Categories: ଜାତୀୟ

‘ଭାରତୀୟ ସେନା ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି’

ଇଟାନଗର,୨୦।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଲଗାତାର ଆଲୋଚନା ହେଉଛି। ଏହି ସମୟରେ, ତୱାଙ୍ଗ ମଠ ଏହି ପ୍ରସଙ୍ଗରେ ଭାରତୀୟ ସେନାକୁ ସମର୍ଥନ କରିଛି। ତୱାଙ୍ଗ ମଠର ଭିକ୍ଷୁ ଲାମା ୟେସି ଖାଓ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହାକୁ ଛାଡିବେ ନାହିଁ। ଆମେ ଭାରତୀୟ ସେନାକୁ ସମର୍ଥନ କରୁଛୁ। ତୱାଙ୍ଗ ପ୍ରସଙ୍ଗରେ ଏହାକୁ ଭୁଲ ଉପସ୍ଥାପନ କରି ସେ ଚାଇନା ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ ଆହୁରି କହିଛନ୍ତି ଚାଇନା ସରକାର ଅନ୍ୟ ଦେଶ ଉପରେ ସର୍ବଦା ନଜର ରଖିଥାଏ ଯାହା ସମ୍ପୂର୍ଣ୍ଣ ଭୁଲ ଅଟେ। ଚାଇନା ଆଖି ଭାରତ ଜମି ଉପରେ ମଧ୍ୟ ଅଛି। ଯଦି ସେମାନେ ବିଶ୍ୱରେ ଶାନ୍ତି ଚାହୁଁଛନ୍ତି ତେବେ ଏଭଳି କରିବା ଉଚିତ୍‌ ନୁହେଁ।
ମୋଦି ସରକାର ଏବଂ ଭାରତୀୟ ସେନା ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛ ସେମାନେ ତୱାଙ୍ଗକୁ ସୁରକ୍ଷିତ ରଖିବେ। ୧୯୬୨ ଯୁଦ୍ଧ ସମୟରେ ମଧ୍ୟ ଏହି ମଠର ଭିକ୍ଷୁମାନେ ଭାରତୀୟ ସେନାକୁ ସାହାଯ୍ୟ କରିଥିଲେ। ଚାଇନା ସରକାରଙ୍କ ଦାବି ତୱାଙ୍ଗ ତାଙ୍କର ଅଂଶ ଅଟେ ଯାହା ସମ୍ପର୍ଣ୍ଣ ଭୁଲ୍‌, ତୱାଙ୍ଗ ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ।

Share