ବାଇଡେନଙ୍କ ଶପଥ ଗ୍ରହଣର ୩ ଘଣ୍ଟା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ଛାଡ଼ିଲେ ଟ୍ରମ୍ପ

ଓ୍ବାଶିଂଟନ,୨୦।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଜୋ ବାଇଡେନ। ଏହି ଉତ୍ସବର ମାତ୍ର ୩ ଘଣ୍ଟା ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍‌ ହାଉସ (ରାଷ୍ଟ୍ରପତି ଭବନ) ଛାଡ଼ିଛନ୍ତି।

‘ମୁଁ ବିଦାୟ ଜଣାଇବାକୁ ଚାହୁଁଛି। କିନ୍ତୁ ଆଶା କରୁଛି, ଏହା ଦୀର୍ଘକାଳିନ ବିଦାୟ ନୁହେଁ। ଗତ ୪ ବର୍ଷ ଅତି ଚମତ୍କାର ଥିଲା। ଆପଣମାନଙ୍କ ରାଷ୍ଟ୍ରପତି ହେବା ମୋ ପାଇଁ ସବୁଠୁ ବଡ଼ ସମ୍ମାନର ବିଷୟ। ଆମେ ଫେରିବୁ ’ବୋଲି ବିଦାୟୀ ଭାଷଣରେ ଟ୍ରମ୍ପ କହିଛନ୍ତି। ଏହାପରେ ସେ ଓ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ମାରିନ ଓ୍ବାନ ହେଲିକପ୍ଟର ଯୋଗେ ଫ୍ଲୋରିଡା ଚାଲିଯାଇଥିଲେ। ୭୪ ବର୍ଷୀୟ ଟ୍ରମ୍ପ ବିଦାୟୀ ଭାଷଣରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ପରୋକ୍ଷରେ ସୂଚନା ଦେଇଛନ୍ତି।

Share