ଓରାଙ୍ଗ୍‌ଉଟାନ ଚୋରାଚାଲାଣ: ଡବ୍ଲ୍ୟୁସିସିବି, ଏସ୍‌ଟିଏଫ୍‌ର ତଦନ୍ତ

ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ବିଚିତ୍ରପୁର ନିକଟ ରଣକଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ହେବାପରେ ଏହା ପଛରେ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣକାରୀ ଗ୍ୟାଙ୍ଗ୍‌ ରହିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଏହି ଘଟଣାର ପର୍ଦ୍ଦାଫାଶ ପାଇଁ ରାଜ୍ୟ ପୋଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଏବଂ କେନ୍ଦ୍ରୀୟ ୱାଇଲ୍ଡଲାଇଫ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ(ଡବ୍ଲ୍ୟୁସିସିବି) ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବୁଧବାର ସୂଚନା ଦେଇଛନ୍ତି। ଏହି ଓରାଙ୍ଗ୍‌ଉଟାନଗୁଡ଼ିକ କିପରି ଓ କାହା ମାଧ୍ୟମରେ ବାଲେଶ୍ୱର ଜଙ୍ଗଲକୁ ଆସିଲେ, ସେନେଇ ଏସ୍‌ଟିଏଫ ଓ ଡବ୍ଲ୍ୟୁସିସିବି ଅନ୍ତର୍ଜାତୀୟ ଓ ସ୍ଥାନୀୟ ଲିଙ୍କ୍‌ର ଖୋଳତାଡ଼ କରୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ଗୋଟିଏ ଓରାଙ୍ଗ୍‌ଉଟାନର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହୋଇଥିବାରୁ ଏଗୁଡ଼ିକୁ ବିଦେଶୀ ଜଙ୍ଗଲରୁ ଚୋରାଚାଲାଣ କରାଯାଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷେ ସୋମବାର ରାତିରେ ରଣକଠା ଜଙ୍ଗଲ ନିକଟ ରାସ୍ତାରେ ଏକ କଳାରଙ୍ଗର ଏସ୍‌ୟୁଭି ଗାଡ଼ି ସନ୍ଦିଗ୍ଧ ଭାବେ ବୁଲୁଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଗାଡ଼ିର ମାଲିକଙ୍କୁ ଚିହ୍ନଟ କରାଗଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି। ଅପରପକ୍ଷରେ ଏହି ଓରାଙ୍ଗ୍‌ଉଟାନଗୁଡ଼ିକୁ ଭାରତର ଏକ ଘରୋଇ ଚିଡ଼ିଆଖାନାକୁ ଚାଲାଣ କରାଯାଉଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

 

ଭୁବନେଶ୍ୱର/ଭୋଗରାଇ, ୧୦ା୯(ରବିନାରାୟଣ ଜେନା/ପ୍ରସନ୍ନଜିତ୍‌ ସାହୁ/ପ୍ରଦୀପ ଦାସ): ଓରାଙ୍ଗ୍‌ଉଟାନ ଭାରତୀୟ ଜଙ୍ଗଲରେ ଦେଖାଯାନ୍ତି ନାହିଁ। ଏଗୁଡ଼ିକ ମୁଖ୍ୟତଃ ଦକ୍ଷିଣ-ପୂର୍ବ ଏସିଆର ମାଲେସିଆ, ଇଣ୍ଡୋନେସିଆ, ବୋର୍ନିଓ ଏବଂ ସୁମାତ୍ରା ଦ୍ୱୀପର ଜଙ୍ଗଲରେ ଦେଖାଯାଇଥାନ୍ତି। ଉଦ୍ଧାର ହୋଇଥିବା ୫ଟିଯାକ ଶାବକ ଓରାଙ୍ଗ୍‌ଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇ ଏସି କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କ ମଧ୍ୟରେ ୩ଟି ଅଣ୍ଡିରା ଓ ୨ଟି ମାଈ। ସେମାନଙ୍କ ବୟସ ୬ ମାସରୁ ୧ ବର୍ଷ ମଧ୍ୟରେ ହୋଇଥିବାବେଳେ ଉଚ୍ଚତା ପ୍ରାୟ ୧ରୁ ୧.୫ ଫୁଟ। ବିଶେଷଜ୍ଞ ପ୍ରାଣୀ ଚିକିତ୍ସକ ଦଳ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ଏବଂ ଗୋଟିଏ ଓରାଙ୍ଗ୍‌ଉଟାନ ଟିକେ ଅସୁସ୍ଥ ଅଛି। କ୍ୱାରେଣ୍ଟାଇନ୍‌ରେ ଓରାଙ୍ଗ୍‌ଉଟାନ ପ୍ରାୟ ୨୧ରୁ ୩୦ ଦିନ ପର୍ଯ୍ୟନ୍ତ ରହିବେ। ସେଥିପାଇଁ କଠୋର ଜୈବ ସୁରକ୍ଷା, ପରିମଳ ଓ ସ୍ବଚ୍ଛତା ନିୟମାବଳୀ ପାଳନ ସହିତ ଉପଯୁକ୍ତ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବ୍ୟବହାର କରାଯାଉଛି ବୋଲି ମନ୍ତ୍ରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ଆନ୍ତଃରାଜ୍ୟ ତସ୍କରଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। ଏହାର ଛାନ୍‌ଭିନ ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ଏହାସହିତ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ସମ୍ପର୍କରେ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ଅନ୍ୟପକ୍ଷରେ କୌଣସି ଚିଡ଼ିଆଖାନାରୁ ଓରାଙ୍ଗ୍‌ଉଟାନ ଗାଏବ ଅଛନ୍ତି କି ନାହିଁ, ତାହା ଜାଣିବା ପାଇଁ ଓଡ଼ିଶା ଜଙ୍ଗଲ ବିଭାଗ ପକ୍ଷରୁ ଦେଶର ସମସ୍ତ ପ୍ରାଣୀଉଦ୍ୟାନକୁ ସୂଚନା ପଠାଯାଇଛି। ଏହାସହ ବିମାନବନ୍ଦର, ବନ୍ଦର, ରେଳଷ୍ଟେଶନର ସିସିଟିଭି ଏବଂ ଜଳପଥ ଚାଲାଣ ସନ୍ଦେହରେ କୋଷ୍ଟଗାର୍ଡ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ପୂର୍ବରୁ ୨୦୦୩ରେ ପୁଣେ ଚିଡ଼ିଆଖାନାରୁ ନନ୍ଦନକାନନକୁ ଏକ ମାଈ ଓରାଙ୍ଗ୍‌ଉଟାନ ଅଣା ଯାଇଥିଲା। ୨୦୧୯ରେ ୪୧ ବର୍ଷ ବୟସରେ ତା’ର (ବିନି) ମୃତ୍ୟୁ ପରଠାରୁ ନନ୍ଦନକାନନର ଓରାଙ୍ଗ୍‌ଉଟାନ ଏନ୍‌କ୍ଲୋଜର ଖାଲିପଡ଼ିଥିଲା। ଏହି ୫ ଓରାଙ୍ଗ୍‌ଉଟାନ୍‌୍‌ଙ୍କୁ ନନ୍ଦନକାନନରେ ରଖିବା ପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟି (ସିଜେଡ୍‌ଏ)କୁ ଅନୁମତି ମଗାଯାଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏସ୍‌ଟିଏଫ୍‌ ଆଇଜି ହିମାଂଶୁ ଲାଲଙ୍କ ନିର୍ଦ୍ଦେଶକ୍ରମେ ଜଣେ ଏସ୍‌ପି ପାହ୍ୟା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ବାଲେଶ୍ୱରରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏସ୍‌ଟିଏଫ୍‌ ଡିଆଇଜି କନଓ୍ବର ବିଶାଲ ସିଂଙ୍କ କହିବା ଅନୁଯାୟୀ, ସ୍ଥାନୀୟ ପ୍ରମାଣ ସଂଗ୍ରହ କରାଯିବା ସହ କେନ୍ଦ୍ରୀୟ ଜଙ୍ଗଲ ବିଭାଗ ସହିତ ଯୋଗାଯୋଗ କରାଯାଉଛି। ଏହାସହ ସନ୍ଦିଗ୍ଧ କଳା ଏସ୍‌ୟୁଭି ଗାଡ଼ି ସମ୍ପର୍କରେ ମଧ୍ୟ ଖୋଳତାଡ଼ ଚାଲିଛି।
ଡବ୍ଲ୍ୟୁସିସିବି ଗଠନ କଲା ୪ଜଣିଆ ତଦନ୍ତ ଟିମ୍‌
ବାଲେଶ୍ୱରରୁ ଉଦ୍ଧାର ୫ ଓରାଙ୍ଗ୍‌ଉଟାନ ମାମଲାରେ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଅପରାଧ ନେଟ୍‌ୱର୍କର ସମ୍ପୃକ୍ତି ନେଇ ଡବ୍ଲ୍ୟୁସିସିବି ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ନିର୍ଦ୍ଦେଶିକା ରୁଚିକା ରିଶି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉକ୍ତ ନିର୍ଦ୍ଦେଶନାମା ଅନୁଯାୟୀ, ଡବ୍ଲ୍ୟୁସିସିବିର ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମାମଲା ସମ୍ପର୍କିତ ଆବଶ୍ୟକ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବ। ଡବ୍ଲ୍ୟୁସିସିବିର ଆର୍‌ଡିଡି ଡା. ପାଟିଲ ସୁଯୋଗ ସୁଭାଷରାଓଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍‌ ଗଠନ ହୋଇଛି। ଏଥିରେ ଡା. କିଶୋର କୁମାର ଶର୍ମା, ଡବ୍ଲ୍ୟୁଏଲ୍‌ଆଇ-ଭୋପାଳ, କୌଶିକ ମଣ୍ଡଳ ଡବ୍ଲ୍ୟୁସିସିବି କୋଲକାତା-ଡବ୍ଲ୍ୟୁଏଲ୍‌ଆଇ ଏବଂ ମଳୟ ଦାସ-ଡବ୍ଲ୍ୟୁସିସିବି କୋଲକାତା ସଦସ୍ୟ ରହିଛନ୍ତି। ଏହି ଟିମ୍‌ ଓଡ଼ିଶା ବନ ବିଭାଗ ଏବଂ ଚାଲିଥିବା ଯୁଗ୍ମ ଟାସ୍କଫୋର୍ସର ତଦନ୍ତରେ ସମନ୍ବୟ କରିବ। ବିଶେଷକରି ଓରାଙ୍ଗ୍‌ଉଟାନ ଭଳି ବିଦେଶୀ ବନ୍ୟପ୍ରାଣୀଙ୍କ ଚୋରାଚାଲାଣ ସହ ଜଡ଼ିତ ଆପରାଧିକ ନେଟ୍‌ୱର୍କ, କାର୍ଯ୍ୟପ୍ରଣାଳୀ ଓ ଅନ୍ୟ ମାମଲା ସହ ସମ୍ଭାବ୍ୟ ସମ୍ପର୍କ ଉପରେ ତଦନ୍ତକାରୀ ଟିମ୍‌ ଗୁରୁତ୍ୱ ଦେବ। ମାମଲାର ଶୀଘ୍ର ନିଷ୍କର୍ଷ ଆଣିବାକୁ ଡବ୍ଲ୍ୟୁସିସିବି ନିର୍ଦ୍ଦେଶ ଦେଇଥିବା ପତ୍ରରେ କୁହାଯାଇଛି।
ଡିଜିଙ୍କ ହସ୍ତକ୍ଷେପ ଲୋଡ଼ିଲେ ପିସିସିଏଫ୍‌
ବହୁଚର୍ଚ୍ଚିତ ଓରାଙ୍ଗ୍‌ଉଟାନ ମାମଲାକୁ ନେଇ ବୁଧବାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ପ୍ରେମ କୁମାର ଝା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡିଛନ୍ତି। ପିସିସିଏଫ୍‌ ଝା ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି, ୫ ଓରାଙ୍ଗ୍‌ଉଟାନଙ୍କ ଚାଲାଣ ପଛରେ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ର଼୍ୟାକେଟ ଥିବା ସନ୍ଦେହ କରାଯାଉଛି। ଏସବୁକୁ ଦୃଷ୍ଟିରେ ରଖି ତୁରନ୍ତ ଉକ୍ତ ମାମଲାରେ ହସ୍ତକ୍ଷେପ କରି ଘଟଣାର ତଦନ୍ତ କରିବା ସହିତ ଏହା ପଛରେ କାହାର ପ୍ରଚ୍ଛନ୍ନ ହାତ ରହିଛି, ତାହାକୁ ଠାବ କରାଯାଉ। ଏ ଦିଗରେ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ। ଏହାସହିତ ଓ୍ବାଇଲ୍ଡଲାଇଫ କ୍ରାଇମ କଣ୍ଟ୍ରୋଲ ବୋର୍ଡ ଏବଂ ଅନ୍ୟାନ୍ୟ ବିଭାଗ ପକ୍ଷରୁ ମଧ୍ୟ ଅନୁସନ୍ଧାନ ଜାରି ରହିଛି। ଯଦି ଆବଶ୍ୟକ ପଡ଼େ ତେବେ ଯୁଗ୍ମ ଟାସ୍କ ଫୋର୍ସ ଅଧିକାରୀ ଡିସିଏଫ୍‌ ବିବେକ କୁମାରଙ୍କୁ ଯୋଗାଯୋଗ କରିବାକୁ ପିସିସିଏଫ୍‌ ଝା ପତ୍ରରେ ଦର୍ଶାଇଛନ୍ତି।
ସନ୍ଦେହରେ କଳା ଥାର୍‌

ଓରାଙ୍ଗଉଟାନ ଲିଙ୍କ୍‌ରେ ଗୋଟିଏ କଳା ଥାର୍‌ ସନ୍ଦେହ ଘେରକୁ ଆସିଛି। ସିସିଟିଭି ଫୁଟେଜ୍‌ ଅନୁସାରେ ସୋମବାର ଉକ୍ତ ଜଙ୍ଗଲ ରାସ୍ତାରେ ରାତି ପ୍ରାୟ ୧୧ ଟା ୨୫ ସମୟରେ କାର୍‌ ଯାଇଥିବା ବେଳେ ୧୧ ଟା ୪୦ ରେ ଫେରିଥିଲା। ଓରାଙ୍ଗଉଟାନ୍‌ ଉଦ୍ଧାର ହୋଇଥିବା ସ୍ଥାନଠାରୁ ପ୍ରାୟ ୫୦ ମିଟର ଦୂରରେ ଏକ ମୋଟା ଚକା ଚିହ୍ନ ପଡିଥିବା ଦେଖିବାକୁ ମିଳିଛି। ତେବେ ସେହି ଥାର୍‌ ଗାଡିରେ ଓରାଙ୍ଗଉଟାନ୍‌ ଚୋରା ଚାଲାଣ ହେଉଥିବା ସହ ଏଥିରେ ବନ ବିଭାଗର ସମ୍ପୃକ୍ତି ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜେଲେନସ୍କିଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ! ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି, ସୁରକ୍ଷାରେ ବଡ଼ ତ୍ରୁଟି

ଓସ୍ଲୋ: ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଖବର ସାମ୍ନାକୁ ଆସିଛି। ମୋଲଦୋଭାରୁ ନରୱେ ଯାଉଥିବା ସମୟରେ ତାଙ୍କ ବିମାନ…

ICC ଟି-୨୦ ରାଙ୍କିଙ୍ଗ୍‌ରେ ବୈଭବ ଚିତ୍‌ପଟାଙ୍ଗ, ଉପରକୁ ଉଠିଲେ ଏହି ଖେଳାଳି: ନାଁ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୦।୯: ଦୁଲୀପ ଟ୍ରଫି ଫାଇନାଲ ଖେଳୁଥିବା ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏହାପରେ ତୁରନ୍ତ ଦିଲ୍ଲୀରେ ଭାରତୀୟ ଦଳ ସହ ଯୋଗ ଦେବେ। ଦିଲ୍ଲୀର ଅରୁଣ…

୧୧,୯୩୩ ଛୁଇଁବ ଡାକ୍ତର ସଂଖ୍ୟା, ଖୁବ୍‌ଶୀଘ୍ର ୮୨୨ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ନିଯୁକ୍ତିପତ୍ର

ଭୁବନେଶ୍ୱର୧୦,ା୯(ରବିନାରାୟଣ ଜେନା): ରାଜ୍ୟରେ ରୋଗୀସେବାକୁ ତ୍ୱରାନ୍ୱିତ କରିବା ଦିଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତିର ନିହାତି ଆବଶ୍ୟକତା ରହିଛି। ଅନେକ ସମୟରେ ଡାକ୍ତରଙ୍କ ଅଭାବକୁ ନେଇ ବିରୋଧୀଙ୍କ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

ରାଜଯୋଗ ସହ ବଡ଼ ଗ୍ରହଙ୍କ ସଂଯୋଗ: ଆଜିଠୁ ମେଷ ସମେତ ୫ ରାଶିଙ୍କ ଉପରେ ବର୍ଷିବ ଧନ, ମିଳିବ ବଡ଼ ସଫଳତା

ଭୁବନେଶ୍ୱର: ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ୧୦ ତାରିଖ ଅନେକ ଶୁଭ ଯୋଗ-ସଂଯୋଗ ନେଇ ଆସୁଛି। ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଓ ଗୁରୁବାରର ଏହି…

ଏଆଇ ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ମହାବିପତ୍ତି ସୃଷ୍ଟି ହୋଇପାରେ

ନୂଆଦିଲ୍ଲୀ, ୧୦ା୯ (ପି.ଟି.): କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରର ପ୍ରମୁଖ ଗବେଷଣା ସଂସ୍ଥା ‘ଆନ୍ଥ୍ରୋପିକ୍‌’ର ଗବେଷକ ଜାକବ କୋକ୍ସନ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ‘ଓପନ୍‌ଏଆଇ’…

ଆଜି ଲଘୁଚାପ, ପ୍ରବଳ ବର୍ଷିବ: ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୧୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି।…

ଗତ ୫ ରାଜ୍ୟ ନିର୍ବାଚନରେ ଭାଜପାକୁ ମିଳିଛି ଏତେ କୋଟି: ସଂଖ୍ୟା ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୦ା୯: ଗତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଭାଜପାର କେନ୍ଦ୍ରୀୟ ମୁଖ୍ୟାଳୟ ପାଖାପାଖି ୧,୪୭୩ କୋଟି ଟଙ୍କା ଚାନ୍ଦା ପାଇଛି, ଯାହାକି କଂଗ୍ରେସର କେନ୍ଦ୍ରୀୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri