ମହାମାରୀ ସହ କାଟିବାକୁ ପଡିବ ନୂଆବର୍ଷ: ବିଲ୍ ଗେଟ୍ସ

ୱାଶିଂଟନ,୧୧ ।୧୨: କରୋନା ମହାମାରୀକୁ ନେଇ କମ୍ପୁଟର ଜଗତର ଅଗ୍ରଣୀ କମ୍ପାନୀ ମାଇକ୍ରୋସପ୍ଟର ଫାଉଣ୍ଡର ବିଲ୍ ଗେଟ୍ସ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ନୂଆବର୍ଷ ବା ୨୦୨୧କୁ ଆମକୁ କରୋନା ମହାମାରୀ ମଧ୍ୟରେ କାଟିବାକୁ ପଡିବ । ତେବେ ୨୦୨୨ ବେଳକୁ ସ୍ଥିତି ସାମାନ୍ୟ ହୋଇପାରେ ବୋଲି ସେ ଅନୁମାନ କରିଥିବା କହିଛନ୍ତି । ହେଲେ ସବୁଠାରୁ ଖୁସିର କଥା ହେଲା ମାତ୍ର ୧୨ ମାସ ଭିତରେ ଆମକୁ କରୋନା ଭ୍ୟାକ୍ସିନ ମିଳିଗଲା । ଆସନ୍ତା ବର୍ଷ ଆରମ୍ଭରେ ଆମକୁ କିଛି ଭ୍ୟାକ୍ସିନ ମିଳିଯିବ ବୋଲି ସେ କହିଛନ୍ତି । ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଗେଟ୍ସ କହିଛନ୍ତି । ଭାରତ ଭଳି ଦେଶରେ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ଯଦି ସ୍ଥାପନ କରାଯାଏ ତେବେ ଆଉ ବିକାଶଶୀଳ ଦେଶ ଉପରେ ସମସ୍ତେ ନିର୍ଭର କରିବାର ଆବଶ୍ୟକତା ରହିବ ନାହିଁ କି ଭ୍ୟାକ୍ସିନର କଳାବଜାରି ହେବ ନାହିଁ । ସେଥିପାଇଁ ସିରମ ଇନଷ୍ଟିଚ୍ୟୁଟ ଗେଟ୍ସ ଫାଉଣ୍ଡେଶନ ସହାୟତାରେ ଏସଟ୍ରାଜେନେକା ଭ୍ୟାକ୍ସନ ପ୍ରସ୍ତୁତ କରିବାରେ ଲାଗି ପଡିଛି । ସୂଚନାଯୋଗ୍ୟ, ଗେଟ୍ସ ଫାଉଣ୍ଡେଶନ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବା ଲାଗି ସିରମ ଇନଷ୍ଟିଚ୍ୟୁଟକୁ ପ୍ରାୟ ୧୫୦ ମିଲିୟନ ଡଲାର ସାହାଯ୍ୟ ଦେଇଥିବା କୁହାଯାଏ ।

Share