Categories: ଜାତୀୟ

ଆମେ ବଡ଼ ଭାଇ କଂଗ୍ରେସକୁ ଅପେକ୍ଷା କରିଛୁ,ଶୀଘ୍ର ନିଷ୍ପତ୍ତି ନିଅନ୍ତୁ: ନୀତୀଶ କୁମାର…

ପୁର୍ନିଆ,୨୫।୨ : ପୁର୍ନିଆରେ ଆୟୋଜିତ ମହାମେଣ୍ଟ ରାଲିରେ ନୀତୀଶ କୁମାର କହିଛନ୍ତି ଯେ ଯଦି କଂଗ୍ରେସ ସମେତ ଆମ ସମସ୍ତେ ଏକାଠି ହେବା, ତେବେ ଭାଜପା ୧୦୦ରୁ କମ ଆସନ ପାଇବ। ଏଥିପାଇଁ କଂଗ୍ରେସ ଦଳକୁ କ୍ଷମତା ଦେଖାଇବାକୁ ପଡିବ। ଦୀର୍ଘ ଦିନ ଧରି ବିରୋଧୀଙ୍କୁ ଏକ ପ୍ଲାଟଫର୍ମରେ ଆଣିବାକୁ ଚେଷ୍ଟା କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ରାଲିରେ କଂଗ୍ରେସ ଦଳକୁ ଅନୁରୋଧ କରି କହିଛନ୍ତି ଯେ ଆମେ କଂଗ୍ରେସକୁ ଅପେକ୍ଷା କରିଛୁ, ଶୀଘ୍ର ନିଷ୍ପତ୍ତି ନିଅନ୍ତୁ । କଂଗ୍ରେସ ବଡ଼ ଭାଇର ଭୂମିକା ଗ୍ରହଣ କରିପାରିବ। ଏହା ଦ୍ୱାରା ନୀତୀଶଙ୍କ ସଙ୍କେତ ସ୍ପଷ୍ଟ ଯେ କଂଗ୍ରେସ ଦଳ ବିରୋଧୀ ଦଳର ବଡ଼ ଭାଇ ଭୂମିକାରେ ରହିପାରିବ।

ସେହିପରି କଂଗ୍ରେସର ସଂକଳ୍ପ ମଧ୍ୟ ସମାନ କଥା କହୁଛି। ସମାନ ଧର୍ମନିରପେକ୍ଷ ଶକ୍ତିଗୁଡ଼ିକୁ ଚିହ୍ନିବା, ଏକତ୍ର କରିବା ଏବଂ ସମନ୍ବୟ କରିବା ପାଇଁ କଂଗ୍ରେସ ନିଜର ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛି। କଂଗ୍ରେସର ଏହି ବିବୃତ୍ତି ସୂଚାଇ ଦେଇଛି ଯେ ଆଗାମୀ ରାଜନୈତିକ ମଇଦାନରେ କୌଣସି ଦଳ ଏହା ପାଇଁ ବଡ଼ କିମ୍ବା ଛୋଟ ହେବେ ନାହିଁ। ଏହା ସହିତ ଆଞ୍ଚଳିକ ପାର୍ଟିଙ୍କୁ ମଧ୍ୟ କଂଗ୍ରେସ ନିଜ ସହିତ ସାମିଲ କରିବ।କଂଗ୍ରେସ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ତୃତୀୟ ଶକ୍ତିର ଉତ୍ପତ୍ତି ଭାଜପା ତଥା ଏନଡିଏ ପାଇଁ ଲାଭଦାୟକ ହେବ। କଂଗ୍ରେସର ଏହି ମନ୍ତବ୍ୟ ଆମ ଆଦମୀ ପାର୍ଟିର ଏକକ ମନୋଭାବ ରାଜନୀତିକୁ ସୂଚାଉଛି। ଗୁଜରାଟ ବିଧାନସଭା ନିର୍ବାଚନ ପରେ ଆମ ଆଦମୀ ପାର୍ଟି ଏକ ଜାତୀୟ ଦଳର ମାନ୍ୟତା ପାଇଛି।

ସୂଚନାଯୋଗ୍ୟ, ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଦୀର୍ଘ ଦିନ ଧରି ଦେଶରେ ଉଦ୍ୟମ ଚାଲିଛି। ନୀତୀଶଙ୍କ ପୂର୍ବରୁ, କେ. ଚନ୍ଦ୍ରଶେଖର ରାଓ(କେସିଆର) ମଧ୍ୟ ସମାନ ପ୍ରୟାସ କରୁଛନ୍ତି। ଏବେ କଂଗ୍ରେସ ଏବଂ ନୀତୀଶ ମଧ୍ୟ ମିଳିତ ଶକ୍ତି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

Share