କାଲିଫର୍ନିଆରେ ଦୁଇଟି ଛୋଟ ବିମାନ ଦୁର୍ଘଟଣା ଗ୍ରସ୍ତ

କାଲିଫର୍ନିଆ,୧୯ ।୮: ଆମେରିକାର କାଲିଫର୍ନିଆରେ ଗୁରୁବାର ଦୁଇଟି ଛୋଟ ବିମାନ ଆକାଶ ମାର୍ଗରେ ପରସ୍ପର ସହ ପିଟି ହୋଇଯିବାରୁ ଦୁର୍ଘଟଣା ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଟୁଇନ ଇଞ୍ଜିନ ବାଲା ସେସନା ୩୪୦ ବିମାନ ଯେତେବେଳେ ବିମାନ ବନ୍ଦରରେ ଅବତରଣ ପାଇଁ ପ୍ରୟାସ କରୁଥିଲା ସେତେବେଳେ ଏହି ଦୁର୍ଘଟଣା ହୋଇଛି ।
ସ୍ଥାନୀୟ ଅଧିକାରୀ ଟୁଇଟ କରି ସୂଚନା ଦେଇଛନ୍ତି କି ଏହି ଘଟଣାରେ ଆଉ କେତେଜଣ ଲୋକଙ୍କ ମୃତ୍ୟୁ ହୋଇଥାଇପାରେ । କାରଣ ବିମାନଦୁଇଟିର ଭଗ୍ନାବଶେଷ ବିମାନ ବନ୍ଦର ନିକଟରେ ଥିବା ଏକ ପଡିଆରେ ପଡିଥିବା ଦେଖାଯାଇଥିବା ବେଳେ ଗୋଟିଏ ବିମାନର କିଛି ଅଂଶ ସଡ଼କ ଉପରକୁ ଚାଲିଯାଇଥିବା ବେଳେ ଆଉ ଏକ ବିମାନର କିଛି ଅଂଶ ନିକଟରେ ଥିବା ଏକ ଗୋଦାମ ମଧ୍ୟକୁ ପସି ଯାଇଥିବା ଦେଖାଯାଇଛି । ଏହାସହ ଦୁର୍ଘଟଣା ସ୍ଥଳରୁ ଧୂଆ ବାହାରୁ ଥିବାର ମଧ୍ୟ ଦେଖାଯାଇଛି । ସୋସିଆଲ ମିଡିଆରେ ଏହାର କିଛି ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଆମେରିକାର ନ୍ୟାଶନାଲ ଟ୍ରାନ୍ସପୋର୍ଟ ସେପ୍ଟି ବୋର୍ଡ ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରିଛି ।

Share