Posted inଜାତୀୟ

ଆମକୁ ‘ଗୁଜରାଟର ଗଧ’ କହୁଥିଲେ: ମୋଦି

ନୂଆଦିଲ୍ଲୀ,୧୦ା୨: ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୫ ବର୍ଷ ତଳର କଟାକ୍ଷକୁ ଏ ଯାଏ ଭୁଲି ପାରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁପି ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅବ୍ୟବହିତ ପୂର୍ବରୁ ମୋଦି ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ସେମାନେ ଆମକୁ ‘ଗୁଜରାଟର ଗଧ’ କହୁଥିଲେ। ଏହି ଦୁଇଜଣଙ୍କ ପ୍ରଦର୍ଶନକୁ ୟୁପି ଜନତା ଦେଖିସାରିଛନ୍ତି। ଦୁହିଁଙ୍କୁ ଲୋକେ ଉପଯୁକ୍ତ ଶିକ୍ଷା ଦେଇଛନ୍ତି। ଏପରି କି ଆଉ ଗୋଟିଏ ସମୟରେ ବୁଆଜୀ (ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ) ମଧ୍ୟ ସେମାନଙ୍କ ସହ ମିଶି ଯାଇଥିଲେ। ହେଲେ ମିଛ ସମାଜବାଦ ଏବଂ ପାରିବାରିକ ରାଜନୀତି କାମ କରି ନ ଥିଲା ବୋଲି ମୋଦି କହିଛନ୍ତି।
ବୁଧବାର ଦେଇଥିବା ସାକ୍ଷାତ୍‌କାରରେ ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁର ବିଧାନସଭା ନିର୍ବାଚନ, କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଏବଂ ଫିରୋଜପୁରରେ ତାଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ସମେତ ଅନ୍ୟ କେତେକ ପ୍ରସଙ୍ଗ ଉପରେ ମଧ୍ୟ ମତ ରଖିଛନ୍ତି। ଲଖିମପୁର ଖେରିରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଗାଡ଼ି ମଡ଼ାଇ ୪ ଚାଷୀ ଓ ଜଣେ ଖବରଦାତାଙ୍କୁ ହତ୍ୟା କରିବା ପ୍ରସଙ୍ଗରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ଯୋଗୀ ଆଦିତ୍ୟନାଥ ସରକାର ସ୍ବଚ୍ଛତାର ସହ କାର୍ଯ୍ୟ କରୁଛନ୍ତି। ସେହିପରି ସିବିଆଇ, ଇଡି ଏବଂ ଆୟକର ବିଭାଗ ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ଲୋକଙ୍କ ବିରୋଧରେ ଲଗାଯାଉଥିବା ଅଭିଯୋଗକୁ ପ୍ରଧାନମନ୍ତ୍ରୀ ଖଣ୍ଡନ କରିଛନ୍ତି। ପଞ୍ଜାବର ଫିରୋଜପୁର ଗସ୍ତବେଳେ କୃଷକଙ୍କ ବିରୋଧ ଯୋଗୁ ଫ୍ଲାଏଓଭର ଉପରେ ୨୦ ମିନିଟ୍‌ ଫସି ରହି ଦିଲ୍ଲୀ ଫେରିବା ପ୍ରସଙ୍ଗରେ ସେ କହିଛନ୍ତି, ମନ୍ତବ୍ୟ ଦେଲେ ତଦନ୍ତ ପ୍ରଭାବିତ ହୋଇପାରେ। ସୁପ୍ରିମକୋର୍ଟ ଏହି ବିଷୟରେ ଗମ୍ଭୀରତାର ସହ ବିଚାର କରୁଛନ୍ତି। ୩ କୃଷି ଆଇନ କାର୍ଯ୍ୟକାରୀ ହୋଇଥିଲେ ଦେଶର ଚାଷୀ ଉପକୃତ ହୋଇଥାନ୍ତେ। ତେବେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସେଗୁଡ଼ିକୁ ଫେରାଇ ନିଆଗଲା ବୋଲି ସଫେଇ ଦେଇଛନ୍ତି। ସାକ୍ଷାତ୍‌କାରରେ ପ୍ରଧାନମନ୍ତ୍ରୀ ଭାଜପା ପାଇଁ ନିର୍ବାଚନ ପ୍ରଚାର ସୁଯୋଗକୁ ହାତଛଡ଼ା କରିନାହାନ୍ତି। ଭାଜପା ଏଥର ପୁଣି ଜିତୁଛି। ସବୁଠି ଗୈରିକ ଦଳର ହାଓ୍ବା। ୫ ରାଜ୍ୟରେ ବିପୁଳ ସଂଖ୍ୟାଗରିଷ୍ଠତା ମିଳିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।

ୟୁପି ନିର୍ବାଚନ: ଗଧ ଉପାଖ୍ୟାନ

୨୦୧୭ ବିଧାନସଭା ନିର୍ବାଚନ ବେଳେ ସମାଜବାଦୀ ପାର୍ଟି ଶାସିତ ୟୁପିରେ ହଠାତ୍‌ ଗଧ ଉପାଖ୍ୟାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ମୁଖ୍ୟମନ୍ତ୍ରୀ ଥିଲେ ଏସ୍‌ପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପୁଅ ଅଖିଳେଶ ଯାଦବ। ବିଧାନସଭା ନିର୍ବାଚନ ପ୍ରଚାର ଜୋର୍‌ ଧରି ଆସୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍କାଳୀନ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୟୁପିକୁ ତୋଫାନୀ ଗସ୍ତ କରୁଥିଲେ। ମୁଖ୍ୟମନ୍ତ୍ରୀ ଅଖିଳେଶ ଫେବୃୟାରୀ ୨୧ରେ ମୋଦି-ଶାହାଙ୍କୁ କଟାକ୍ଷ କରି ‘ଗୁଜରାଟ କେ ଗଧେ’ କହିଥିଲେ। ଏସ୍‌ପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ କେତେକ ସଭାରେ ଗଧ କଥା ଉଠାଇ ପ୍ରଚାର କରିଥିଲେ। ସେତେବେଳେ ଟିଭିରେ ଗୁଜରାଟ ସରକାରଙ୍କ ଏକ ବିଜ୍ଞାପନ ଦେଖିବାକୁ ମିଳୁଥିଲା। ଗୁଜରାଟ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ୍‌ ଆମ୍ବାସାଡର ଅଭିନେତା ଅମିତାଭ ବଚ୍ଚନ ଗଧଙ୍କୁ ନେଇ ପ୍ରସ୍ତୁତ ଏକ ଭିଡିଓ ଜରିଆରେ ଟୁରିଜମ୍‌ କ୍ୟାମ୍ପେନ୍‌କୁ ଆଗକୁ ବଢ଼ାଇଥିଲେ। ଏହି ପରିପ୍ରେକ୍ଷୀରେ ଅଖିଳେଶ ଗୁଜରାଟର ଗଧଙ୍କ ପାଇଁ ପ୍ରଚାର ନ କରିବାକୁ ବିଗ୍‌ ବିଙ୍କୁ ପରାମର୍ଶ ଦେଇଥିଲେ। ସମାଜବାଦୀ ପାର୍ଟିର ନେତୃତ୍ୱକୁ ନେଇ ସେତେବେଳେ ଅଖିଳେଶ ଓ ମୁଲାୟମଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିବାରୁ ଏହାର ଦୁଇ ଦିନ ପରେ ମୋଦି ଜବାବ ରଖିଥିଲେ, ଗୁଜରାଟର ଗଧମାନେ ବିଶ୍ୱସ୍ତ ଓ ପରିଶ୍ରମୀ। ବାପାଙ୍କ ସହ ବିଶ୍ୱାସଘାତ କରିଥିବା ଅଖିଳେଶ ଗୁଜରାଟର ଗଧଙ୍କଠାରୁ ବିଶ୍ୱସ୍ତ ହେବା ଶିଖନ୍ତୁ ବୋଲି ମୋଦି କହିଥିଲେ। ଏହା କେବଳ ୟୁପି ନୁହେଁ, ଜାତୀୟ ରାଜନୀତିରେ ମଧ୍ୟ କୌତୂହଳ ସୃଷ୍ଟି କରିଥିଲା। ଅଖିଳେଶଙ୍କ ୫ ବର୍ଷ ତଳର ଗଧ ଉପାଖ୍ୟାନକୁ ପ୍ରଧାନମନ୍ତ୍ରୀ ମୋଦି ୟୁପି ନିର୍ବାଚନର ଅବ୍ୟବହିତ ପୂର୍ବରୁ ସ୍ମରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri