Categories: ଜାତୀୟ

ମୃତ ଚାଷୀଙ୍କ ସଂଖ୍ୟା ଜାଣିନୁ, କେମିତି ଦେବୁ କ୍ଷତିପୂରଣ

ନୂଆଦିଲ୍ଲୀ, ୧।୧୨: ବିବାଦୀୟ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ମୃତ୍ୟୁ ସମ୍ପର୍କରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। ତେଣୁ ସେମାନଙ୍କ ପରିବାରକୁ ଆର୍ଥତ୍କ ସହାୟତା କେମିତି ଦେବୁ ବୋଲି ପାର୍ଲିଆମେଣ୍ଟରେ ପ୍ରଶ୍ନ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଆନ୍ଦୋଳନର ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ସରକାର ଆର୍ଥତ୍କ ସହାୟତା ଯୋଗାଇଦେବେ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ତୋମାର ଉପରୋକ୍ତ କହିଥିଲେ।

କେନ୍ଦ୍ର ସରକାରଙ୍କ ୩ ବିବାଦୀୟକ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ୨୦୨୦ ନଭେମ୍ବର ୨୬ରୁ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଏବଂ ଗାଜିପୁର ସୀମାରେ ଆନ୍ଦୋଳନ ଚଳାଇ ଆସୁଛନ୍ତି। ଏହି ଆନ୍ଦୋଳନବେଳେ ୭୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଜୀବନ ଯାଇଥିବା କୃଷକ ସଂଗଠନ ପକ୍ଷରୁ ଅଭିଯୋଗ କରାଯିବା ସହ ସେମାନଙ୍କ ପରିବାରକୁ ସରକାର ଆର୍ଥତ୍କ ସହାୟତା ଯୋଗାଇଦେବା ଲାଗି ଦାବି ହୋଇଆସୁଛି। ମୁଖ୍ୟତଃ ଖରାପ ପାଗ, ଅସ୍ବାସ୍ଥ୍ୟକର ପରିବେଶରେ ଅସୁସ୍ଥଙ୍କ ସଂସ୍ପର୍ଶରେ ଆସିବା ଏବଂ ଆତ୍ମହତ୍ୟାରେ ଚାଷୀଙ୍କ ଜୀବନ ଯାଇଥିବା କୁହାଯାଉଛି।

Share