Categories: ଜାତୀୟ

ଭାରତ-ଚାଇନା ସୀମା ବିବାଦ, ଯେକୌଣସି ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ: ସିଡିଏସ୍‌

କୋଲକାତା,୧୪ ।୧୨: ଚାଇନା ସହ ଲାଗି ରହିଥିବା ସୀମା ବିବାଦକୁ ନେଇ କୋଲକତାଠାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ବିପିନ ରାୱତ କହିଛନ୍ତି କରୋନା ମହାମାରୀ ସମୟରେ ଚାଇନା ବାସ୍ତବିକ ବା ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ପୂର୍ବପରି ଉତ୍ତେଜନା ପରିସ୍ଥିତି ବଜାୟ ରଖିଥିଲା । ହେଲେ ଆମ ଯବାନ ବି ସୁରକ୍ଷା ଦୃଷ୍ଟିରୁ ସବୁ ପ୍ରକାର ପ୍ରସ୍ତୁତ ଥିଲେ । ସେ କହିଛନ୍ତି କରୋନା ମହାମାରୀ ମଧ୍ୟରେ ବି ଚାଇନା ଉତ୍ତର ସୀମା ସହ ଏଲ୍‌ଏସିରେ ସବୁବେଳେ ଆକ୍ରମଣ କରିବା ଢଙ୍ଗରେ ରହୁଥିବା ଦେଖାଯାଇଛି । ତେଣୁ ଏହାକୁ ଦେଖିଲେ ଆମକୁ ଜଳ, ସ୍ଥଳ ଓ ଆକାଶ ପଥରେ ଆହୁରି ପସ୍ତୁତି କରିବା ଦରକାର । ହେଲେ ମୋର ବିଶ୍ୱାସ ରହିଛି ଯେ ଦେଶର ସୁରକ୍ଷାବଳ ଦେଶକୁ ସୁରକ୍ଷା ଦେବାକୁ କୌଣସି ଅଭାବ କରିବେ ନାହିଁ । ସେ ଜଳ ହେଉ ଅବା ସ୍ଥଳ ପୁଣି ଆକାଶ । ତେଣୁ ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ରହିଛୁ ବୋଲି ସିଡିଏସ୍ କହିଛନ୍ତି । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ବିପିନ ରାୱତଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଆମ ଯବାନ ସବୁବେଳେ ପ୍ରସ୍ତୁତ ରହିଛନ୍ତି । ତେଣୁ ଏହି ସମୟରେ ବିପକ୍ଷ ଅଧିକ ସତର୍କ ରହିବା ଜରୁରୀ ।

Share