ଚାଷୀଙ୍କ ମୁଖରେ ଫୁଟିଲା ହସ: ଖରିଫ ପାଇଁ ଛଡ଼ାଗଲା ପାଣି

ଖଡ଼ିଆଳ,୧୫।୭(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳସ୍ଥିତ ତିଖାଳି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ସୋମବାର ଖରିଫ ଚାଷ ପାଇଁ କେନାଲ ଦ୍ବାରା ଜଳ ଛଡ଼ାଯାଇଛି।

ଫଳରେ ନୂଆପଡ଼ା ଏବଂ ବଲାଙ୍ଗୀର ଜିଲାର ୩୫ ହଜାର ୫ଶହ ୫୭ ଜଣ ଚାଷୀଙ୍କ ୨୯ ହଜାର ୯୦୦ ହେକ୍ଟର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପର ବାମ ଓ ଦକ୍ଷିଣ କେନାଲରେ ଜଳ ଛଡ଼ାଯାଇଛି। ଏହାଦ୍ୱାରା ବର୍ଷାଭାବରୁ ଦେଖାଯାଇଥିବା ସମସ୍ୟା ସମାଧାନ ହେବ ବୋଲି ଆଶା କରାଯାଉଛି।

ପାଣି ପଞ୍ଚାୟତ ଓ ବିଭାଗୀୟ ଅଧିକାରୀ ଯୋଗଦେଇ ପୂଜାର୍ଚ୍ଚନା ପରେ ୪ଗୋଟି ଗେଟ୍‌ ମଧ୍ୟରୁ ୨ ଓ ୩ ନମ୍ବର ଗେଟ୍‌ ଖୋଲାଯାଇଛି। ୨ ଗେଟ୍‌ରେ ୪୦କ୍ୟୁବିକ ଜଳ ନିଷ୍କାସନ ହେଉଥିବା ଜଣାପଡିଛି।

ଅଧୀକ୍ଷଣ ଯନ୍ତ୍ରୀ ବଙ୍ଗୋମୁଣ୍ଡା ସୂର୍ଯ୍ୟ କୁମାର ପାଣିଗ୍ରାହୀ, ଖଡ଼ିଆଳ ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆ, ସହକାରୀ ଯନ୍ତ୍ରୀ ସୌରଭ କୁମାର ଦାସ, ଡ୍ୟାମ୍‌ ସହକାରୀ ଯନ୍ତ୍ରୀ ହେମ କୁମାର ନାଏକ, ପାଣିପଞ୍ଚାୟତ ସଭାପତି ମଞ୍ଜେସ ମେହେର, ସମ୍ପାଦକ ମିଳନ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

୨୦୨୬ରେ ଅପ୍ରତ୍ୟାଶିତ ଧନ ପାଇବେ ୪ ରାଶି! ହେବେ କୋଟିପତି, ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ନୂଆ ବର୍ଷ ଆରମ୍ଭ ହେବା ପରେ ବୁଲଗେରିଆନ୍ ଭବିଷ୍ୟଜ୍ଞ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଭାଇରାଲ ହେଉଛି। ୨୦୨୫ ବର୍ଷ ପାଇଁ ସେ କରିଥିବା ଅନେକ ଭବିଷ୍ୟବାଣୀ ସତ୍ୟ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

୨୦୨୭ରେ ୩ଲକ୍ଷ ଛୁଇଁବ ସୁନା, ବଡ଼ ଭବିଷ୍ୟବାଣୀ କରିଦେଲେ…

ନୂଆଦିଲ୍ଲୀ,୨୯।୧: ଯଦି ଆପଣ ଭାବୁଛନ୍ତି ଯେ ସୁନା ଏବଂ ରୂପା ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ହେଉଛି, ତେବେ ଏକ କାନାଡିୟ ବ୍ୟାଙ୍କର ଏହି ନୂତନ ରିପୋର୍ଟ ଆପଣଙ୍କୁ…

ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri