ମୁହଁ ଢାଙ୍କିବାକୁ ବାଧ୍ୟହେଲୁ

କାବୁଲ, ୨୩ା୫ : ତାଲିବାନୀ କଟକଣା ଆଗରେ ଶେଷରେ ହାର ମାନିଛନ୍ତି ଆଫଗାନ୍‌ ମହିଳା। ଗତବର୍ଷ ଅଗଷ୍ଟ ୧୫ରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ କାବୁଲ ଦଖଲ କରିଥିବାବେଳେ ମହିଳାମାନେ ପ୍ରଥମେ ଦୃଢ଼ ବିରୋଧ କରିଥିଲେ। ନିକଟରେ ତାଲିବାନୀ ଶାସକ ମହିଳା ଟିଭି ଉପସ୍ଥାପିକାମାନଙ୍କ ଉଦ୍ଦେଶ୍ୟରେ ବୁର୍ଖା ପିନ୍ଧିବା ପାଇଁ ଫତଓ୍ବା ଜାରି କରିଥିଲେ। ଉପସ୍ଥାପିକାମାନେ ଏହାକୁ ଭ୍ରୂକ୍ଷେପ କରି ନ ଥିଲେ। କିନ୍ତୁ ରବିବାର ଅନେକ ଉପସ୍ଥାପିକା ନିଜ ମୁହଁ ଢାଙ୍କି ଖବର ପରିବେଷଣ କରିଥିଲେ। ପ୍ରଥମେ ଆମେ ଏହାକୁ ବିରୋଧ କରିଥିଲୁ। କିନ୍ତୁ ମୁହଁ ନ ଢାଙ୍କିଲେ ଚ୍ୟାନେଲରୁ ବାହାର କରି ଦିଆଯିବ ବୋଲି ଆମକୁ କୁହାଯାଇଥିଲା।

ଟିଭି ଚ୍ୟାନେଲଗୁଡ଼ିକ ଉପରେ ମଧ୍ୟ ଚାପ ବଢ଼ୁଛି। ତେଣୁ ସେମାନେ ବାଧ୍ୟ ହୋଇ ମୁହଁ ଢାଙ୍କିଥିବା ଟୋଲୋ ନ୍ୟୁଜ୍‌ର ସୋନିଆ ନିଆଜି କହିଛନ୍ତି। ସୋନିଆଙ୍କ ଭଳି ଆରିଆନା ଟିଭି, ଶମ୍‌ଶାଦ୍‌ ଟିଭି ଏବଂ ଓ୍ବାନ୍‌ ଟିଭିର ଉପସ୍ଥାପିକାମାନେ ମଧ୍ୟ ସେମାନଙ୍କ ମୁହଁ ଘୋଡ଼ାଇ କାର୍ଯ୍ୟକ୍ରମ ଉପସ୍ଥାପନ କରିଛନ୍ତି। ପୂର୍ବରୁ ଆଫଗାନିସ୍ତାନର ମହିଳାଙ୍କୁ ନ୍ୟୁଜ୍‌ ପଢ଼ିବାବେଳେ କେବଳ ହେଡ୍‌ସ୍କାର୍ଫ ପିନ୍ଧିବାକୁ ପଡ଼ୁଥିଲା। ଇତିମଧ୍ୟରେ ଉପସ୍ଥାପିକାମାନଙ୍କ ସମର୍ଥନରେ ଟୋଲୋ ନ୍ୟୁଜ୍‌ ସମେତ ଅନ୍ୟ କେତେକ ଚ୍ୟାନେଲର ପୁରୁଷ କର୍ମଚାରୀ ଏବଂ ଖବରଦାତା ମଧ୍ୟ ମୁହଁ ଢାଙ୍କି ପ୍ରତିବାଦ ଜଣାଇଥିଲେ। ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଡ୍ରେସ୍‌କୋଡ୍‌ ପାଳନ କରିଥିବାରୁ ତାଲିବାନ୍‌ ସରକାରଙ୍କ ମୁଖପାତ୍ର ମହମ୍ମଦ ଅକିବ୍‌ ସାଦିକ୍‌ ମହଜିର ପ୍ରଶଂସା କରିଛନ୍ତି। ତାଲିବାନ୍‌ କର୍ତ୍ତୃପକ୍ଷ ଟିଭି ଉପସ୍ଥାପିକାମାନଙ୍କ କାର୍ଯ୍ୟକୁ ବିରୋଧ କରୁ ନ ଥିବା ସେ କହିଛନ୍ତି।

ଏହି କଠୋର ନିର୍ଦ୍ଦେଶ କେବଳ ଉପସ୍ଥାପିକାମାନଙ୍କ ପାଇଁ ନୂଆ କରି ହୋଇନାହିଁ। ଗତବର୍ଷ କ୍ଷମତାକୁ ଆସିବା ପରେ ମହିଳା ଓ ଶିଶୁକନ୍ୟାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା କର୍ମୀ ଏପରିକି ଜାତିସଂଘ ମିଶନରେ କାମ କରୁଥିବା ପ୍ରତିନିଧିଙ୍କୁ ମଧ୍ୟ ଅନୁରୂପ ନିର୍ଦ୍ଦେଶ ଦେଇଥିଲା ଏହି ଆତଙ୍କବାଦୀ ସଙ୍ଗଠନ। ଚଳିତମାସ ସୁପ୍ରିମ ଲିଡର ହବିତୁଲ୍ଲା ଅଖୁନ୍ଦଜାଦା ସର୍ବସାଧାରଣରେ ମହିଳାମାନେ ପାରମ୍ପରିକ ବୁର୍ଖା ପରିଧାନ କରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ୨ ଦଶନ୍ଧି ଧରି ସୈନ୍ୟ ଛାଉଣୀ କରି ରଖିଥିବା ଆମେରିକା ସେଠାରୁ ଫେରିବା ପରେ ଆଫଗାନ୍‌ ମହିଳାଙ୍କ ଦୁର୍ଦ୍ଦଶା ବଢ଼ିଛି। ସେମାନଙ୍କ ଉପରେ ଜାରି କରିଥିବା କଟକଣା ପ୍ରତ୍ୟାହାର ନ କଲେ ତାଲିବାନ୍‌ ସରକାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓ୍ବାଶିଂଟନ୍‌ କହିଥିଲା। କିନ୍ତୁ ରବିବାର ଆମେରିକା ପକ୍ଷରୁ ପ୍ରତିକ୍ରିୟା ଆସିନାହିଁ।

 

ଆହୁରି ବର୍ବର ଥିଲା ପୂର୍ବ ଶାସନ

୧୯୯୬ରୁ ୨୦୦୧ ମଧ୍ୟରେ ତାଲିବାନ୍‌ ପ୍ରଥମ ଥର ପାଇଁ ଶାସନକୁ ଆସିଥିବାବେଳେ ରକ୍ଷଣଶୀଳତା ନାଁରେ ଅନେକ ମହିଳାବିରୋଧୀ ପଦକ୍ଷେପ ନେଇଥିଲା। ସେତେବେଳେ ମହିଳାଙ୍କୁ ଆପାଦମସ୍ତକ ବୁର୍ଖା ପରିଧାନ ପାଇଁ ବାଧ୍ୟ କରାଯାଉଥିଲା, ଯହିଁରେ ଆଖିପାଇଁ କେବଳ ଦୁଇଟି ଫାଙ୍କ ରହିଥିଲା। ଝିଅମାନଙ୍କୁ ସ୍କୁଲକୁ ଯିବା, ଖେଳକୁଦ, ନାଚଗୀତରେ ଭାଗ ନେବା ଭଳି ସ୍ବାଧୀନତାରୁ ତାଲିବାନ୍‌ ବଞ୍ଚିତ କରିଥିଲା। ପୂର୍ବ ବର୍ବରତାକୁ ମନେପକାଇ ଚିନ୍ତିତ ଆଫ୍‌ଗାନ ମହିଳା ଏଥିପାଇଁ ତାଲିବାନ୍‌ ଶାସନକୁ ମୂଳରୁ ବିରୋଧ କରିଥିଲେ।

ତାଲିବାନ୍‌ ଅନ୍ତର୍ଜାତୀୟ ସ୍ବୀକୃତି ପାଇଁ ନିଜ ଛବି ସୁଧାରିବାକୁ ଉଦ୍ୟମ କରୁଥିଲେ ହେଁ ମୂଳ ପ୍ରକୃତି ଛାଡ଼ିପାରୁନାହିଁ। ଗତ ମାର୍ଚ୍ଚରେ ତାଲିବାନ୍‌ ବାଳିକା ବିଦ୍ୟାଳୟଗୁଡ଼ିକରେ ତାଲା ଝୁଲାଇ ଦେଇଥିବାବେଳେ ନିକଟରେ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନୀ କହିଥିଲେ, ଝିଅଙ୍କୁ ସ୍କୁଲକୁ ଫେରାଇ ଆଣିବା ପ୍ରତିଶ୍ରୁତି ଆମେ ପୂରଣ କରିବୁ। ତେବେ ଏଥିପାଇଁ ସେ କୌଣସି ସମୟ ଧାର୍ଯ୍ୟ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri