ଗଞ୍ଜାମ,୨୯।୪(ବିଦ୍ୟାଧର ସାହୁ ): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ କାମରେ ବାହାରୁ ଆସୁଥିବା ଲୋକଙ୍କ ସୁବିଧା ନିମନ୍ତେ ଗଞ୍ଜାମ ଏନଏସି ପ୍ରଶାସନ ପକ୍ଷରୁ ତ୍ରିବେଣୀ ମଠ ଛକ,ଷ୍ଟେଟ ବ୍ୟାଙ୍କ ଛକ ଏବଂ ଦାମଦୋରପୁର ଯାତ୍ରୀ ବିଶ୍ରାମଗାର ଠାରେ ଜଳଛତ୍ର ଖୋଲାଯାଇଛି । ଏଥିସହ ପାଣି ବଣ୍ଟନ ଏନଏସି ପ୍ରଶାସନ ତିନୋଟି ଜାଗାରେ ତିନୋଟି ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଜଳଛତ୍ର ଏବେ ପ୍ରହସନ ପାଲଟିଥିବା ସହର ବୁଦ୍ଧିଜୀବି ମହଲା ଠାରେ ମତ ପ୍ରକାଶ ପାଇଛି । କିଛି ଜଳଛତ୍ର କେନ୍ଦ୍ର ଠାରେ କେହି ରହୁ ନ ଥିବା ଦେଖି ବାକୁ ମିଳୁଥିବା ବେଳେ ଆଉ କିଛି ଜଳଛତ୍ର ଠାରେ ପାଣି ରହୁ ନ ଥିବା ଦେଖିବାକୁ ମିଳିଛି। ଏନଏସି ପ୍ରଶାସନ ହଜାର ହଜାର ଟଙ୍କା ଜଳଛତ୍ର ପାଇଁ ଖର୍ଚ୍ଚ କରୁଥିବାବେଳେ ତାହା ଲୋକଙ୍କ କାମରେ ଆସୁ ନ ଥିବା ଅଭିଯୋଗ ହୋଇଛି। ଜଳଛତ୍ର ଖୋଲାଯିବା ପରେ ତାହାର ଫଟୋ ଉଠାଇ ମୁହଁରେ ତୁଣ୍ଡି ବାନ୍ଧି ବସିଛି ଏନଏସି ପ୍ରଶାସନ। ଏନଏସି କର୍ତ୍ତୃପକ୍ଷ ଏହାର ତଦାରଖ କରୁ ନଥିବା ଯୋଗୁ ଏହିଭଳି ସମସ୍ୟା ଉପୁଜୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l


