‘ଆମ ଭବିଷ୍ୟତ ଆମେ ସ୍ଥିର କରିବୁ’

ତାଇପେ,୧୧ା୮: ଆମେରିକୀୟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରଠାରୁ ଚାଇନା ସହ ତାଙ୍କର ମତଭେଦ ବୃଦ୍ଧି ପାଇବାରେ ଲାଗିଛି। ଚାଇନା ଏବଂ ତାଇଓ୍ବାନ ନିଜ ନିଜ ସୀମାରେ (ଚାଇନା-ତାଇଓ୍ବାନ) ସାମରିକ ଅଭ୍ୟାସରେ ନିୟୋଜିତ ଅଛନ୍ତି। ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଭୟ ଆହୁରି ଗଭୀର ହେବାରେ ଲାଗିଛି। ଏହି ସମୟରେ ତାଇଓ୍ବାନ ଚାଇନା ‘ଓ୍ବାନ୍‌ କଣ୍ଟ୍ରି, ଟୁ ସିଷ୍ଟମସ୍‌’ ଅର୍ଥାତ୍‌ ଗୋଟିଏ ଦେଶ, ଦୁଇଟି ପ୍ରଣାଳୀ’ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ, ତାଇଓ୍ବାନ ଚାଇନାର କୌଣସି ସର୍ତ୍ତ ଗ୍ରହଣ କରିବ ନାହିଁ ଏବଂ ନିଜ ଭବିଷ୍ୟତ ସ୍ଥିର କରିବାକୁ ସକ୍ଷମ ଅଟେ।

ତାଇଓ୍ବାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିଆଯାଇଥିବା ସୂଚନା ଅନୁଯାୟୀ, ଚାଇନା ତାଇଓ୍ବାନର ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି। ସେ ଆମେରିକାର ହାଉସ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇପେ ଗସ୍ତ ମାଧ୍ୟମରେ ଏକ ବାହାନା ପାଇଲେ।

ତାଇଓ୍ବାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜୋନ ଓୟୁ ରାଜଧାନୀ ତାଇପେରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ତାଇଓ୍ବାନର ଲୋକମାନେ ନିଜର ଭବିଷ୍ୟତ ସ୍ଥିର କରିପାରିବେ।

Share