Posted inଖେଳ

ଆୟୋଜନ ହେବ ଜାତୀୟ ଟୁର୍ନାମେଣ୍ଟ, କ୍ରୀଡା ମନ୍ତ୍ରାଳୟ ଓ ଆଡ୍‌ହକ୍‌ ପ୍ୟାନେଲକୁ ଜାଣିନୁ: ସଞ୍ଜୟ

ନୂଆଦିଲ୍ଲୀ,୧ା୧(ପି.ଟି): ଭାରତୀୟ ରେସ୍‌ଲିଂ ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ସଞ୍ଜୟ ସିଂ ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଭଳି ନିଷ୍ପତ୍ତି ଫଳରେ ଡବ୍ଲ୍ୟୁଏଫ୍‌ଆଇର ଭବିଷ୍ୟତ ବର୍ତ୍ତମାନ ସଙ୍କଟ ମଧ୍ୟରେ ନଜର ଆସିଛି। ସେ କ୍ରୀଡା ମନ୍ତ୍ରାଳୟ ଓ ଆଡ୍‌ ହକ୍‌ ପ୍ୟାନେଲକୁ ମାନୁ ନାହାନ୍ତି ବୋଲି ସୋମବାର କହିବା ସହିତ ଜାତୀୟ ଚାମ୍ପିୟନଶିପ୍‌ ଆୟୋଜନ କରିବେ ବୋଲି କହିଛନ୍ତି। ଏହା ସହ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଲାଗୁ କରାଯାଇଥିବା ବାସନ୍ଦାଦେଶକୁ ମଧ୍ୟ ସେ ମାନୁ ନ ଥିବା କହିଛନ୍ତି।

ଦୀର୍ଘ ଦିନର ବିବାଦ ପରେ ଡିସେମ୍ବର ୨୧ ତାରିଖରେ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ହୋଇଥିଲା। ସଭାପତି ନିର୍ବାଚିତ ହେବା ଦିନ ହିଁ ସଞ୍ଜୟ ସିଂ ୧୫ ଓ ୨୦ ବର୍ଷରୁ କମ୍‌ ଜାତୀୟ ଟୁର୍ନାମେଣ୍ଟ ପାଇଁ ଘୋଷଣା କରିଥିଲେ। ବର୍ଷ ଶେଷ ହେବା ପୂର୍ବରୁ ଗୋଣ୍ଡାସ୍ଥିତ ନନ୍ଦିନୀ ନଗରରେ ଏହି ଟୁର୍ନାମେଣ୍ଟ ପାଇଁ ଏଭଳି ତରବରିଆ ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ଡବ୍ଲ୍ୟୁଏଫ୍‌ଆଇ ସମ୍ବିଧାନର ଅନୁଚ୍ଛେଦ-୩ ଅନୁସାରେ ଜାତୀୟ ସିନିୟର, ଜୁନିୟର, ସବ୍‌ଜୁନିୟର ଟୁର୍ନାମେଣ୍ଟ ଆୟୋଜନ ସମ୍ପର୍କିତ ନିଷ୍ପତ୍ତି କେବଳ କାର୍ଯ୍ୟକାରୀ କମିଟି ଗ୍ରହଣ କରିଥାଏ। ଏହାକୁ ଉଲ୍ଲଂଘନ କରି ସଞ୍ଜୟ ନିଜେ ଟୁର୍ନାମେଣ୍ଟ ସମ୍ପର୍କରେ ଘୋଷଣା କରିଥିଲେ।

ସେହିପରି ଅନୂ୍ୟନ ୧୫ ଦିନ ପୂର୍ବରୁ କାର୍ଯ୍ୟକାରୀ କମିଟିର ବୈଠକରେ ଏହା ପାରିତ ହୋଇଥାଏ। ଜରୁରିକାଳୀନ ପରିସ୍ଥିତି ରହିଥିଲେ ସର୍ବନିମ୍ନ ୭ ଦିନ ପୂର୍ବରୁ ଏହି ନିଷ୍ପତ୍ତିକୁ ପାରିତ କରାଯାଏ। ଉପସ୍ଥିତ ସଦସ୍ୟଙ୍କ ମଧ୍ୟରୁ ଏକ ତୃତୀୟାଂଶ ସମର୍ଥନ ମିଳିବା ପରେ ହିଁ ଏହା ପାରିତ ହୋଇଥାଏ। ସଞ୍ଜୟ ସିଂ ଏକପାଖିଆ ଭାବରେ ଏଭଳି ନିଷ୍ପତ୍ତି ନେଇ ନିଜ ପଦ ମର୍ଯ୍ୟାଦାର ଗରିମା କ୍ଷୁଣ୍ଣ କରିଥିବାରୁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଡିସେମ୍ବର ୨୪ ତାରିଖରେ ନିଲମ୍ବନ କରାଯାଇଥିଲା।

ପରେ କ୍ରୀଡା ମନ୍ତ୍ରାଳୟର ଅନୁରୋଧ କ୍ରମେ ଭାରତୀୟ ଅଲିମ୍ପିକ୍ସ ମହାସଂଘ(ଆଇଓଏ) ପକ୍ଷରୁ ଏକ ୩ ଜଣିଆ ଆଡ ହକ୍‌ କମିଟି ଗଠନ କରାଯାଇଥିଲା। ଭୂପିନ୍ଦର ସିଂ ବାଜଓ୍ବାଙ୍କ ସମେତ ହକି ଅଲିମ୍ପିଆନ୍‌ ଏମ୍‌ ଏମ୍‌ ସୋମାୟା ଓ ଓ ମଞ୍ଜୁଷା କଓ୍ବଁର ଏହି ପ୍ୟାନେଲର ସଦସ୍ୟ ରହିଥିଲେ। ଆଡ୍‌ ହକ୍‌ ପ୍ୟାନେଲ ଫେବୃୟାରୀ ୨-୫ ମଧ୍ୟରେ କେବଳ ଜାତୀୟ ଚାମ୍ପିୟନଶିପ୍‌ ଆୟୋଜନ କରିବା ନେଇ ମଧ୍ୟ ଘୋଷଣା କରିଥିଲା।

ତେବେ ଏହି ପ୍ୟାନେଲକୁ କାର୍ଯ୍ୟଭାର ହସ୍ତାନ୍ତର କରିବେ ନାହିଁ ବୋଲି ସଞ୍ଜୟ ସିଂ ସୋମବାର ଘୋଷଣା କରିଛନ୍ତି। ଆମେ ନିର୍ବାଚିତ ହୋଇ ଆସିଛୁ। ଏପରିକି ରିଟର୍ଣ୍ଣିଂ ଅଫିସର ସମସ୍ତ କାଗଜ ପତ୍ର ସ୍ବାକ୍ଷର କରିଛନ୍ତି। ଆମ ଫେଡେରେଶନ କାର୍ଯ୍ୟ ସୁରଖୁରୁରେ ଚାଲିଥିବା ବେଳେ କୌଣସି ପ୍ୟାନେଲକୁ ଆମେ ଗ୍ରହଣ କରିବୁ ନାହିଁ। ଖୁବ୍‌ ଶୀଘ୍ର ଆମେ କାର୍ଯ୍ୟନିର୍ବାହୀ ପରିଷଦର ବୈଠକ ଡକାଯାଇଥିବା ବେଳେ ଆମେ ଆଗୁଆ ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବୁ। କ୍ରୀଡା ମନ୍ତ୍ରାଳୟର ବାସନ୍ଦାଦେଶ ଉପରେ ଆମେ ଜବାବ ରଖି ସାରିଛୁ। ଏହା ଉପରେ ସେମାନଙ୍କ ଉତ୍ତର ଏଯାଏ ମିଳି ପାରି ନାହିଁ। ଯଦି କ୍ରୀଡା ମନ୍ତ୍ରାଳୟ ଆମକୁ ଉତ୍ତର ଦେବା ଯଥାର୍ଥ ମନେ କରୁନି ତେବେ ଆମ ମହସଂଘ ମଧ୍ୟ ଏହି ବାସନ୍ଦାଦେଶକୁ ମାନିବ ନାହିଁ ବୋଲି କହିଛନ୍ତି ସଞ୍ଜୟ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri