ଦେଶ ସୁରକ୍ଷାରେ ତଟରକ୍ଷୀବାହିନୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ସଚେତନତା ଲାଗି ପ୍ରତିବର୍ଷ ଫେବୃଆରୀ ୧ତାରିଖରେ ଭାରତୀୟ ତଟରକ୍ଷୀ ବାହିନୀ ଦିବସ ପାଳନ କରାଯାଇଥାଏ। ଭାରତୀୟ ତଟରକ୍ଷୀବାହିନୀ ତା’ର ୪୯ତମ ପ୍ରତିଷ୍ଠା ଦିବସ ପାଳନ କରିବ। ୧୯୭୭ରେ ଏକ ଛୋଟ ବାହିନୀରୁ ୧୫୦ରୁ ଅଧିକ ଜାହାଜ ଏବଂ ୭୫ଟି ବିମାନ ସହିତ ଏକ ମହାନ ସାମୁଦ୍ରିକ ସୁରକ୍ଷା ସେବାରେ ପରିଣତ ହେବାର ଉତ୍ସବ ପାଳନ କରୁଛି। ତଟରକ୍ଷୀବାହିନୀ ପ୍ରମୁଖ ସଫଳତା ମଧ୍ୟରେ ଜୀବନ ରକ୍ଷାକାରୀ ମିଶନ, ଚୋରା ଚାଲାଣ, ବିପର୍ଯ୍ୟୟ ପ୍ରତିକ୍ରିୟା ଏବଂ ପରିବେଶ ସୁରକ୍ଷା ଅନ୍ତର୍ଭୁକ୍ତ।
୧୯୭୮ରେ ମାତ୍ର ୭ ଭୂପୃଷ୍ଠ ପ୍ଲାଟଫର୍ମରୁ ଆରମ୍ଭ ହୋଇଥିବା ତଟରକ୍ଷୀବାହିନୀ ପାଖରେ ବର୍ତ୍ତମାନ ୧୫୮ ଜାହାଜ ଏବଂ ୭୦ଟି ବିମାନ ସହିତ ଏକ ଶକ୍ତିଶାଳୀ ସୁରକ୍ଷାଶକ୍ତିରେ ପରିଣତ ହୋଇଛି। ବର୍ତ୍ତମାନ ୧୫୧ଟି ଜାହାଜ ଏବଂ ୭୬ଟି ବିମାନ ପରିଚାଳନା କରୁଛି। ୨୦୩୦ ସୁଦ୍ଧା ତଟରକ୍ଷୀବାହିନୀ ଆହୁରି ବିସ୍ତାର କରିବାକୁ ଯୋଜନା କରୁଛି। ୨୦୦ଟି ଭୂପୃଷ୍ଠ ପ୍ଲାଟଫର୍ମ ଏବଂ ୧୦୦ଟି ବିମାନକୁ ଲକ୍ଷ୍ୟକରି, ବିଶ୍ୱର ପ୍ରମୁଖ ତଟରକ୍ଷୀ ସେବା ଭାବେ ଏହାର ଭୂମିକାକୁ ସୁଦୃଢ଼ କରିବ। ତଟରକ୍ଷୀବାହିନୀ ବୟମ୍ ରକ୍ଷାମଃ(ଆମେ ସୁରକ୍ଷା ଦେଉଛୁ) ମୂଳମନ୍ତ୍ର ଅଧୀନରେ କାର୍ଯ୍ୟ କରେ, ଯାହା ଭାରତର ସାମୁଦ୍ରିକ କ୍ଷେତ୍ରଗୁଡ଼ିକୁ ସୁରକ୍ଷା ଦେବାର ଏହାର ମିଶନକୁ ଉଲ୍ଲେଖ କରେ।


