୍ଷେ ପରେ ୩୦% ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ

ନୂଆଦିଲ୍ଲୀ,୧୭/୫:ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କମ୍ପାନୀ ପ୍ରସ୍ତୁତ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଓ ପ୍ଲେଟ୍‌ଲେଟ୍‌ କାଉଣ୍ଟ କମିଯିବା ଭଳି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା...

”୭-୮ ଚାପୁଡ଼ା, ଛାତି, ପେଟକୁ ଗୋଇଠା ମାରିଲେ”: FIR’ରେ ଲେଖିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। କେଜ୍ରିୱାଲଙ୍କ...

ତାସ ଭଳି ଅଲଗା ହୋଇଗଲେଣି ବିରୋଧୀ, ବାରାବାଙ୍କିରେ ମୋଦିଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶର ବାରବାଙ୍କି ଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏଠାରେ ସେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ...

ମହାରାଷ୍ଟ୍ରକୁ ନେଇ ବଡ ଭବିଷ୍ୟବାଣୀ କଲେ ଉଦ୍ଧବ ଠାକରେ

ମୁମ୍ବାଇ,୧୭।୫: ନିର୍ବାଚନ ପରିବେଶ ମଧ୍ୟରେ ଶିବସେନା (ୟୁବିଟି ଦଳ) ମୁଖ୍ୟ ଉଦ୍ଧବ ଠାକରେ ଏକ ବଡ଼ ଦାବି କରିଛନ୍ତି। ସେ ଆଶା କରୁଛନ୍ତି ଯେ ୨୦୨୪...

ରତନ ଟାଟାଙ୍କ ଏୟାର ଇଣ୍ଡିଆ ବିରୋଧରେ ମାମଲା ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୫: ଏୟାର ଇଣ୍ଡିଆ ଲିମିଟେଡ ସମ୍ବନ୍ଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ’ ୧୬ରେ ସୁପ୍ରିମକୋର୍ଟ କହିଛନ୍ତି, ଜାନୁଆରୀ ୨୦୨୨ରେ ଏୟାର...

ଓଡ଼ିଶା ପାଇଁ ଭାଜପା ଖୋଜୁଛି ମୁଖ୍ୟମନ୍ତ୍ରୀ ଫେସ୍‌, ଆଗରେ ଅଛନ୍ତି ଧର୍ମେନ୍ଦ୍ରଙ୍କ ସମେତ ଏସବୁ ନେତା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭।୫: ଲୋକ ସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ରାଜ୍ୟରେ ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି। କାରଣ ବିଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri