Categories: ଖେଳ

‘ସୂର୍ଯ୍ୟକୁମାରଙ୍କୁ କିଣିବାକୁ ଆମ ପାଖରେ ଟଙ୍କା ନାହିଁ’

ସିଡନୀ,୨୪।୧୧:ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ କହିଛନ୍ତି, ବିଗ ବାସ୍‌ ଲିଗରେ ସୂର୍ଯ୍ୟକୁମାର ଯାଦବଙ୍କ ପରି ଜଣେ ବ୍ୟାଟ୍ସମ୍ୟାନ କିଣିବା ସମ୍ଭବ ନୁହେଁ। ତାଙ୍କୁ କିଣିବା ପାଇଁ ଟଙ୍କା କମ ପଡିବ।
ଏକ ସାକ୍ଷାତକାରରେ ସୂର୍ଯ୍ୟକୁମାର ଯାଦବ ଭବିଷ୍ୟତରେ ଅଷ୍ଟ୍ରେଲିଆର ବିଗ ବାସ୍‌ ଲିଗ୍‌ରେ ଖେଳୁଥିବା ଦେଖିବାକୁ ମିଳିବ କି ପ୍ରଶ୍ନରେ ମ୍ୟାକ୍ସୱେଲ କହିଛନ୍ତି, ସୂର୍ଯ୍ୟକୁମାରଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କୁ କିଣିବାକୁ ଆମ ପାଖରେ ଟଙ୍କା ଅଭାବ ପଡିବ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ ଫର୍ମାଟରେ ଟିମ ଇଣ୍ଡିଆ ପାଇଁ ସୂର୍ଯ୍ୟକୁମାର ୩୧ ମ୍ୟାଚରେ ୧୧୬୪ ରନ ସଂଗ୍ରହ କରିଛନ୍ତି। ଏଥିରେ ସେ ୨ ଶତକ ଏବଂ ୯ ଅର୍ଦ୍ଧଶତକ ହାସଲ କରିଛନ୍ତି। ବର୍ତ୍ତମାନର ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ।

Share