ସଂଯୋଗର ପଥ

ଏକଦା ବାଣିଜ୍ୟ ରାଜପଥଗୁଡ଼ିକ ଭାରତ ଦେଇ ଯାଇଥିଲା। ଏହାକୁ ଗୋଲ୍ଡେନ ରୋଡ୍‌, ହର୍ସ ରୋଡ୍‌, କଟନ୍‌ ରୋଡ୍‌ ଏବଂ ସ୍ପାଇସ୍‌ ରୋଡ୍‌ କୁହାଯାଉଥିଲା। ଏସବୁ ରାସ୍ତା ବିଶେଷକରି ପୂର୍ବ ଓ ପଶ୍ଚିମକୁ ସଂଯୋଗ କରୁଥିଲା। ଯଦି ୟୁରୋପ ଓ ଆମେରିକାକୁ ପଶ୍ଚିମ ଭାଗ (ପାଶ୍ଚାତ୍ୟ) ଭାବେ ଏବଂ ଚାଇନାକୁ ପୂର୍ବ ଭାଗ ଭାବେ ଦେଖିବା ତେବେ ଭାରତୀୟ ଉପମହାଦେଶ ପୃଥିବୀର ଠିକ୍‌ ମଝିରେ ରହିଥିଲା। ପୃଥିବୀ ବିଭିନ୍ନ ଦେଶରେ ବିଭକ୍ତ ହେବା ପରେ ଏହି ଉପମହାଦେଶକୁ ଏବେ କୁହାଯାଉଛି ଦକ୍ଷିଣ ଏସିଆ। ତେବେ ବିଭାଜିତ ଦେଶଗୁଡ଼ିକର ସୀମା ରହିଛି ଓ ବିନା ଭିଜା କିମ୍ବା ପାସ୍‌ପୋର୍ଟରେ ଏହି ସୀମାକୁ କେହି ଅତିକ୍ରମ କରିପାରିବେ ନାହିଁ। ଦକ୍ଷିଣ ଏସିଆରେ ଏବେ ଆଫଗାନିସ୍ତାନ ଓ ପାକିସ୍ତାନ ଅଛି, ଯଦିଓ ଉଭୟ ଦେଶ ନିଜକୁ ପଶ୍ଚିମ ଇସ୍‌ଲାମିକ ଓ କେନ୍ଦ୍ର ଏସିଆ ଭାବେ ନିଜକୁ ଦେଖିବାକୁ ପସନ୍ଦ କରୁଛନ୍ତି। ବର୍ମା (ଏବକାର ମ୍ୟାନ୍‌ମାର) ଏବଂ ତିବ୍ବତ, ଏପରିକି ଇରାନକୁ ବେଳେବେଳେ ଦକ୍ଷିଣ ଏସିଆର ଅଂଶ ଭାବେ ଦେଖାଯାଉଛି। ଏଭଳି ନାମକରଣ ପଦ୍ଧତି ରାଜନୈତିକ ଓ ଜଟିଳ ମଧ୍ୟ।
ପୂର୍ବ ଓ ପଶ୍ଚିମର ଦେଶଗୁଡ଼ିକ ମଧ୍ୟରେ ଆରମ୍ଭରୁ ଭାରତୀୟ ଉପମହାଦେଶ ଏକକ ସଂସ୍କୃତିର ଅଞ୍ଚଳ ଥିଲା। ପୂର୍ବରେ ଥିବା ଚାଇନା ସଭ୍ୟତାରେ ମୁଖ୍ୟତଃ ନିୟନ୍ତ୍ରିତ ଆବଦ୍ଧ ସହରଗୁଡ଼ିକ ରହିଥିଲା, ଯେଉଁଠି ସାଂସ୍କୃତିକ ବାସ୍ତବତା ଓ ଈଶ୍ୱର ବିଶ୍ୱାସ ମଧ୍ୟରେ ସମନ୍ବୟ ରହିଥିଲା। ପାଶ୍ଚାତ୍ୟ ସଂସ୍କୃତି ଈଶ୍ୱରଙ୍କ ସହ ସମ୍ପର୍କ, ବିନାଶର ଦିନ ଓ ଏକ ବୈଶ୍ୱିକ ସତ୍ୟ ସମ୍ପର୍କରେ କହୁଥିଲା। ଏହି ପୂର୍ବ ଓ ପଶ୍ଚିମ ମଧ୍ୟରେ ରହିଥିଲା ସିନ୍ଧୁ ନଦୀ ଅବବାହିକାରେ ଥିବା ଭାରତ। ଏହା ଥିଲା ବୁଦ୍ଧ ଓ ବ୍ରାହ୍ମଣଙ୍କ ଭୂମି, ଯେଉଁଠି ପୁନର୍ଜନ୍ମ ଓ ପ୍ରାରବ୍ଧର ଫଳ ଭୋଗ ଉପରେ ବିଶ୍ୱାସ ରହିଥିଲା। ଏହା ଥିଲା ଭାରତୀୟ ଉପମହାଦେଶର ସଭ୍ୟତା ଯାହା ଜୀବନକୁ କର୍ମର ଫଳ ଭାବେ ଦେଖିୁଥିଲା, ଯେଉଁଥିରେ ପାପ,ପୁଣ୍ୟ ଓ ମୋକ୍ଷ ବିଚାର ରହିଥିଲା। ଏଠାରେ ଅତୀତ ହିଁ ବର୍ତ୍ତମାନ ମାଧ୍ୟମ ଦେଇ ଭବିଷ୍ୟତ ସହ ସଂଯୋଜିତ ହୋଇଥାଏ। ଆରମ୍ଭ ( ଅନାଦି) ପୂର୍ବରୁ କିଛି ଥିଲା ଏବଂ ଶେଷ( ଅନନ୍ତ) ପରେ ମଧ୍ୟ କିଛି ଅଛି। ଏହି ପୁନର୍ଜନ୍ମ ଆଧାରିତ ବୈଶ୍ୱିକ ଦୃଷ୍ଟିକୋଣ ଉକ୍ତ ଅଞ୍ଚଳରେ ସ୍ବତନ୍ତ୍ର, ଯାହାକୁ ‘ସନାତନ’ କିମ୍ବା ‘ଧର୍ମୀୟ’ ବିଶ୍ୱାସ କୁହାଯାଇପାରେ।
ଭାରତର ଭୌଗୋଳିକ ସ୍ଥିତି ସ୍ବତନ୍ତ୍ର ଥିଲା, ଯେଉଁଥିରୁ ହିଁ ତାହାର ସ୍ବତନ୍ତ୍ର ବିଚାର ଆସିଥିଲା। ହେଲେ ଉପମହାଦେଶୀ ସଭ୍ୟତା ଏକ ଉପଦ୍ୱୀପରେ ସୃଷ୍ଟି ହୋଇଥିଲା। ଭୂଗର୍ଭର ଶିଳା ଚଳନ ଓ ଗଠନ ପ୍ରକ୍ରିୟାରେ ଭୂପୃଷ୍ଠରେ ଅନେକ ନଦୀ ଉପତ୍ୟକା ଅନେକ ପର୍ବତ ଦ୍ୱାରା ବିଭାଜିତ ହୋଇଥିଲା। ଏହି କ୍ରମରେ ଆଫ୍ରିକାର ଏକ ଅଂଶ ଯେତେବେଳେ ଏସିଆ ଭୂଖଣ୍ଡ ସହ ମିଶି ଏକ ନୂତନ ଉପଦ୍ୱୀପ ସୃଷ୍ଟି କରିଥିତ୍ଲା ଯେଉଁଠି ବିବିଧତାପୂର୍ଣ୍ଣ ତଥା ପରସ୍ପର ସହ ସମ୍ପର୍କ ଥିବା ଏକ ସଂସ୍କୃତି ଗଢ଼ିଉଠିଥିଲା। ବିବିଧ ଜନ ସମୁଦାୟର ମଧ୍ୟ ଉତ୍‌ଥାନ ହୋଇଥିଲା। ସେମାନଙ୍କ ମଧ୍ୟରେ ବାଣିଜ୍ୟ ପଥ ମାଧ୍ୟମରେ ସମ୍ପର୍କ ରହିଥିଲା। ଏହିିସବୁ ପଥ ନଦୀ ଓ ସମୁଦ୍ର ଏବଂ ପର୍ବତ ବାଟ ମଧ୍ୟ ଦେଇ ଯାଇଥିଲା। ତେବେ ସୃଷ୍ଟି ହୋଇଥିବା ବିରାଟକାୟ ଭୂଖଣ୍ଡର ଉପର ଭାଗରେ ପର୍ବତ ଓ ନିମ୍ନ ଦେଶରେ ସମୁଦ୍ର ରହିଥିଲା। ଏଣୁ ଭାରତ ଏହାର ଉପର ଭାଗରେ ରାସ୍ତା ମାଧ୍ୟମରେ ଏବଂ ନିମ୍ନ ଭାଗରେ ସମୁଦ୍ର ପଥରେ ଅନ୍ୟ ଭୂଖଣ୍ଡ ସହ ଯୋଗାଯୋଗ ରହିଥିଲା। ଏହି ପାହାଡ଼ିଆ ରାସ୍ତା ଶୀତଦିନେ ବନ୍ଦ ହୋଇଯାଏ ଏବଂ ଗ୍ରୀଷ୍ମରେ ତାହା ଖୋଲୁଥିଲା। ମୌସୁମୀ ପବନ ଉପରେ ସମୁଦ୍ର ପଥ ନିର୍ଭର କରୁଥିଲା, ଯାହା ବର୍ଷା ପୂର୍ବରୁ ଗ୍ରୀଷ୍ମରେ ଗୋଟିଏ ଦିଗକୁ ବହୁଥିଲା ବେଳେ ବର୍ଷା ପରେ ଶୀତଦିନରେ ଅନ୍ୟ ଏକ ଦିଗକୁ ବହେ। ଏଣୁ ଏହା ସହ ତାଳଦେଇ ବାଣିଜ୍ୟ ଚାଲୁଥିଲା।
ହିନ୍ଦୁ ପୁରାଣ ଅନୁଯାୟୀ ଭାରତର ଉତ୍ତରରେ ବରଫ ଆଚ୍ଛାଦିତ ପର୍ବତ ଥିଲା ତପସ୍ବୀ ଶିବ (ହର)ଙ୍କ ବାସସ୍ଥାନ। ସେ ଗୃହୀ ଭାବେ ରହିବା ଲାଗି ଦେବୀ (ଶକ୍ତି)ଙ୍କ ସହ ପର୍ବତରୁ ଗଙ୍ଗାର ସମତଳ ଉପତ୍ୟକା କାଶୀ ସହରକୁ ଓହ୍ଲାଇ ଆସିଥିଲେ। ତାଙ୍କର ୨ ପୁତ୍ର ଥିଲେ କାର୍ତ୍ତିକ ଓ ଗଣେଶ । କାର୍ତ୍ତିକ ତାଙ୍କ ବର୍ଚ୍ଛା ଦ୍ୱାରା ପାହାଡ଼କୁ କାଟି ଗିରିପଥ କରିଥିଲେ ଏବଂ ଗଣେଶ ହାତୀଙ୍କୁ ଚଲାଇ ସମତଳରେ ରାଜପଥ କରିଥିଲେ। ବିଷ୍ଣୁ( ହରି) ପୂର୍ବ, ପଶ୍ଚିମ ଓ ଦକ୍ଷିଣରେ ଥିବା ୩ ମହାସାଗରକୁ ଅଧିକାର କରିଥିଲେ। ବିଷ୍ଣୁ ମହାସାଗରରେ ବାସୁକି ଉପରେ ଶୟନ କରିଥିଲେ। ବିଷ୍ଣୁଙ୍କ ଦ୍ୱାରା ଦେବତାମାନେ କ୍ଷୀର ସାଗର ମନ୍ଥ କରିବା ଦ୍ୱାରା ଏଥିରୁ ଲକ୍ଷ୍ମୀ ବାହାରିଥିଲେ ଏବଂ ସମୁଦ୍ରର ସ୍ରୋତ ଓ ପବନର ଗତିପଥ ବଦଳିଗଲା, ଯାହାଦ୍ୱାରା ପୂର୍ବରୁ ପଶ୍ଚିମକୁ ବାଣିଜ୍ୟ ସମ୍ଭବ ହୋଇଥିଲା । ଆରବୀୟ ପୁରାଣ କହେ , ପୃଥିବୀର ପ୍ରଥମ ପୁରୁଷ ଆଦାମ୍‌ ଓ ମହିଳା ଇଭ୍‌ ଏଡେନ୍‌ ବଗିଚାରୁ ନିଷିଦ୍ଧ ଫଳ ଖାଇ ଈଶ୍ୱରଙ୍କ କଥା ଅବମାନକରିବା ପରେ ସେମାନଙ୍କୁ ଯେତେବେଳେ ବହିଷ୍କୃତ କରିଦିଆଗଲା ସେତେବେଳେ ଆଦାମ୍‌ ଶ୍ରୀଲଙ୍କାର ଆଦାମ୍‌ ଶୃଙ୍ଗରେ ପଡ଼ିଥିଲେ ଓ ଇଭ୍‌ ସମୁଦ୍ରରେ ଜେଦା ବନ୍ଦରରେ ପଡ଼ିଥିଲେ, ଯାହାର ମକା ସହର ସହ ଯୋଗାଯୋଗ ରହିଛି। ଆଦାମ୍‌ସ ବ୍ରିଜ୍‌ ପାରହୋଇ ଆଦାମ୍‌ ଭାରତରେ ପହଞ୍ଚିଥିଲେ। ତାଙ୍କୁ ଅପ୍ସରାଗଣ ପଥ ଦେଖାଇଥିଲେ ଓ ମୌସୁମୀ ପବନ ଜାଦେକୁ ଯାତ୍ରା କରିବାରେ ସାହାଯ୍ୟ କରିଥିଲା। ସମୁଦ୍ର ପଥରେ ଏହି ପବନ ଆରବୀୟ ବ୍ୟବସାୟୀ ଏବଂ ସେମାନଙ୍କ ଇସ୍‌ଲାମ ଧର୍ମକୁ ପୂର୍ବଦିଗରେ ଭାରତ ଉପକୂଳ ଏବଂ ଦକ୍ଷିଣପୂର୍ବ ଏସିଆର ଦ୍ୱୀପଗୁଡ଼ିକରେ ପହଞ୍ଚିବାରେ ସାହାଯ୍ୟ କରିଥିଲା।
ଚାଇନାର ଇତିହାସ ଅନୁଯାୟୀ, ଚାଇନାରୁ ସନ୍ନ୍ୟାସୀମାନେ ପଶ୍ଚିମ ଦିଗକୁ ଯାତ୍ରା କରି ଅଲ୍‌ଟାଇ, ଟିଆନ୍‌ ଶାନ୍‌, ପାମିର ଏବଂ ହିନ୍ଦୁକୁଶ ପର୍ବତ ଦେଇ ଟକ୍‌ଲାମାକନ ମରୁଭୂମି ପାରହୋଇ ବୌଦ୍ଧଧର୍ମ ଜ୍ଞାନ ଲାଭକରିବା ସକାଶେ ଭାରତରେ ପହଞ୍ଚିଥିଲେ। ସେମାନେ ହିମାଳୟ ଗିରିପଥ ଅତିକ୍ରମକରି ତିବ୍ବତ ଓ ରାଖାଇନ ପାହାଡ଼ ଦେଇ ଫେରିଥିଲେ। ଯେଉଁ ସନ୍ନ୍ୟାସୀମାନେ ଭାରତ ଆସିଥିଲେ ସେମାନଙ୍କ ମଧ୍ୟରେ ଜୁଆଙ୍ଗ୍‌ଜାଙ୍ଗ୍‌ ବେଶ୍‌ ଜଣାଶୁଣା। ସେ ଏକ ଅଲୌକିକି ଘୋଡ଼ା, ଘୁଷୁରି ଓ ମାଙ୍କଡ଼ ସହଯୋଗରେ ତାଙ୍କ ସହଯାତ୍ରୀଙ୍କ ସହ ଭାରତ ଆସିଥିଲେ। ପଞ୍ଚଦଶ ଶତାବ୍ଦୀରେ ରଚିତ ପୁସ୍ତକ ‘ଜର୍ନି ଟୁ ଦି ଓ୍ବେଷ୍ଟ’ରେ ଏସବୁ ଉଲ୍ଲେଖ ରହିଛି। କାମ୍ବୋଡିଆର ପାରମ୍ପରିକ କାହାଣୀଗୁଡ଼ିକ ଅନୁଯାୟୀ, ଭାରତର ଉପକୂଳରୁ ଜଣେ ସନ୍ନ୍ୟାସୀ ସମୁଦ୍ରପଥରେ ମୌସୁମୀ ପବନରେ ମାଲାକ୍କା ଷ୍ଟ୍ରେଟସ୍‌ ଦେଇ ମେକଙ୍ଗ୍‌ ଡେଲ୍‌ଟାରେ ପହଞ୍ଚିଥିଲେ। ସେ ସେଠାରେ ଜଣେ ନାଗା ରାଜକୁମାରୀଙ୍କୁ ଭେଟି ତାଙ୍କୁ ବିବାହ କରିଥିଲେ। ଶ୍ରୀଲଙ୍କାର ଇତିହାସ ଅନୁଯାୟୀ, ବିଜୟ ନାମକ ଜଣେ ବଣିକ ରାଜକୁମାର ଭାରତରୁ ସମୁଦ୍ର ପଥରେ ଯାତ୍ରାକରି ଶ୍ରୀଲଙ୍କାରେ ପହଞ୍ଚତ୍ ସେଠାକାର ରାଜକୁମାରୀ ୟାକ୍କାଙ୍କୁ ବିବାହ କରିଥିଲେ। ତାଙ୍କ ପୂର୍ବରୁ ବୁଦ୍ଧ ଶ୍ରୀଲଙ୍କା, ଥାଇଲାଣ୍ଡ ଓ ବର୍ମାକୁ ସମୁଦ୍ରପଥରେ ଯାତ୍ରା କରିଥିବା କେତେକ ସ୍ଥାନୀୟ ଲୋକକଥାରେ ବର୍ଣ୍ଣନା ରହିଛି।
ପୂର୍ବ ଓ ପଶ୍ଚିିମକୁ ସଂଯୋଗ କରୁଥିବା ପ୍ରମୁଖ ବାଣିଜ୍ୟ ରାଜପଥଗୁଡ଼ିକ ଭାରତ ବାଟ ଦେଇ ଯାଇଥିବାରୁ ଉପମହାଦେଶ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥିଲା। ଭାରତରୁ ଉତ୍ପାଦ ଏବଂ ବିଭିନ୍ନ ସିଦ୍ଧାନ୍ତ ବା ବିଚାର ଭାରତ ବାହାରକୁ ଯାଇଥିଲା ଏବଂ ବାହାରୁ ମଧ୍ୟ ଭାରତକୁ ଆସିଥିଲା। ପୂର୍ବରୁ ପଶ୍ଚିମକୁ ଏବଂ ପଶ୍ଚିମରୁ ପୂର୍ବକୁ ଭାରତ ବାଟ ଦେଇ ଏହା ହୋଇଥିଲା। ଏଭଳି ଆଦାନ ପ୍ରଦାନ ଭାରତକୁ ଏକ ଉନ୍ନତ ସଭ୍ୟତାରେ ପରିଣତ କରିଥିଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri