‘ଘୋ’ରେ ମାତିଛୁ

ଭାରତରେ ଗତ ୩ ଦିନ ହେବ ଦୈନିକ କରୋନା ସଂକ୍ରମଣ ୨ ଲକ୍ଷ ଅତିକ୍ରମ କରିଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ ଡେରିରେ ଏହି ସଂକ୍ରମଣ ସ୍ତରକୁ ଉପଲବ୍‌ଧି କରିଥିବା କୁହାଯାଉଛି। କାରଣ ୧୭ ଏପ୍ରିଲରେ ହରିଦ୍ୱାରରେ ମହା କୁମ୍ଭମେଳା ବନ୍ଦ କରିବା ଲାଗି ସେ ଅଭଦେଶାନନ୍ଦ ଗିରିଙ୍କୁ ନିବେଦନ କରିବା ପରେ ଏହି ମେଳା ସମାପନ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଭୋଟ୍‌ ପ୍ରଚାର ପୂର୍ବଭଳି ଆଗେଇ ଚାଲିଛି। କୁମ୍ଭମେଳା ଓ ନିର୍ବାଚନ ଶୋଭାଯାତ୍ରାରେ ହାଉଜାଉ ହେଉଥିବା ଲୋକଙ୍କ ଚିତ୍ର ଦେଖିଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଭଳି ବିଷୟକୁ କେହି ଖାତିର କରୁନାହାନ୍ତି। ଦେଶର ନେତୃତ୍ୱଙ୍କୁ ଏସବୁ ଛବି ଦେଖାଯାଉଥିଲେ ମଧ୍ୟ ତାହା ଅଣଦେଖା କରାଯାଇଛି। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବେଳେ ବାରମ୍ବାର କହୁଥିବା ଦେଖାଯାଇଛି ଯେ, ଏତେ ଲୋକ ଏକସଙ୍ଗେ ସମାଗମ ହେବା ସେ କେବେ ଦେଖି ନ ଥିଲେ। ଏଥିରୁ ବୁଝିହେଉଛି ଯେ, ସେ ପରବର୍ତ୍ତୀ ନିର୍ବାଚନ ସଭାରେ ଆହୁରି ଅଧିକ ଲୋକଙ୍କ ଉପସ୍ଥିତି ହେଉ ବୋଲି ଚିନ୍ତା କରୁଛନ୍ତି। ଲୋକଙ୍କ ସମାଗମରୁ ଏକ ରାଜନୈତିକ ଦଳର ଶକ୍ତି କଳି ହୋଇଥାଏ। ଅନ୍ୟ ଦିଗରେ ଦେଖିଲେ କରୋନା ସେହିଠାରୁ ଶକ୍ତି ପାଇ ବଳୀୟାନ ହୋଇଚାଲିଛି। ଗୋଟିଏ ଜାଗାରେ ଲୋକେ ଏକତ୍ରିତ ହେବା ବା ପାଖାପାଖି ରହିଲେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇଥାଏ। ଗତବର୍ଷ ଯେତେବେଳେ କରୋନାର ପ୍ରଥମ ଲହର ଦେଖାଦେଇଥିଲା, ପ୍ରଧାନମନ୍ତ୍ରୀ ଏକାଧିକ ବାର ଟେଲିଭିଜନ ମାଧ୍ୟମରେ ଲୋକମାନଙ୍କୁ କୋଭିଡ୍‌ ନିୟମ ମାନିବାକୁ ନିବେଦନ କରିଥିଲେ। ଏବେ ଦ୍ୱିତୀୟ ଓ ଅନେକ ସ୍ଥାନରେ ତୃତୀୟ ଲହର ଦେଖାଦେଇଥିଲେ ମଧ୍ୟ ନିର୍ବାଚନ ପାଇଁ ସବୁକିଛି ଜଳାଞ୍ଜଳି କରିଦିଆଯାଇଛି।
ଏଭଳି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୮ ଏପ୍ରିଲରେ ଟୁଇଟ୍‌ କରିଛନ୍ତି ଯେ, ସେ ନିର୍ବାଚନର ସମସ୍ତ ଶୋଭାଯାତ୍ରାକୁ ବାତିଲ କରିଦେଇଛନ୍ତି। ଏଥିସହିତ ଅନ୍ୟାନ୍ୟ ରାଜନେତାଙ୍କୁ ବଡ଼ବଡ଼ ରାଜନୈତିକ ରାଲିର ପରିଣାମ ବିଷୟରେ ଚିନ୍ତା କରିବାକୁ ଆହ୍ବାନ ଦେଇଛନ୍ତି। ଏଠାରେ କୁହାଯାଇପାରେ ଯେ, କଂଗ୍ରେସର ଉପସ୍ଥିତି କିମ୍ବା ରାହୁଲଙ୍କ ରାଜନୈତିକ ଶକ୍ତି କମ୍‌ ହୋଇଥାଇପାରେ, କିନ୍ତୁ ସେ ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଯେଉଁ ଆହ୍ବାନ ଦେଇଛନ୍ତି ନିଶ୍ଚିତ ଦୂରଦର୍ଶୀ ଓ ସ୍ବାଗତଯୋଗ୍ୟ। ନିର୍ବାଚନ ଜିତିବା ପାଇଁ ଲୋକଙ୍କୁ ମରଣମୁହଁକୁ ଠେଲିଦେଉଥିବା ରାଜନେତାମାନେ ଦେଶର ଭବିଷ୍ୟତ ବିଷୟରେ କେତେ ସତର୍କ ରହିଛନ୍ତି ବୁଝିହେଉଛି। ରାଷ୍ଟ୍ରର ମଙ୍ଗଳ ବା ବିକାଶ ଲାଗି କେବଳ ଶାସନକର୍ତ୍ତା ବା ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ଯେ ନିର୍ଦ୍ଦେଶ ବା ନିବେଦନ ଦେଇଚାଲିବେ ଭାବିବା ଭୁଲ। ଦେଶକୁ ବିପଦରୁ ରକ୍ଷା କରିବା ପାଇଁ ଯେ କେହି ଚିନ୍ତାଶୀଳ ବ୍ୟକ୍ତିଙ୍କ ପରାମର୍ଶ ଯୁକ୍ତିଯୁକ୍ତ ହୋଇଥିଲେ ଗ୍ରହଣଯୋଗ୍ୟ ହେବା କଥା।
ଏଠାରେ ମନେପଡ଼େ ଗତବର୍ଷ ଯେତେବେଳେ ନିଜାମୁଦ୍ଦିନ୍‌ ମର୍କଜରେ ତବଲିଘି ଜମାତର ସମାଗମ ହୋଇଥିଲା, ସେତେବେଳେ ତାହାକୁ ଦେଶବ୍ୟାପୀ ନିନ୍ଦା କରାଯାଇଥିଲା। ଏଥିପାଇଁ ଅନେକ ତବଲିଘିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ ହୋଇଥିଲା। ବିଦେଶରୁ ଆସିଥିବା ମୁସଲମାନ ନେତାମାନଙ୍କୁ ଗିରଫ କରାଯାଇଥିଲା। ତତ୍‌ସହିତ ମୁସଲମାନ ସମ୍ପ୍ରଦାୟ ପାଇଁ ଘୃଣା, ଦ୍ୱେଷ ସୃଷ୍ଟି କରିବାର ସୁଯୋଗକୁ ଭାଜପାର ସମର୍ଥକମାନେ ହାତଛଡ଼ା କରି ନ ଥିଲେ। ଏହି ଦ୍ୱିତୀୟ ଅଧିକ ମାରାତ୍ମକ କରୋନା ଲହର ବ୍ୟାପୁଥିବା ବେଳେ ସବୁ ପ୍ରାନ୍ତରୁ ଯାଇଥିବା ହିନ୍ଦୁମାନେ ଏବେ ହରିଦ୍ୱାର ମହା କୁମ୍ଭମେଳାରେ ଯୋଗଦେଇ ସେହି ତବଲିଘି ମୁସଲମାନଙ୍କ ଭଳି ବ୍ୟବହାର ଦେଖାଇଛନ୍ତି। ଅର୍ଥାତ୍‌ ଯଦି ମୁସଲମାନଙ୍କୁ ଜଘନ୍ୟ ବୋଲି କହୁଛେ, ଆମେ ହିନ୍ଦୁମାନେ ମଧ୍ୟ ଅନୁରୂପ ଭାବେ ଜଘନ୍ୟ। କୁମ୍ଭମେଳାରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥିଲେ ମଧ୍ୟ ଉତ୍ତରାଖଣ୍ଡ ସରକାର ତାହାକୁ ରୋକିବାକୁ ଚେଷ୍ଟା କରି ନ ଥିଲେ। ବରଂ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ ଅବାନ୍ତର ଯୁକ୍ତି କରିଛନ୍ତି ଯେ, ତବଲିଘିମାନେ ରୁଦ୍ଧଦ୍ୱାରରେ ରୁଣ୍ଡିଭୂତ ହୋଇଥିଲେ, ଯାହା ଅସୁରକ୍ଷିତ ଥିଲା। କୁମ୍ଭମେଳା ଘର ବାହାରେ ହୋଇଥିବାରୁ ସମ୍ପୂର୍ଣ୍ଣ ସୁରକ୍ଷିତ। ଏଭଳି ଯୁକ୍ତି ଦର୍ଶାଉଥିବା ବ୍ୟକ୍ତିଙ୍କୁ ଭୂତାଣୁ ବିଶେଷଜ୍ଞମାନେ ବୁଝାଇ ଥକିପଡ଼ିଲେ ମଧ୍ୟ କୌଣସି ପରିବର୍ତ୍ତନ ଆସିପାରିବ ନାହିଁ। କାରଣ ଧର୍ମ ନାମରେ ଅନେକେ ଅନ୍ଧ ହୋଇଯାଉଛନ୍ତି। ସେହିପରି ସହରବଜାରରେ ମାସ୍କ ନ ପିନ୍ଧିଲେ ଜରିମାନା ଲାଗି ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ସେହି ନିୟମାବଳୀ କୁମ୍ଭମେଳା କିମ୍ବା ନିର୍ବାଚନ ପ୍ରଚାର ବେଳେ ଅନୁପାଳନ ନ ହେବା ଶାସନବ୍ୟବସ୍ଥାର ଦାୟିତ୍ୱହୀନତାକୁ ସୂଚାଉଛି। ଜନସାଧାରଣ ମଧ୍ୟ ପାଗଳ ଭଳି ନେତା ଓ ସାଧୁଙ୍କୁ ଅନୁସରଣ କରିଚାଲିଛନ୍ତି। କେହି ବୁଝୁନାହାନ୍ତି ଯେ, ସାମୟିକ ଭାବପ୍ରବଣତା ସେମାନଙ୍କ ଜୀବନରେ କେତେ କ୍ଷତି ଆଣିଦେଉଛି। କେବଳ ସେମାନଙ୍କର ନୁହେଁ, ପ୍ରତ୍ୟେକ ନାଗରିକର ଦାୟିତ୍ୱହୀନତା ସମଗ୍ର ଦେଶକୁ କ୍ଷତି ପହଞ୍ଚାଇଲାଣି। ଗୋଟେ ‘ଘୋ’ରେ ମାତିଲେ ବିପଦ ସୁନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri