ଆମେ ସବୁ ହାସ୍ୟାଭିନେତା

ପ୍ରାୟ ଦେଢ଼ ଦଶନ୍ଧି ତଳର କଥା। ଜଣେ ବରିଷ୍ଠ ସହକର୍ମୀଙ୍କ ସହ ଯାତ୍ରା ଦେଖିବାକୁ ଯାଇଥିଲି। ଯାତ୍ରା ସରିବା ପରେ ସହକର୍ମୀ ଜଣକ ଜଣେ ଅଭିନେତାଙ୍କୁ ଦେଖା କରିବାକୁ କହିଲେ ଯେ କି ତାଙ୍କର ବାଲ୍ୟବନ୍ଧୁ ଥିଲେ। ଆମେ ଯେତେବେଳେ ସେ ଲୋକପ୍ରିୟ ହାସ୍ୟାଭିନେତାଙ୍କ ନିବାସକୁ ଗଲୁ ସେ ଅଭିନୟ ସାରି ଏକ ଚୌକି ଉପରେ ବସି ଅତ୍ୟନ୍ତ ଶାରୀରିକ କଷ୍ଟ ଅନୁଭବ କରୁଥାନ୍ତି। ଆମେ କାରଣ ପଚାରିଲୁ ଏବଂ ତାଙ୍କଠାରୁ ଉତ୍ତର ଯାହା ଆସିଲା ତାହା ସମ୍ପୂର୍ଣ୍ଣ ଅବିଶ୍ବାସ୍ୟ ଥିଲା। ଅଭିନେତା ଜଣକ କହିଲେ, ଗତ ରାତିରୁ ଛାତି ଯନ୍ତ୍ରଣାରେ ମୁଁ ଛଟପଟ ହେଉଛି। ତାହା ଲୁଚେଇବା ପାଇଁ ଶରୀରରେ ସାଲଟିଏ ଘୋଡ଼ାଇ ହୋଇ ଅଭିନୟ କରୁଥିଲି। ଯେତେବେଳେ ବହୁତ କଷ୍ଟ ହେଉଥିଲା ସେତେବେଳେ ଛାତିକୁ ଚାପିଧରି ନିଖୁଣ ଅଭିନୟ କରିବାକୁ ଚେଷ୍ଟା କରୁଥିଲି। ଅଭିନେତାଙ୍କ କଥାଶୁଣି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ। କାରଣ ସେ ହାସ୍ୟାଭିନେତାଙ୍କ ଅଭିନୟ ଏତେ ନିଖୁଣ ଓ ଜୀବନ୍ତ ଥିଲା ଯେ ଦର୍ଶକ ହସି ହସି ବେଦମ୍‌ ହୋଇଯାଉଥିଲେ। ସମସ୍ତେ ହସିବାକୁ ବାଧ୍ୟ ହେଉଥିଲେ। ତାଙ୍କ ପେସାଦାର ଅଭିନୟରେ ଶାରୀରିକ କ୍ଲେଶ ଆଦୌ ବାରି ହେଉ ନ ଥିଲା। କିନ୍ତୁ ପ୍ରକୃତରେ ଅଭିନେତା ଜଣକ ଛାତି ଯନ୍ତ୍ରଣାରେ ଛଟପଟ ହୋଇ ଦର୍ଶକଙ୍କ ମନୋରଞ୍ଜନ କରୁଥିଲେ ତାହା ପୁଣି ତାଙ୍କର ଉଭୟ କର୍ତ୍ତବ୍ୟ ଏବଂ ବାଧ୍ୟବାଧକତା ଥିଲା। ସେହିପରି ଆମ୍ଭମାନଙ୍କ ଜୀବନ। ଆମେ ପ୍ରତି ସମୟରେ ହାସ୍ୟାଭିନେତାଙ୍କ ଭଳି ପେଟରେ ପେଟିଏ ଦୁଃଖ ଚାପିଧରି ଅନ୍ୟମାନଙ୍କୁ ହସେଇବାକୁ ଉଦ୍ୟମ କରୁ। କାହାକୁ ନିଜର ଦୁଃଖ କହି ହୁଏନି କି ଅନ୍ୟର ଦୁଃଖ ଦେଖି ସହି ହୁଏନି। ହେଲେ ସମସ୍ତଙ୍କୁ ଖୁସି ଦେଇ ଚାଲିବାର ମନୋବୃତ୍ତି ଆମକୁ ବ୍ୟକ୍ତିଗତ ଅସରନ୍ତି କଷ୍ଟ ଦେଇଚାଲେ। ଅବ୍ୟକ୍ତ ତଥା ଅକୁହା ଦୁଃଖ କଷ୍ଟର ସାନ୍ତ୍ୱନା କେବଳ ଗୋଟିଏ ଯେ ଆମେ ଆମର କର୍ତ୍ତବ୍ୟ ସମ୍ପାଦନ କରି ଅନ୍ୟ ମୁହଁରେ ହସ ଫୁଟେଇ ଚାଲିଛୁ। ହେଲେ ଆମ ସଂଘର୍ଷ ଓ ସଂଘାତର ପରିଣାମ ସ୍ବରୂପ ହସୁଥିବା ଲୋକ ବୁଝିପାରେ କି ନାହିଁ କହିବା ମୁସ୍କିଲ। କିନ୍ତୁ ବହୁ କ୍ଷେତ୍ରରେ ସେମାନେ ଏ ଦୁଃଖ, ଯନ୍ତ୍ରଣାର କରୁଣ ଗାଥା ବୁଝିପାରନ୍ତି ନାହିଁ ବରଂ ସେମାନେ ଧରି ନିଅନ୍ତି କି ସେମାନଙ୍କର ସେବା ଓ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ ବା କୌଣସି ସ୍ବାର୍ଥ ପାଇଁ କରୁଥିବେ। ଉପକାର ପାଇଥିବା ନିଜ ପରିବାର ସଦସ୍ୟ ବା ଅନ୍ୟ ଲୋକମାନେ ସମବେଦନା ବା କୃତଜ୍ଞତା ଜଣାଇବା ପରିବର୍ତ୍ତେ ସେମାନେ ଅଧିକରୁ ଅଧିକ ଆଶା କରି ଚାଲନ୍ତି। କେବଳ ସେତିକି ନୁହେଁ, ସାହାଯ୍ୟ ବା କର୍ତ୍ତବ୍ୟର ଅପବ୍ୟବହାର କରି ଚାଲନ୍ତି ଯାହାକି ଏକ ପ୍ରକାର ନିର୍ମମ ଶୋଷଣ। ଛୋଟ ଉଦାହରଣଟି ଉପସ୍ଥାପନ କରୁଛି।
ବହୁବର୍ଷର ଅଧ୍ୟାପନା ଭିତରେ ଅନେକ ପିଲାଙ୍କ ସଂସ୍ପର୍ଶରେ ଆସିଛି। ସମସ୍ତ ପିଲା ସେମିତି ନ ହେଲେ ଅଧିକାଂଶ ଯୁବତୀଯୁବକ ଅତ୍ୟନ୍ତ ବେପରୁଆ, ଅସମ୍ବେଦନଶୀଳ ଓ ସ୍ବାର୍ଥପର। ହୁଏତ ଏହାର ପଛରେ ସେମାନଙ୍କ ବୟସର ଦୋଷ, ସଙ୍ଗଦୋଷ ଏପରି କି ଅଜ୍ଞାନତା ଥାଇପାରେ। କିନ୍ତୁ ସବୁ ସତ୍ତ୍ୱେ ନିଜ ପରିବାରର ସମସ୍ୟା ଓ ବାପାମାଆଙ୍କ ସଂଘର୍ଷ ସମ୍ବନ୍ଧରେ ଚିନ୍ତନ କରିବା ଜରୁରୀ ନୁହେଁ କି? କିନ୍ତୁ ସେମାନେ ସେଭଳି ନ କରି ଅବାଟରେ ଯାଆନ୍ତି ଏବଂ ସ୍ବପ୍ନିଳ ଜଗତରେ ବିଚରଣ କରି ନିଜ ଜୀବନ ଓ ପରିବାରର ସୁଖସମୃଦ୍ଧିକୁ ନଷ୍ଟଭ୍ରଷ୍ଟ କରିଦିଅନ୍ତି। ଅନେକ ପିଲାଙ୍କୁ ଦେଖିଛି ବାପାମାଆ ମୂଲ ଲାଗି, ଦିନସାରା ପର ପାଖରେ ଖଟି ଖଟି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବଡ଼ ଶିକ୍ଷାନୁଷ୍ଠାନରେ ନାମଲେଖାନ୍ତି। କିନ୍ତୁ ପିଲାମାନେ ଅତ୍ୟନ୍ତ ଦାୟିତ୍ୱହୀନ ଭାବରେ ବାପାମାଆ, ପରିବାରବର୍ଗଙ୍କ ଦୁଃଖ ଯନ୍ତ୍ରଣାକୁ ତିଳେମାତ୍ର ଚିନ୍ତା ନ କରି ଅବାଟରେ ଚାଲିଯାଆନ୍ତି। ଯେଉଁଥି ପାଇଁ ସେମାନେ ଆସିଛନ୍ତି ତାହା ଭୁଲିଯାଇ କୁସଙ୍ଗରେ ପଡ଼ି ଅନେକ ଭୁଲ୍‌ କରି ବସନ୍ତି। ସବୁଠାରୁ ବଡ଼ କଥା ହେଉଛି ହାସ୍ୟାଭିନେତା ଭଳି ସବୁ ଦୁଃଖ, କ୍ଳେଶ ଓ ଅଭାବ ଅନଟନକୁ ଛାତିରେ ଚାପିଧରି ପିଲାଙ୍କ ସୁଖ ପାଇଁ ସର୍ବସ୍ବ ହରାଇଥିବା ବାପାମାଆ ବା ପରିବାରବର୍ଗଙ୍କୁ ଅଣଦେଖା ଓ ଅସମ୍ମାନ କରନ୍ତି ଏପରି କି ଜୋରଜବରଦସ୍ତ ସେମାନଙ୍କଠାରୁ ଟଙ୍କା ଆଣି ମାଦକ ଦ୍ରବ୍ୟ, ବଡ଼ ହୋଟେଲରେ ପାର୍ଟି ଓ ଅନ୍ୟାନ୍ୟ ଅସତ୍‌ କାମରେ ବିନିଯୋଗ କରନ୍ତି। ଯଦି ନିଜ କଷ୍ଟକୁ ନିୟନ୍ତ୍ରଣ ନ କରି କେବେ ମା’ବାପା ତାଗିଦା କରନ୍ତି ତୁରନ୍ତ ଆତ୍ମହତ୍ୟା ଭଳି ଧମକ ଦିଅନ୍ତି। ଏମିତି ବି ହୁଏ ଯଦି ଅଭାବ ହେତୁ ଠିକ ସମୟରେ ଟଙ୍କା ଦେବାରେ ବିଳମ୍ବ ହୁଏ ଆଜିକାଲିର ଯୁବତୀଯୁବକମାନେ ପରିବାରର ଅସୁବିଧା ବୁଝିବା ପରିବର୍ତ୍ତେ ସିଧା ପ୍ରଶ୍ନ କରନ୍ତି କି ଯଦି ସୁବିଧା ସୁଯୋଗ ଯୋଗାଇ ଦେବାରେ ସାମର୍ଥ୍ୟ ନ ଥିଲା ଜନ୍ମ କାହିଁକି ଦେଉଥିଲ ବା ତୁମ ପରିବାରରେ ଜନ୍ମ ହୋଇ ମୋ ଜୀବନ ବେକାର। ମୋ ସାଙ୍ଗ ସାଥୀମାନେ କେତେ ସୁଖରେ ଅଛନ୍ତି ହେଲେ ମୁଁ….. ଇତ୍ୟାଦି। ବିଚରା ବାପାମାଆ ହାସ୍ୟାଭିନେତାମାନଙ୍କ ଭଳି ଲୁହ ପିଇଯାଇ କେବଳ ମିଛ ହସ ହସିବା ଛଡ଼ା ଆଉ ଉପାୟ କିଛି ନାହିଁ।
ମନେରଖିବା ଉଚିତ ଯେ ଏଭଳି ହାସ୍ୟାଭିନୟ କେବଳ ପୁଅଝିଅ, ପରିବାରବର୍ଗ ବା ଜ୍ଞାତି କୁଟୁମ୍ବ ଭିତରେ ସୀମିତ ନୁହେଁ, ଏହା ସମାଜରେ ପରିବ୍ୟାପ୍ତ। ମାନେ ଏଭଳି ଅଭିନୟ କରିବାକୁ ସମାଜର ତଥା ଆମ ଆଖପାଖରେ ରହୁଥିବା ଲୋକମାନେ ମଧ୍ୟ ଚାହାନ୍ତି। ଆପଣ ଯଦି ରୋଜଗାରକ୍ଷମ ତେବେ ଆପଣ ଆଖପାଖ ଲୋକ ଭାବି ନିଅନ୍ତି କି ସେମାନଙ୍କୁ ସାହାଯ୍ୟ କରିବା ଆପଣଙ୍କ କର୍ତ୍ତବ୍ୟ। କିନ୍ତୁ ସେମାନେ ଭୁଲିଯାଆନ୍ତି କି ସହଯୋଗର ହାତ ବଢ଼େଇଥିବା ଲୋକମାନଙ୍କ ପ୍ରତି ସେମାନଙ୍କର ମଧ୍ୟ କିଛି କର୍ତ୍ତବ୍ୟ ଅଛି। ଯଦି ଆପଣ ଚାକିରି ଖଣ୍ଡେ କରିଛନ୍ତି ତାହା ପୁଣି ବଡ଼ ଚାକିରିଟିଏ ତାହାହେଲେ କଥା ସରିଲା। ଲୋକେ ଭାବନ୍ତି ସରକାର ସେମାନଙ୍କ ପାଇଁ ଅକ୍ଷୟ ଭଣ୍ଡାର ଖୋଲି ଦେଇଥାନ୍ତି। ତେଣୁ ଯାହାର ଆବଶ୍ୟକ ପଡିଲା ନେଇ ଚାଲିବେ ।
ଫେରେଇବାର ପ୍ରଶ୍ନ ଉଠୁନାହିଁ। ଯଦି ଆପଣଙ୍କ ଅସୁବିଧା ହେତୁ ଦେଇପାରିବେ ନାହିଁ ସେତେବେଳେ ଯେଭଳି କଥା ଆପଣଙ୍କୁ ଶୁଣିବାକୁ ମିଳିବ ତାହା ଅସହ୍ୟ, ଅବ୍ୟକ୍ତ ଓ ଅମାନୁଷିକ। କେବଳ ଏକା ଏକା କାନ୍ଦିବା ଛଡ଼ା ଅନ୍ୟ ପନ୍ଥା ନାହିଁ।
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ ମୋ:୯୪୩୭୯୧୪୮୧୮

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri