Categories: ଜାତୀୟ

‘ଆମକୁ ରାଜନୀତି ନୁହେଁ, ସ୍କୁଲ ଖୋଲିବା ଆସେ’

ଚଣ୍ଡିଗଡ,୬।୪: ପଞ୍ଜାବରେ ଏକ ବଡ଼ ବିଜୟ ହାସଲ ପରେ ଆମ ଆଦମୀ ପାର୍ଟି ହିମାଚଳ ପ୍ରଦେଶ ମୁହାଁ ହୋଇଛି। ରାଜ୍ୟର ମଣ୍ଡି ଜିଲାରେ ବୁଧବାର ଏଏପି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଏକ ରୋଡ ଶୋ’ କରିଥିଲେ। ଏହି ସମୟରେ କେଜ୍‌ରିଓ୍ବାଲ ରାଜ୍ୟବାସୀଙ୍କୁ ଏକ ସୁଯୋଗ ଦେବାକୁ ନିବେଦନ କରିଥିଲେ। ସେ କହିଛନ୍ତି, ଆପଣ କଂଗ୍ରେସକୁ ୩୦ ବର୍ଷ ଦେଇଥିବାବେଳେ ୧୭ ବର୍ଷ ପାଇଁ ଭାଜପାକୁ ସୁଯୋଗ ଦେଇଛନ୍ତି। ଏବେ ଆମ ଆଦମୀ ପାର୍ଟିକୁ ୫ ବର୍ଷ ପାଇଁ ଏକ ସୁଯୋଗ ଦିଅ, ଆମେ ପ୍ରକୃତରେ ବିକାଶ କ’ଣ ତାହା ଦେଖାଇବୁ। ରାଜନୀତି କିପରି କରାଯାଏ ତାହା ଆମେ ଜାଣି ନାହୁଁ। କିନ୍ତୁ ଆମେ କିପରି ସ୍କୁଲ ଖୋଲିବ ଏବଂ ଦୁର୍ନୀତି ଦୂର ହେବ ତାହା ଆମେ ଜାଣୁ। ଆମେ ଦିଲ୍ଲୀରେ ବିକାଶ କରିଛୁ ଏବଂ ପଞ୍ଜାବକୁ ସମାନ ମାର୍ଗରେ ଆଗକୁ ନେଉଛୁ ବୋଲି ସେ କହିଛନ୍ତି।
ଆସନ୍ତା ନଭେମ୍ବରରେ ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ। ଉଭୟ ରାଜ୍ୟରେ ଆମ ଆଦମୀ ପାର୍ଟି ତୃତୀୟ ବିକଳ୍ପ ଭାବରେ ଉଭା ହେବାକୁ ଚେଷ୍ଟା କରୁଛି।

Share