ଦୀପାଳିଙ୍କ ବୟାନ ପ୍ରାୟୋଜିତ, ଆମେ ନବ ଦାସଙ୍କ ମୃତ୍ୟୁକୁ ନେଇ ରାଜନୀତି କରୁନାହୁଁ: ଭାଜପା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଗୋଟିଏ ପଟେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଏନେଇ ଝିଅ ଦୀପାଳି ଦାସଙ୍କ ପ୍ରତିକ୍ରିୟା ଚର୍ଚ୍ଚାକୁ ଆସିଛି। ବାପାଙ୍କ ମୃତ୍ୟୁକୁ ନେଇ କୌଣସି ରାଜନୀତି କରା ନ ଯାଉ ବୋଲି ସେ ମଙ୍ଗଳବାର ଗଣମାଧ୍ୟମ ସମ୍ମୁଖରେ ବୟାନ ଦେଇଥିଲେ। ଏଭଳି ବୟାନ ପ୍ରାୟୋଜିତ ବୋଲି ଭାଜପା କହିଛି। ଏଥିସହ ସରକାରୀ ଦଳର ନେତା ଓ ଘଟଣାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କୁ ସୁରକ୍ଷା ଦେବା ଲାଗି ଦୀପାଳି ଏଭଳି ମନ୍ତବ୍ୟ ଦେଇଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ମାଝି କହିଛନ୍ତି।

ମୋହନ କହିଛନ୍ତି, ଆମେ ଏହାକୁ ନେଇ ରାଜନୀତି କରୁନାହୁଁ। ଓଡ଼ିଶା ପୋଲିସ ଏହି ଘଟଣାକୁ ଚାପି ଦେବାକୁ ବସିଛି। କିନ୍ତୁ ଆମେ ସେ କାମ କରାଇ ଦେବୁନାହିଁ। ପ୍ରକୃତ ହତ୍ୟାକାରୀକୁ ଖୋଜିବାକୁ ସେ ଯଦି ନ ଚାହାନ୍ତି ତେବେ କିଛି କହିବାର ନାହିଁ। କାରଣ କ୍ରାଇମବ୍ରାଞ୍ଚର ପୂର୍ବ ରେକର୍ଡ ଭଲ ନାହିଁ। ତଦନ୍ତ କେବଳ ଗୋପାଳ ପାଖରେ ଅଟକିଛି, ଅନ୍ୟ କାହାକୁ ଏହାର ପରିସରକୁ ଅଣାଯାଉନାହିଁ। ଏଣୁ ଭାଜପାର ସନ୍ଦେହ ହେବା ସ୍ବାଭାବିକ। ପ୍ରକୃତ ହତ୍ୟାକାରୀ କିଏ ତାହା ଜାଣିବାକୁ ଓଡ଼ିଶାବାସୀ ଚାହୁଁଛନ୍ତି। ସିବିଆଇ ତଦନ୍ତ ଆମର ଦାବି, ଏହାକୁ ନେଇ ରାଜନୀତି କରୁନାହୁଁ ବୋଲି ମୋହନ କହିଛନ୍ତି।

ପ୍ରକାଶ ଯେ, ଝାରସୁଗୁଡ଼ାରେ ଗଣମାଧ୍ୟମ ସମ୍ମୁଖରେ ଦୀପାଳି କହିଥିଲେ ଯେ ବାପାଙ୍କ ମୃତ୍ୟୁ ପରେ ଆମ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ଏଭଳି ଏକ ଅଘଟଣ ଘଟିବ ବୋଲି ଆମେ କେବେ ଆଶା କରି ନ ଥିଲୁ। ତେଣୁ ବାପାଙ୍କ ମୃତ୍ୟୁକୁ ନେଇ କୌଣସି ରାଜନୀତି ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି। ବାପାଙ୍କ ହତ୍ୟା ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଛି। ଏହି ତଦନ୍ତକୁ ଜଣେ ପୂର୍ବତନ ବିଚାରପତି ଅନୁଧ୍ୟାନ କରୁଛନ୍ତି। ତଦନ୍ତ ଚାଲିଥିବାରୁ ଏନେଇ ଅଧିକ କିଛି କହିପାରିବି ନାହିଁ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଆମ ପରିବାର ଉପରେ ରହିଛି। ଆମେ ନିଶ୍ଚିତ ଭାବେ ନ୍ୟାୟ ପାଇବୁ ବୋଲି ଆଶା ରଖିଛୁ ବୋଲି ଦୀପାଳି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri