ମୁହଁ ଢାଙ୍କିବାକୁ ବାଧ୍ୟହେଲୁ

କାବୁଲ, ୨୩ା୫ : ତାଲିବାନୀ କଟକଣା ଆଗରେ ଶେଷରେ ହାର ମାନିଛନ୍ତି ଆଫଗାନ୍‌ ମହିଳା। ଗତବର୍ଷ ଅଗଷ୍ଟ ୧୫ରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ କାବୁଲ ଦଖଲ କରିଥିବାବେଳେ ମହିଳାମାନେ ପ୍ରଥମେ ଦୃଢ଼ ବିରୋଧ କରିଥିଲେ। ନିକଟରେ ତାଲିବାନୀ ଶାସକ ମହିଳା ଟିଭି ଉପସ୍ଥାପିକାମାନଙ୍କ ଉଦ୍ଦେଶ୍ୟରେ ବୁର୍ଖା ପିନ୍ଧିବା ପାଇଁ ଫତଓ୍ବା ଜାରି କରିଥିଲେ। ଉପସ୍ଥାପିକାମାନେ ଏହାକୁ ଭ୍ରୂକ୍ଷେପ କରି ନ ଥିଲେ। କିନ୍ତୁ ରବିବାର ଅନେକ ଉପସ୍ଥାପିକା ନିଜ ମୁହଁ ଢାଙ୍କି ଖବର ପରିବେଷଣ କରିଥିଲେ। ପ୍ରଥମେ ଆମେ ଏହାକୁ ବିରୋଧ କରିଥିଲୁ। କିନ୍ତୁ ମୁହଁ ନ ଢାଙ୍କିଲେ ଚ୍ୟାନେଲରୁ ବାହାର କରି ଦିଆଯିବ ବୋଲି ଆମକୁ କୁହାଯାଇଥିଲା।

ଟିଭି ଚ୍ୟାନେଲଗୁଡ଼ିକ ଉପରେ ମଧ୍ୟ ଚାପ ବଢ଼ୁଛି। ତେଣୁ ସେମାନେ ବାଧ୍ୟ ହୋଇ ମୁହଁ ଢାଙ୍କିଥିବା ଟୋଲୋ ନ୍ୟୁଜ୍‌ର ସୋନିଆ ନିଆଜି କହିଛନ୍ତି। ସୋନିଆଙ୍କ ଭଳି ଆରିଆନା ଟିଭି, ଶମ୍‌ଶାଦ୍‌ ଟିଭି ଏବଂ ଓ୍ବାନ୍‌ ଟିଭିର ଉପସ୍ଥାପିକାମାନେ ମଧ୍ୟ ସେମାନଙ୍କ ମୁହଁ ଘୋଡ଼ାଇ କାର୍ଯ୍ୟକ୍ରମ ଉପସ୍ଥାପନ କରିଛନ୍ତି। ପୂର୍ବରୁ ଆଫଗାନିସ୍ତାନର ମହିଳାଙ୍କୁ ନ୍ୟୁଜ୍‌ ପଢ଼ିବାବେଳେ କେବଳ ହେଡ୍‌ସ୍କାର୍ଫ ପିନ୍ଧିବାକୁ ପଡ଼ୁଥିଲା। ଇତିମଧ୍ୟରେ ଉପସ୍ଥାପିକାମାନଙ୍କ ସମର୍ଥନରେ ଟୋଲୋ ନ୍ୟୁଜ୍‌ ସମେତ ଅନ୍ୟ କେତେକ ଚ୍ୟାନେଲର ପୁରୁଷ କର୍ମଚାରୀ ଏବଂ ଖବରଦାତା ମଧ୍ୟ ମୁହଁ ଢାଙ୍କି ପ୍ରତିବାଦ ଜଣାଇଥିଲେ। ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଡ୍ରେସ୍‌କୋଡ୍‌ ପାଳନ କରିଥିବାରୁ ତାଲିବାନ୍‌ ସରକାରଙ୍କ ମୁଖପାତ୍ର ମହମ୍ମଦ ଅକିବ୍‌ ସାଦିକ୍‌ ମହଜିର ପ୍ରଶଂସା କରିଛନ୍ତି। ତାଲିବାନ୍‌ କର୍ତ୍ତୃପକ୍ଷ ଟିଭି ଉପସ୍ଥାପିକାମାନଙ୍କ କାର୍ଯ୍ୟକୁ ବିରୋଧ କରୁ ନ ଥିବା ସେ କହିଛନ୍ତି।

ଏହି କଠୋର ନିର୍ଦ୍ଦେଶ କେବଳ ଉପସ୍ଥାପିକାମାନଙ୍କ ପାଇଁ ନୂଆ କରି ହୋଇନାହିଁ। ଗତବର୍ଷ କ୍ଷମତାକୁ ଆସିବା ପରେ ମହିଳା ଓ ଶିଶୁକନ୍ୟାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା କର୍ମୀ ଏପରିକି ଜାତିସଂଘ ମିଶନରେ କାମ କରୁଥିବା ପ୍ରତିନିଧିଙ୍କୁ ମଧ୍ୟ ଅନୁରୂପ ନିର୍ଦ୍ଦେଶ ଦେଇଥିଲା ଏହି ଆତଙ୍କବାଦୀ ସଙ୍ଗଠନ। ଚଳିତମାସ ସୁପ୍ରିମ ଲିଡର ହବିତୁଲ୍ଲା ଅଖୁନ୍ଦଜାଦା ସର୍ବସାଧାରଣରେ ମହିଳାମାନେ ପାରମ୍ପରିକ ବୁର୍ଖା ପରିଧାନ କରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ୨ ଦଶନ୍ଧି ଧରି ସୈନ୍ୟ ଛାଉଣୀ କରି ରଖିଥିବା ଆମେରିକା ସେଠାରୁ ଫେରିବା ପରେ ଆଫଗାନ୍‌ ମହିଳାଙ୍କ ଦୁର୍ଦ୍ଦଶା ବଢ଼ିଛି। ସେମାନଙ୍କ ଉପରେ ଜାରି କରିଥିବା କଟକଣା ପ୍ରତ୍ୟାହାର ନ କଲେ ତାଲିବାନ୍‌ ସରକାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓ୍ବାଶିଂଟନ୍‌ କହିଥିଲା। କିନ୍ତୁ ରବିବାର ଆମେରିକା ପକ୍ଷରୁ ପ୍ରତିକ୍ରିୟା ଆସିନାହିଁ।

 

ଆହୁରି ବର୍ବର ଥିଲା ପୂର୍ବ ଶାସନ

୧୯୯୬ରୁ ୨୦୦୧ ମଧ୍ୟରେ ତାଲିବାନ୍‌ ପ୍ରଥମ ଥର ପାଇଁ ଶାସନକୁ ଆସିଥିବାବେଳେ ରକ୍ଷଣଶୀଳତା ନାଁରେ ଅନେକ ମହିଳାବିରୋଧୀ ପଦକ୍ଷେପ ନେଇଥିଲା। ସେତେବେଳେ ମହିଳାଙ୍କୁ ଆପାଦମସ୍ତକ ବୁର୍ଖା ପରିଧାନ ପାଇଁ ବାଧ୍ୟ କରାଯାଉଥିଲା, ଯହିଁରେ ଆଖିପାଇଁ କେବଳ ଦୁଇଟି ଫାଙ୍କ ରହିଥିଲା। ଝିଅମାନଙ୍କୁ ସ୍କୁଲକୁ ଯିବା, ଖେଳକୁଦ, ନାଚଗୀତରେ ଭାଗ ନେବା ଭଳି ସ୍ବାଧୀନତାରୁ ତାଲିବାନ୍‌ ବଞ୍ଚିତ କରିଥିଲା। ପୂର୍ବ ବର୍ବରତାକୁ ମନେପକାଇ ଚିନ୍ତିତ ଆଫ୍‌ଗାନ ମହିଳା ଏଥିପାଇଁ ତାଲିବାନ୍‌ ଶାସନକୁ ମୂଳରୁ ବିରୋଧ କରିଥିଲେ।

ତାଲିବାନ୍‌ ଅନ୍ତର୍ଜାତୀୟ ସ୍ବୀକୃତି ପାଇଁ ନିଜ ଛବି ସୁଧାରିବାକୁ ଉଦ୍ୟମ କରୁଥିଲେ ହେଁ ମୂଳ ପ୍ରକୃତି ଛାଡ଼ିପାରୁନାହିଁ। ଗତ ମାର୍ଚ୍ଚରେ ତାଲିବାନ୍‌ ବାଳିକା ବିଦ୍ୟାଳୟଗୁଡ଼ିକରେ ତାଲା ଝୁଲାଇ ଦେଇଥିବାବେଳେ ନିକଟରେ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନୀ କହିଥିଲେ, ଝିଅଙ୍କୁ ସ୍କୁଲକୁ ଫେରାଇ ଆଣିବା ପ୍ରତିଶ୍ରୁତି ଆମେ ପୂରଣ କରିବୁ। ତେବେ ଏଥିପାଇଁ ସେ କୌଣସି ସମୟ ଧାର୍ଯ୍ୟ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri