Categories: ଜାତୀୟ

ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ନିରାପଦରେ ଫେରାଇ ଆଣିବୁ: ଭାରତୀୟ ରାଷ୍ଟ୍ରଦୂତ

ଗାନ୍ଧିନଗର,୧୭।୮: ତାଲିବାନ ସଙ୍କଟ ମଧ୍ୟରେ କାବୁଲରୁ ଭାରତରେ ପହଞ୍ଚିଛନ୍ତି ଭାରତୀୟ ରାଷ୍ଟ୍ରଦୂତ ରୁଦ୍ରେନ୍ଦ୍ର ଟଣ୍ଡନ। ମଙ୍ଗଳବାର ଗୁଜୁରାଟର ଜାମନଗରରେ କାବୁଲରୁ ବାୟୁସେନା ସି-୧୭ ଗ୍ଲୋବାମାଷ୍ଟର ବିମାନରେ ପହଞ୍ଚିଥିବା ଭାରତୀୟ ରାଷ୍ଟ୍ରଦୂତ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଆଫଗାନିସ୍ତାନର ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ଆମେ ସେଠାରେ ଯେତେ ଭାରତୀୟ ଫସି ରହିଛନ୍ତି, ସେମାନଙ୍କୁ ନିରାପଦରେ ଫେରାଇ ଆଣିବୁ। ଆଫଗାନିସ୍ତାନରେ ଆମେ ଲୋକଙ୍କୁ ଛାଡି ନାହୁଁ। ସେମାନଙ୍କ ସୁରକ୍ଷା ପାଇଁ ଚିନ୍ତିତ। ସେମାନଙ୍କ ସହିତ ନିରନ୍ତର ସମ୍ପର୍କ ରଖିବାକୁ ଚେଷ୍ଟା କରିବୁ। ମୁଁ ଅଧିକ ବିସ୍ତାର କରିପାରିବି ନାହିଁ, କିନ୍ତୁ ସେଠାରେ ପରିସ୍ଥିତି ବଦଳୁଛି ।
ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ବିମାନ ଭାରତୀୟ ରାଷ୍ଟ୍ରଦୂତ ଏବଂ ଦୂତାବାସ କର୍ମଚାରୀଙ୍କ ସମେତ ପ୍ରାୟ ୧୨୦ ଯାତ୍ରୀଙ୍କୁ ନେଇ ଗୁଜୁରାଟର ଜାମନଗରରେ ପହଞ୍ଚିଛି।

Share