ଆଦିବାସୀଙ୍କ ବିକାଶକୁ ପ୍ରାଥମିକତା ଦେଇଛୁ: ବିଜେଡି

ଭୁବନେଶ୍ୱର,୧୯ା୩(ଅନିଲଦାସ):ଆଦିବାସୀ ସମ୍ପ୍ରଦାୟ ଓଡ଼ିଶା ରାଜ୍ୟ ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେମାନେ ଅନନ୍ୟ ସଂସ୍କୃତି, ଜୀବନଶୈଳୀର ପ୍ରତିନିଧିତ୍ୱ କରନ୍ତି। ଉଦ୍ଭିଦର ଔଷଧୀୟ ଦିଗ ସମେତ ଜଙ୍ଗଲ ଏବଂ ବନଜାତ ଦ୍ରବ୍ୟ ବିଷୟରେ ଅନେକ ପ୍ରକାରର ଅନନ୍ୟ ଜ୍ଞାନର ଭଣ୍ଡାର ଅଟନ୍ତି ବୋଲି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡ. ସଂତୃପ୍ତ ମିଶ୍ର ଏବଂ ମୁଖପାତ୍ର ଡ. ପ୍ରିୟବ୍ରତ ମାଝି କହିଛନ୍ତି।
ଶଙ୍ଖଭବନଠାରେ ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଉଭୟ ମୁଖପାତ୍ର କହିଛନ୍ତି, ଓଡ଼ିଶାରେ ୬୪ ସମ୍ପ୍ରଦାୟର ଆଦିବାସୀ ଅଛନ୍ତି। ଓଡ଼ିଶାର ସ୍ବୀକୃତିପ୍ରାପ୍ତ ୬୪ଟି ଭାଷା ଓ ୭୪ଟି ଉପଭାଷା କୁହାଯାଏ। ଅନନ୍ୟ ବିବିଧତା ସତ୍ତ୍ୱେ ଆସିବାସୀ ସମ୍ପ୍ରଦାୟକୁ ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ସଶକ୍ତ କରିବାର ଅନେକ ଆବଶ୍ୟକତା ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଭବ କରିଥିଲେ। ସେ ଆଦିବାସୀମାନଙ୍କର ବିକାଶକୁ ତ୍ୱରାନ୍ବିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ଶିକ୍ଷା, ବାସସ୍ଥଳୀ, ସଂସ୍କୃତି, ଭାଷା ସଂରକ୍ଷଣ ଆଦି ସେମାନଙ୍କର ମୁଖ୍ୟ ଆବଶ୍ୟକତା ଥିଲା। ମହିଳାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା, ସେମାନଙ୍କ ସ୍ବାଭାବିକ ପ୍ରତିଭାକୁ ଆଗକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ସ୍ଥିର କରିଥିଲେ। ଶିକ୍ଷାକୁ ଆଗକୁ ବଢ଼ାଇବା ପାଇଁ ୩ ଜଣ ବିଶିଷ୍ଟ ଆଦିବାସୀ ନେତାଙ୍କ ନାମରେ ତିନୋଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ସେହିଭଳି ଆଦିବାସୀ ଅଞ୍ଚଳର ୨୫୦୦ ବିଦ୍ୟାଳୟକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଇଛି। ୨୦୨୪ ଶେଷ ସୁଦ୍ଧା ଆଉ ୩୩୦୦ ବିଦ୍ୟାଳୟକୁ ରୂପାନ୍ତରିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏସ୍‌ସିଏସ୍‌ଟି ବିଭାଗ ଅଧୀନରେ ଥିବା ୧୭୩୪ ବିଦ୍ୟାଳୟରେ ୪.୬ ଲକ୍ଷ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୬୫୦୦ ଛାତ୍ରାବାସରେ ୫.୭ ଲକ୍ଷ ଛାତ୍ରୀଛାତ୍ର ରହୁଛନ୍ତି। ପ୍ରି-ମାଟ୍ରିକ ସ୍ତରରେ ୧୫ ଲକ୍ଷ ଏସ୍‌ସିଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଛାତ୍ରବୃତ୍ତି ଦିଆଯାଉଛି। ଏ ବାବଦରେ ବାଳିକାଙ୍କୁ ବାର୍ଷିକ ୮୦୦୦ ଟଙ୍କା ଓ ବାଳକଙ୍କୁ ୭୫୦୦ ଟଙ୍କା ପ୍ରଦାନ କରାଯାଇଛି। ସମସ୍ତ ଉଚ୍ଚଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ପାଇଁ ୪ ଲକ୍ଷ ଛାତ୍ରୀଛାତ୍ରଙ୍କୁ ମାଟ୍ରିକ ପରବର୍ତ୍ତୀ ବୃତ୍ତି ମିଳୁଛି। ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନଙ୍କୁ ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପାଇଁ ପ୍ରୋତ୍ସାହିତ କରିବାକୁ ଟପ୍‌ ଅପ୍‌ ସ୍କଲାରଶିପ୍‌ ପ୍ରଦାନ କରାଯାଇଛି। ଏହି ଯୋଜନାକୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଜନଜାତି ଛାତ୍ରୀଛାତ୍ରଙ୍କ ପାଇଁ ସହରାଞ୍ଚଳରେ ଘରୋଇ, କେନ୍ଦ୍ରୀୟ ଓ ଅନ୍ୟାନ୍ୟ ଅନୁଦାନପ୍ରାପ୍ତ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ଶିକ୍ଷା ଦିଆଯାଉଛି। ମିଶନ ଶକ୍ତିର ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀମାନେ ମୁଖ୍ୟତଃ ମହିଳା ହୋଇଥିବାରୁ ଏହା ପ୍ରାୟ ୯୯ ଲକ୍ଷ ଆଦିବାସୀଙ୍କୁ ସାହାଯ୍ୟ କରିଛି। ଏହା ଦ୍ୱାରା ଶୋଷଣ ଓ ଅଭାବୀ ବିକ୍ରି ବନ୍ଦ ହୋଇଯାଇଛି। ଯୁବ ସଶକ୍ତୀକରଣ ପାଇଁ ଭଗବାନ ବିର୍ସା ମୁଣ୍ଡା ଷ୍ଟାଡିୟମ ନାମରେ ରାଉରକେଲାର ସର୍ବବୃହତ୍‌ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ହୋଇଛି। ସୁନ୍ଦରଗଡ଼ର ପ୍ରତି ବ୍ଲକରେ ୧୭ଟି ଆଷ୍ଟ୍ରୋଟର୍ଫ ପ୍ରତିଷ୍ଠା ହୋଇଛି। ବିିଭିନ୍ନ ଉନ୍ନୟନ ଯୋଜନାରେ ଆଦିବାସୀଙ୍କୁ ସାମିଲ କରିବା ସହିତ ବିକାଶ ତ୍ୱରାନ୍ବିତ ହୋଇଛି ବୋଲି ମୁଖପାତ୍ର ଦ୍ୱୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri