ଆମେ ଅଲୋଚନା ପାଇଁ ପ୍ରସ୍ତୁତ, ଟ୍ରମ୍ପଙ୍କ ଧମକ ପରେ ନରମିଲେ ପୁଟିନ!

ମସ୍କୋ,୨୩।୧: କ୍ଷମତାକୁ ଆସିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ସହିତ ଯୁଦ୍ଧ ଶେଷ କରିବାକୁ କହିଛନ୍ତି। ରୁଷିଆ ମଧ୍ୟ କହିଛି ଯେ ସେ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ, ଏହି ଆଲୋଚନା ପାରସ୍ପରିକ ସମ୍ମାନ ଉପରେ ଆଧାରିତ ହେବା ଉଚିତ। ଅର୍ଥାତ୍‌, ତାଙ୍କର ଦାବି ହେଉଛି ଆଲୋଚନାରେ ଏକପାଖିଆ ନିଷ୍ପତ୍ତି ନ ନିଆଯିବା ଉଚିତ୍‌। ଗୁରୁବାର ରୁଷିଆ ଟ୍ରମ୍ପଙ୍କୁ କହିଛି, ତାଙ୍କ ସହିତ ‘ପାରସ୍ପରିକ ସମ୍ମାନପୂର୍ଣ୍ଣ ଆଲୋଚନା’ ପାଇଁ ସେ ପ୍ରସ୍ତୁତ। ଯେତେବେଳେ କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସକୋଭଙ୍କୁ ସାମ୍ବାଦିକମାନେ ପୁଟିନଙ୍କ ମନ୍ତବ୍ୟ ବିଷୟରେ ପଚାରିଲେ, ସେ କହିଲେ, ‘ଆମେ ଏଥିରେ କିଛି ନୂତନ ଦେଖୁନାହୁଁ।’ ଟ୍ରମ୍ପଙ୍କୁ ସମାଲୋଚନା କରି ସେ କହିଲେ, ‘ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ସେମାନେ ପ୍ରତିବନ୍ଧକ ଲଗାଇବାକୁ ପସନ୍ଦ କରନ୍ତି।’ ରୁଷିଆ ଟ୍ରମ୍ପଙ୍କ ବୟାନକୁ ଗୁରୁତର ସହ ଦେଖୁଛି।
ବୁଧବାର ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ ଯଦି ପୁଟିନ ଯୁଦ୍ଧ ଶେଷ କରିବାକୁ ରାଜି ନ ହୁଅନ୍ତି, ତେବେ ସେ ମସ୍କୋ ଉପରେ ଆହୁରି ଅଧିକ କଟକଣା ଲଗାଇବେ। ସେ କହିଛନ୍ତି, ‘ଯଦି ଆମେ କୌଣସି ଚୁକ୍ତିରେ ପହଞ୍ଚିବା ନାହିଁ, ତେବେ ରୁଷିଆ ଦ୍ୱାରା ଆମେରିକା କିମ୍ବା ଅନ୍ୟ ଦେଶକୁ ବିକ୍ରି ହେଉଥିବା ସବୁକିଛି ଉପରେ ଉଚ୍ଚ ଟିକସ ଏବଂ କଟକଣା ଲଗାଇବା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ।’ ସେ ଆହୁରି କହିଛନ୍ତି ଯେ ଆମେରିକାର କୌଣସି ଉଦ୍ଦେଶ୍ୟ ନାହିଁ ’ ରୁଷିଆକୁ କ୍ଷତି ପହଞ୍ଚାଇଛି ଏବଂ ରାଷ୍ଟ୍ରପତି ପୁଟିନଙ୍କ ସହ ସର୍ବଦା ଭଲ ସମ୍ପର୍କ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରା, ଡଲାର ଖସୁଛି

ନୂଆଦିଲ୍ଲୀ, ୩୦।୧: ଜାନୁଆରୀ ୨୦୨୬ ଶେଷ ଆଡ଼କୁ ଆମେରିକୀୟ ଡଲାର (ୟୁଏସ୍‌ଡି) ଓ ଭାରତୀୟ ମୁଦ୍ରା (ଆଇଏନ୍‌ଆର୍‌) ଉଭୟ ଭିନ୍ନ ଭାବରେ ହ୍ରାସ ପାଇବାରେ ଲାଗିଛି। ଡଲାର…

ଶିଳ୍ପ ଅଭିବୃଦ୍ଧିରେ ସଂଘବାଦ ପ୍ରତିବନ୍ଧକ

ନୂଆଦିଲ୍ଲୀ,୩୦ା୧: ଘରୋଇ ସହାୟକମାନଙ୍କ ନିମନ୍ତେ ଏକ ବିସ୍ତୃତ ଆଇନଗତ ଢାଞ୍ଚା ପ୍ରସ୍ତୁତ କରିବା ସହ ସର୍ବନିମ୍ନ ମଜୁରି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବା ଲାଗି ଦାଏର…

ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ, ୨୭ କୋଟିରୁ ଅଧିକ ଥିଲେ ଫୋଲର୍ସ

ନୂଆଦିଲ୍ଲୀ,୩୦।୧: ବିଶ୍ୱର ଷ୍ଟାର କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗୁରୁବାର ବିଳମ୍ବିତ ରାତିରେ ହଠାତ୍ ନିଷ୍କ୍ରିୟ ହୋଇଯାଇଛି ।…

ପରିମାଣ ନୁହେଁ, ଗୁଣବତ୍ତାକୁ ଗୁରୁତ୍ୱ ଦେଉଛନ୍ତି ଔଷଧ କମ୍ପାନୀ

ନୂଆଦିଲ୍ଲୀ,୨୯ା୧: ଭାରତୀୟ ଔଷଧ ଶିଳ୍ପଗୁଡ଼ିକ ପରିମାଣଯୁକ୍ତ ଆଭିମୁଖ୍ୟରୁ ମୂଲ୍ୟଯୁକ୍ତ ଆଭିମୁଖ୍ୟକୁ ବଦଳୁଛନ୍ତି। ଜଟିଳ ଜେନେରିକ୍ସ, ବାୟୋସିମିଲାର୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଔଷଧ ଶିଳ୍ପ ମୂଲ୍ୟ ଶୃଙ୍ଖଳ…

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁନେତ୍ରା, ପ୍ରସ୍ତାବ ଦେବ ଏନ୍‌ସିପି

ମୁମ୍ବାଇ,୩୦।୧: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କ ପରଲୋକ ପରେ ଦଳ ମଧ୍ୟରେ କ୍ଷମତା ଲଢ଼େଇ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପଦ…

WPL: ଫାଇନାଲରେ ପହଞ୍ଚିଲା ଆର୍‌ସିବି

ଭଦୋଦରା,୨୯ା୧- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଗୁରୁବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅତି ସହଜରେ ୮ ଉଇକେଟରେ ୟୁପି ଓ୍ବାରିଅର୍ସକୁ…

ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ: ଯୁବତୀ ଏବେ ୪ ମାସର ଗର୍ଭବତୀ

ଜୟପୁର, ୨୯।୧(ପବନ ପାଣିଗ୍ରାହୀ): ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଗର୍ଭବତୀ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଯୁବକଙ୍କୁ ଗିରଫ…

ଅସଲି ଟ୍ରେଡିଂ କମ୍ପାନୀର ଫେକ୍‌ ଆପ୍‌, ହ୍ବାଟ୍ସଆପ୍‌ ଗ୍ରୁପ କରି ଲୁଟିଥିଲେ ୯୪.୬୨ ଲକ୍ଷ ଟଙ୍କା; ୩ ଯୁବକଙ୍କୁ ବାନ୍ଧିଲା…

ଦେବଗଡ, ୨୯ା୧ (ଶଶାଙ୍କ ଶେଖର ଝାଙ୍କର): ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇ ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri