ଆମ ପିଲା ହୋଇଥିଲେ

କୁହାଯାଏ ମାତାପିତାଙ୍କୁ ଛାଡ଼ିଦେଲେ ଘର ବାହାରେ ଯଦି ପିଲାମାନେ ଆଉ କାହାଠାରୁ ଅଧିକ ସ୍ନେହ ଶ୍ରଦ୍ଧା ପାଇଥାଆନ୍ତି ସେମାନେ ହେଲେ ସ୍କୁଲର ଶିକ୍ଷୟିତ୍ରୀଶିକ୍ଷକ। ପୁଣି ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ଶିକ୍ଷୟିତ୍ରୀମାନେ ଶିକ୍ଷକଙ୍କଠାରୁ ଛାତ୍ରୀଛାତ୍ରଙ୍କ ଅଧିକ ଯତ୍ନ ନେଇଥାଆନ୍ତି। ଗୋଟେ ସମୟ ଥିଲା ଦୁଷ୍ଟ ପିଲାମାନଙ୍କୁ ଶାସନ କରିବା ପାଇଁ ଅଭିଭାବକମାନେ ମାଷ୍ଟରଙ୍କୁ ଦେଖା କରି କହୁଥିଲେ ସେ ଅଧିକ ବଦ୍‌ମାସ ହେଉଛି, ତାହାର ଆଖିଦୁଇଟିକୁ ଛାଡ଼ିଦେଇ ସାବାଡ଼ କରନ୍ତୁ। ଏହା ଶୁଣିବା ପରେ ପିଲାଟି ବାଟକୁ ଆସିଯାଉଥିଲା କିମ୍ବା ସ୍ଥଳବିଶେଷରେ ଗୁରୁଜୀଙ୍କଠାରୁ ବେତ ମାଡ଼ ଖାଇ ବଦ୍‌ମାସି କମାଇ ଦେଉଥିଲା। କିଛି ଦଶନ୍ଧି ହେଲାଣି ଆଉ ସ୍କୁଲରେ ପିଲାଙ୍କୁ ମାଡ଼ ହେଉଥିବା ଦେଖିବାକୁ ମିଳୁନାହିଁ। କାରଣ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି। ହେଲେ ଏବେ ଉତ୍ତରପ୍ରଦେଶ ମୁଜାଫରପୁର ନିକଟସ୍ଥ ଖୁବାପୁର ଗ୍ରାମର ନେହା ପବ୍ଲିକ୍‌ ସ୍କୁଲରେ ଶିକ୍ଷୟିତ୍ରୀ ତ୍ରିପ୍ତ ତ୍ୟାଗୀଙ୍କ ନିର୍ଦ୍ଦେଶକ୍ରମେ ସହପାଠୀମାନେ ଦ୍ୱିତୀୟ ଶ୍ରେଣୀର ଜଣେ ଛାତ୍ରଙ୍କୁ ମାଡ଼ ମାରୁଥିବାର ଭିଡିଓ ପଦାକୁ ଆସିଛି। ସେହି ମୁସଲମାନ ଛାତ୍ରକୁ ଜୋରରେ ବାଡ଼େଇବା ଲାଗି ଶିକ୍ଷୟିତ୍ରୀ କହୁଥିବା ଭିଡିଓରୁ ଶୁଣିବାକୁ ମିଳୁଛି। ଏହି ଘଟଣା ପ୍ରଘଟ ହେବା ପରେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ସବୁ ସ୍ତରରୁ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଛି। ଇତିମଧ୍ୟରେ ତାଙ୍କ ବିରୋଧରେ ମୁଜାଫରପୁର ପୋଲିସ ମାମଲା ରୁଜୁ କରିଛି। ଦେଖିବାକୁ ଗଲେ ମାମଲା ରୁଜୁରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିବା ଉଚିତ ନୁହେଁ। ତାଙ୍କର ଏଭଳି ଜଘନ୍ୟ କାର୍ଯ୍ୟ ଲାଗି କଠୋର ଶାସ୍ତି ମିଳିବା ଦରକାର ବୋଲି ପିଲାଙ୍କୁ ସ୍କୁଲ ପଠାଉଥିବା ସବୁ ମାତାପିତା ଓ ଅଭିଭାବକ ନିଶ୍ଚୟ ଚିନ୍ତା କରୁଥିବେ। ଏହା ବ୍ୟତୀତ ସେହି ଶିକ୍ଷୟିତ୍ରୀ କହିଛନ୍ତି ଯେ, ନିଜେ ଜଣେ ପଙ୍ଗୁ ହୋଇଥିବାରୁ ସେ ଦେଇଥିବା ନିର୍ଦ୍ଦେଶ ପାଇଁ ଦୁଃଖିତ ନୁହନ୍ତି।
ଶୁଣିବାକୁ ମିଳୁଛି ଯେ ମାଡ଼ ଖାଇଥିବା ଛାତ୍ର ସ୍କୁଲରେ ପଣକିଆ ବା ଟେବଲ୍‌ ଡାକି ନ ପାରିବାରୁ ଶିକ୍ଷୟିତ୍ରୀ ଖୁବ୍ଧ ହୋଇଯାଇଥିଲେ। ସେଥିପାଇଁ ସମ୍ପୃକ୍ତ ଛାତ୍ରକୁ ଚାପୁଡ଼ା ମାରିବା ପାଇଁ ସହପାଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପଟେ ସେହି ଛାତ୍ରଙ୍କ ପିତା ପ୍ରାରମ୍ଭିକ ଅବସ୍ଥାରେ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏତଲା ଦେବାକୁ ପଛଘୁଞ୍ଚା ଦେଇଥିଲେ। ତାଙ୍କ କହିବା କଥା ହେଲା ଘଟଣା ଆଗକୁ ବଢ଼ିଲେ ସାମ୍ପ୍ରଦାୟିକ ସଦ୍‌ଭାବ ନଷ୍ଟ ହେବ। ହୁଏତ ମୁସଲମାନ ବର୍ଗର ଏହି ପିତା ଭିନ୍ନ ଚିନ୍ତାଧାରା ରଖି ଏଭଳି ଭାବିଥାଇପାରନ୍ତି। କିନ୍ତୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିଲେ ଏବେ ସାଧାରଣତଃ ଛାତ୍ରୀଛାତ୍ରଙ୍କୁ ଶିକ୍ଷୟିତ୍ରୀ ବା ଶିକ୍ଷକ ଶାରୀରିକ ଆଘାତ ପହଞ୍ଚାଇଲେ ପିଲାର ମାତାପିତା ପ୍ରତିକ୍ରିୟାଶୀଳ ହେଉଛନ୍ତି। ଓଡ଼ିଶା ଭଳି ରାଜ୍ୟରେ ଘଟଣାଟି ଘଟିଥିଲେ ମୁଜାଫରପୁରର ଶିକ୍ଷୟିତ୍ରୀ ସେହି ଛାତ୍ରଙ୍କ ଅଭିଭାବକଙ୍କ ଦ୍ୱାରା ଚପଲ ମାଡ଼ ଖାଇଥାଆନ୍ତେ। କିନ୍ତୁ ଉତ୍ତରପ୍ରଦେଶ ଭଳି ଭାଜପା ଶାସିତ ରାଜ୍ୟରେ ଏହି ଛାତ୍ର ମୁସଲମାନ ହୋଇଥିବାରୁ ତାଙ୍କ ପିତା ଭୟଭୀତ ହୋଇ ପ୍ରଥମେ ନୀରବ ରହିଥିଲେ। ପରବର୍ତ୍ତୀ ସମୟରେ ଏତଲା ଦାଏର କରିଛନ୍ତି ବୋଲି ଖବର ମିଳୁଛି। ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ବେଶ୍‌ କିଛି ଲୋକ ସମର୍ଥନ ମଧ୍ୟ କରିଛନ୍ତି। ତାହାର ଲୁକ୍କାୟିତ କାରଣ ହେଉଛି ଯେ, ଛାତ୍ର ଜଣଙ୍କ ମୁସଲମାନ। କିନ୍ତୁ ବିଭିନ୍ନ ଆଳରେ ସକାରାତ୍ମକ ମତ ଦେଉଥିବା ବ୍ୟକ୍ତିମାନେ ଇତିହାସ ପଢ଼ି ନ ଥିଲା ଭଳି ମନେହେଉଛି। ଆଜି ଯେଉଁ ଶକ୍ତି ମୁସଲମାନ ବିରୋଧୀ ଭାବେ ନିଜକୁ ଚିତ୍ରଣ କରି ମୁଣ୍ଡ ଟେକୁଛନ୍ତି, ସେଭଳି ଶକ୍ତି ସେହି ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଦମନ କରିସାରିବା ପରେ ନୂତନ ଶିକାର ଖୋଜିବା ନିଶ୍ଚିତ ଥୟ। ଏହାର କାରଣ ହେଉଛି ଶତ୍ରୁ ସୃଷ୍ଟି କଲେ ଲଢ଼େଇ ଜାରି ରହିଥାଏ। ଦେଶ ଭିତରେ ଶତ୍ରୁ ସୃଷ୍ଟି କରିବାକୁ ଯାଇ ଦୁର୍ବଳ ଗୋଷ୍ଠୀ ଖୋଜା ଯାଇଥାଏ। ଆଜି ମୁସଲମାନ ତ କାଲି ଦଳିତ। ପୁନର୍ବାର ଦଳିତ ଯେତେବେଳେ ଆହୁରି ପଛକୁ ଚାଲିଯିବେ ସେତେବେଳେ ହିନ୍ଦୁମାନଙ୍କ ଭିତରେ ଉଚ୍ଚନୀଚର ବିଭେଦ ସୃଷ୍ଟି କରାଯିବ। ଏପରି କି ସମୟ ଆସିପାରେ ଯେଉଁମାନେ ଜନ୍ମରୁ ହିନ୍ଦୀ କହୁ ନ ଥିବେ ସେମାନେ ଅଣଭାରତୀୟ ଭାବେ ପରିଲକ୍ଷିତ ହୋଇ ମାଡ଼ ଓ ଫାଶୀର ଯୋଗ୍ୟ ବିବେଚିତ ହେବେ। ଏଭଳି ଇତିହାସ କାମ୍ବୋଡିଆର ପଲ୍‌ ପଟ ଶାସନ ଦେଖାଇଥିଲା, ଯେଉଁଥିରେ ଅନେକ ଲକ୍ଷ ଶିକ୍ଷିତ ଯୁବତୀଯୁବକ, ଡାକ୍ତର, ଇଞ୍ଜିନିୟର ଏବଂ ବ୍ୟବସାୟୀଙ୍କ ଭଳି ପେସାରେ ଉଲ୍ଲେଖନୀୟ ଉଚ୍ଚତା ହାସଲ କରିଥିବା ନାଗରିକଙ୍କୁ ଗଣହତ୍ୟା କରାଯାଇଥିଲା। ସେଭଳି ହିଂସା ରଚାଉଥିବା ବ୍ୟକ୍ତି ନିଜର ଶ୍ରେଷ୍ଠ ସମର୍ଥକମାନଙ୍କୁ ପ୍ରଥମେ ଅବିଶ୍ୱାସର ଘେରକୁ ଆଣି ମାରି ଦେଇଥାଆନ୍ତି। ପୁଟିନ୍‌ ଏବଂ ତାଙ୍କର ଦୀର୍ଘମିଆଦୀ ସମର୍ଥକ ପ୍ରିଗୋଝିନ୍‌ ଏହାର ସଦ୍ୟ ଦୃଷ୍ଟାନ୍ତ। ଗାଦି ସୁରକ୍ଷିତ ରଖିବା ପାଇଁ ରକ୍ତମୁଖା ଶାସକମାନେ ସବୁର ତଳ ସ୍ତରକୁ ମଧ୍ୟ ଯାଇପାରନ୍ତି। ସେଭଳି ନେତାଙ୍କୁ ଶକ୍ତିଶାଳୀ କଲେ ଆପଣ କିମ୍ବା ଆପଣଙ୍କ ପିଲା ବା ପରିବାର ସୁରକ୍ଷିତ ରହିଯିବେ ବୋଲି ଭାବିବା ତ୍ରୁଟିପୂର୍ଣ୍ଣ।

ଗାଦି ସୁରକ୍ଷିତ ରଖିବା ପାଇଁ ରକ୍ତମୁଖା ଶାସକମାନେ ସବୁର ତଳ ସ୍ତରକୁ ମଧ୍ୟ ଯାଇପାରନ୍ତି। ସେଭଳି ନେତାଙ୍କୁ ଶକ୍ତିଶାଳୀ କଲେ ଆପଣ କିମ୍ବା ଆପଣଙ୍କ ପିଲା ବା ପରିବାର ସୁରକ୍ଷିତ ରହିଯିବେ ବୋଲି ଭାବିବା ତ୍ରୁଟିପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri