Posted inଫୁରସତ

ଆମେ ଆଉ ପ୍ଲାଷ୍ଟିକ୍‌ ବୋତଲ

କାଚପରି ସ୍ବଚ୍ଛ କିନ୍ତୁ କାଚ ତୁଳନାରେ ଢେର ହାଲୁକା । ତଳେ ପଡିଲେ ଭାଙ୍ଗିବନି କି ଫାଟିବନି। ଯେଉଁଠି ଲିଟରେ ପାଣି ରଖିବାକୁ ଆବଶ୍ୟକ ହେଉଥିଲା ଅଧ କେଜିର କାଚ ବୋତଲ ସେଠି ମାତ୍ର ୩୦ ଗ୍ରାମ୍‌ର ବୋତଲ ହିଁ ଯଥେଷ୍ଟ। ଟେକି ପିଇବା ଯେତିକି ସହଜ, ସାଙ୍ଗରେ ନେବା ଆଣିବା କରିବା ବି ସେତିକି ସହଜ। ଏତେ ଗୁଣବାନ୍‌ ଚିଜଟା ଆମର ଜୀବନସାଥୀ ହେବନି ତ ଆଉ କିଏ ହେବ? ହଁ, ବର୍ତ୍ତମାନ ଆମ ଜୀବନର ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଥିବା ପ୍ଲାଷ୍ଟିକ୍‌ ବୋତଲ କଥା ପଡିଛି। ପ୍ରଥମେ ତମ୍ବା-ପିତ୍ତଳ ବୋତଲ କିଣି କିଣି ଢେର ପଇସା ସରୁଥିଲା। କାଚ ବୋତଲ ବ୍ୟବହାର କଲେ ଅନେକ ସମୟରେ ତଳି ପଡ଼ି ଭାଙ୍ଗି ବି ଯାଉଥିଲା। ତେଣୁ ବିଜ୍ଞାନ ଓ ବୈଜ୍ଞାନିକ ମିଶି ଆମକୁ ଉପହାର ଦେଲେ ପ୍ଲାଷ୍ଟିକ୍‌ ବୋତଲ, ବଜାରକୁ ଆସୁ ଆସୁ ଯାହାକୁ ଆମେ ସହଜରେ ଆଦରି ନେଲୁ। ଆଉ ବର୍ତ୍ତମାନ ଏହାର ବ୍ୟବହାର ଏତେ ମାତ୍ରାରେ ବଢିଯାଇଛି ଯେ, ଏହା ବିନା ଚଳିବା କଥା ଭାବିଲେ ଏକ ପ୍ରକାର ଅସମ୍ଭବ ମନେହେଉଛି। ପାଣି, କୋଲ୍ଡ ଡ୍ରିଙ୍କ୍ସ, ତେଲଠାରୁ ଆରମ୍ଭ କରି ଅନେକ ସାମଗ୍ରୀ ରଖିବା ଲାଗି ଏହା ବେଶ୍‌ ସାହାଯ୍ୟ କରୁଛି। ତେବେ ଘରେ ଫ୍ରିଜ୍‌ରେ ରଖିବା, ଗାଡ଼ିରେ ଯାତ୍ରା ସମୟରେ ସାଙ୍ଗରେ ନେବା ଲାଗି ସହଜ ହେବା କାରଣରୁ ହେଉ ଅବା ମାର୍କେଟ୍‌ରେ ଅନେକ କମ୍ପାନୀର ପାଣି ବୋତଲ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାରୁ ପ୍ଲାଷ୍ଟିକ୍‌ ପାଣି ବୋତଲର ବ୍ୟବହାର ସର୍ବାଧିକ। ହେଲେ ଏହାର ବହୁଳ ବ୍ୟବହାର ଯୋଗୁ ବର୍ତ୍ତମାନ ବସ୍‌ଷ୍ଟାଣ୍ଡ, ରେଲଓ୍ବେ ଷ୍ଟେଶନ୍‌, ନଈ କୂଳରୁ ସମୁଦ୍ର ବେଳାଭୂମି ଆଦି ସ୍ଥାନରେ ଗଦା ହେଉଥିବା ହଜାର ହଜାର ସଂଖ୍ୟାରେ ପ୍ଲାଷ୍ଟିକ ବୋତଲ ନା କେବଳ କୁଢ କୁଢ ଆବର୍ଜନା ସୃଷ୍ଟି କରୁଛି ବରଂ ଏଥିରେ ଥିବା ବିଭିନ୍ନ ହାନିକାରକ ଉପାଦାନ ଆମ ଶରୀର ସହ ପରିବେଶରେ ମଧ୍ୟ ବିଷ ଭରିଦେଉଛି। ଯାହାଦ୍ୱାରା ନା କେବଳ ମଣିଷ ଶରୀରରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି ବରଂ ଏହା ଯୋଗୁ ମୃତ୍ତିକା, ଜଳ ଏବଂ ବାୟୁ ପ୍ରଦୂଷଣ ହୋଇ ଅନ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଉଛି। ତେବେ ପ୍ଲାଷ୍ଟିକ ବୋତଲ ବ୍ୟବହାର ତ ରୋକିବା ଆମପକ୍ଷେ ସମ୍ଭବ ନୁହେଁ, ହେଲେ ବିଭିନ୍ନ ଦିଗ ପ୍ରତି ସଚେତନ ହେଲେ ଏହା ଯୋଗୁ ସୃଷ୍ଟି ହେଉଥିବା ପ୍ରଦୂଷଣ ଏବଂ ସ୍ବାସ୍ଥ୍ୟ ସମସ୍ୟା ଯେ ରୋକାଯାଇପାରିବ ସେଥିରେ ସନ୍ଦେହ ନାହିଁ।
– ପୌର୍ଣ୍ଣମାସୀ

ପୁନଃଚକ୍ରୀକରଣ ସର୍ବୋତ୍ତମ ବିକଳ୍ପ
୧୯୪୦ ଦଶକରେ ପ୍ଲାଷ୍ଟିକ୍‌ ବୋତଲ ବଜାରକୁ ଆସିଲା। ତା’ ପ୍ରତି ଆମ ଆଦର ଦେଖି ବୈଜ୍ଞାନିକମାନେ ତାକୁ ଆହୁରି ଶସ୍ତା ଓ ସୁନ୍ଦର କରିବା ଦିଗରେ ମନ ଦେଲେ। ସେମାନଙ୍କର ଜୟ ହେଲା, ପ୍ଲାଷ୍ଟିକ୍‌ ବୋତଲ ଘରେ ଘରେ ପହଞ୍ଚତ୍ଲା। ସଭାସମିତି, ବିବାହବ୍ରତ, ମନ୍ଦିର ଚର୍ଚ୍ଚ- ସବୁଠି ଏହାର ଅବାଧ ପ୍ରବେଶ ରହିଲା। ଆମେ ସେଇ ବୋତଲରୁ ଅମୃତ ରୂପକ ଜଳ ପାନକଲୁ। କିନ୍ତୁ କିଏ ଭାବିଥିଲା, ଅମୃତ ବଦଳରେ ବିଷ ପିଉଥିଲୁ। ଆମ ଅଜାଣତରେ ପ୍ଲାଷ୍ଟିକ୍‌ ବୋତଲ ଦେହରୁ ବିଷାକ୍ତ ପଦାର୍ଥ ବାହାରି ଜଳରେ ମିଶୁଥିଲା ଓ ସେହି ଜଳକୁ ଆମେ ପିଉଥିଲୁ।

ବୋତଲର ଗହନ କଥା ଏବେ ଜଣାପଡୁଛି। ପ୍ଲାଷ୍ଟିକ୍‌ରେ ଥାଲେଟ୍ସ, ଆଣ୍ଟିମନି, ବେନ୍‌ଜିନ୍‌, ଡାଇଅକ୍ସିନ୍‌, ସୀସା ଓ ଷ୍ଟାଇରିନ୍‌ ସହିତ ଆଲୁମିନିୟମ୍‌, ଫ୍ଲୋରାଇଡ୍‌, ଆର୍ସେନିକ୍‌, ସିଆନାଇଡ୍‌ ଓ ବାଇଫେନିଲ୍‌-ଏ ନାମକ ଏକ ମାରାତ୍ମକ ଏଷ୍ଟ୍ରୋଜେନ୍‌ ମିମିକିଙ୍ଗ୍‌ କେମିକାଲ ଭଳି ବିଷ ବି ରହିଛି। ଏସବୁ ବିଷାକ୍ତ ଉପାଦାନର ବାନ୍ତି, ଚର୍ମରୋଗ, ମୁଣ୍ଡବିନ୍ଧା, ପେଟଘା ଓ କର୍କଟ ସୃଷ୍ଟି କରାଇବା କ୍ଷମତା ରହିଛି। ଜୀବନକୁ ଦୁର୍ବିଷହ କରିବା ଲାଗି ଆଉ ଅଧିକ କ’ଣ ଦରକାର? ବୋତଲ ପାଣିରେ ମିଶୁଥିବା କ୍ଷୁଦ୍ରାତିକ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକା (ମାଇକ୍ରୋ-ପ୍ଲାଷ୍ଟିକ୍‌) ପେଟ ଭିତରକୁ ଗଲା ପରେ ଅନ୍ତନାଡ଼ିର କାନ୍ଥ ଅତିକ୍ରମ କରି ରକ୍ତରେ ମିଶିବାର ଆଶଙ୍କା ରହିଛି ା ଏକ ମିଟରର ୧୦ଲକ୍ଷ ଭାଗରୁ ଏକ ଭାଗ ମାପର ମାଇକ୍ରୋକଣିକା ପାଇଁ ଏହା କିଛି ଅସମ୍ଭବ ନୁହେଁ।

୨୦୦୪ ମସିହାରେ ଅତି କମ୍‌ରେ ୩୦,୦୦୦ କୋଟି ବୋତଲ ତିଆରି ହୋଇଥିଲା। ସେହିପରି ୨୦୧୪ରେ ୪୭,୫୦୦ କୋଟି, ୨୦୧୬ରେ ୪୮,୫୦୦କୋଟି ତିଆରି ହୋଇଛି। ଆସନ୍ତା ବର୍ଷ ୨୦୨୧ରେ ୫୮,୦୦୦ରୁ ଅଧିକ ସଂଖ୍ୟକ ବୋତଲ ବଜାରକୁ ଆସିବାର ଯୋଜନା ରହିଛି। ୨୦୧୮ ମସିହାରେ ପୃଥିବୀରେ ୧୭୫ ଲକ୍ଷ ଟନ୍‌ ବୋତଲ ତିଆରି ହୋଇଥିଲା। ଗତ ୭୦ ବର୍ଷ ଭିତରେ (୧୯୫୦ ମସିହାରୁ) ୮୩୦ କୋଟି ଟନ୍‌ ଆବର୍ଜନା ସୃଷ୍ଟି ହୋଇଛି। ଭାରତରେ ବର୍ଷକୁ ପ୍ରାୟ ୧୮୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ୍‌ ବ୍ୟବହୃତ ହେଉଛି ଓ ୯୫ ଲକ୍ଷ ଟନ୍‌ ଆବର୍ଜନା ସୃଷ୍ଟି ହେଉଛି। ତେବେ ଭାରତରେ ଏହି ବୋତଲର ବ୍ୟବହାର ପ୍ରତି ବର୍ଷ ବଢୁଛି ସତ, କିନ୍ତୁ ପ୍ରଦୂଷଣ ରୋକିବା ଲାଗି ଏଭଳି ପ୍ଲାଷ୍ଟିକ୍‌ ବୋତଲର ପୁନଃଚକ୍ରୀକରଣ ପ୍ରକ୍ରିୟାରେ ଆମ ଦେଶ ସାରା ପୃଥିବୀରେ ଆଗୁଆ ଅଛି। ବ୍ୟବହୃତ ପ୍ଲାଷ୍ଟିକ୍‌ର ପୁନଃଚକ୍ରୀକରଣ କରି ୮୦ ପ୍ରତିଶତ ଜିନିଷ ତିଆରି କରୁଛି। ଆମେରିକା ଓ ୟୁରୋପ ତୁଳନାରେ ମଧ୍ୟ ଆଗୁଆ ରହିଛି। ୨୦୨୪ ମସିହା ସୁଦ୍ଧା ୧୦୦ ପ୍ରତିଶତ ପୁନଃଚକ୍ରୀକରଣ ସମ୍ଭବ ହେବାର ଯୋଜନା ରହିଛି।
– କମଳାକାନ୍ତ ଜେନା
କୋର୍ଡିନେଟର, ସ୍ନାତକୋତ୍ତର ପ୍ରାୟୋଗିକ ପଦାର୍ଥ ବିଜ୍ଞାନ ବିଭାଗ,
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ, ମୋ- ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri