Categories: ଜାତୀୟ

ଲାଇଭ ଷ୍ଟ୍ରିମିଂ ପାଇଁ ସମସ୍ତ କୋର୍ଟରେ ସମାନ ପ୍ଲାଟଫର୍ମ ଲାଗି ଆମେ ଆଗ୍ରହୀ: ସିଜେଆଇ…

ନୂଆଦିଲ୍ଲୀ,୧୪।୧ : ଦେଶର ସମସ୍ତ କୋର୍ଟର ନ୍ୟାୟିକ ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ କୋର୍ଟରେ ଏଥି ପାଇଁ ସମାନ ପ୍ଲାଟଫର୍ମ ପ୍ରଣୟନ ଲାଗି ଆମେ ଆଗ୍ରହୀ। ଏକ ମାମଲାର ବିଚାର କରି ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ଼ ପ୍ରକାଶ କରିଛନ୍ତି। ଦେଶରେ ସୁପ୍ରିମ୍‌କୋର୍ଟ ଏବଂ ସମସ୍ତ ହାଇକୋର୍ଟରେ ସାମ୍ବିଧାନିକ ପୀଠରେ କରାଯାଉଥିବା ମାମଲାର ବିଚାର ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ କରାଯାଉଛି।

ତେବେ ଏହି ବ୍ୟବସ୍ଥା ସମସ୍ତ କୋର୍ଟରେ ଉପଲବ୍ଧ କରାଇବା ନେଇ ଏକ ରିଟ୍‌ ପିଟିଶନ ଆଇନଜୀବୀ ନେଦୁମପାରାଙ୍କ ପକ୍ଷରୁ ଶୀର୍ଷକୋର୍ଟରେ ଦାଖଲ କରାଯାଇଥିଲା। ସିଜେଆଇ ଏବଂ ବିଚାରପତି ପିଏସ ନରସିଂହାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ନେଦୁମପାରାଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଏହାକୁ ସୋଲିସିଟର ଜେନେରାଲଙ୍କ ସମ୍ମୁଖରେ କାହିଁକି ଉପସ୍ଥାପନ କରାଗଲା ନାହିଁ। ସରକାରଙ୍କ ପାଖରେ ଏଭଳି ଜ୍ଞାନକୌଶଳ ସୁବିଧା ଉପଲବ୍ଧ ଅଛି। ତେଣୁ ଏହାର ଉପଯୋଗ କରିବା ଜରୁରୀ ବୋଲି ଆବେଦନକାରୀ କହିଥିଲେ।

Share