ପାଣି, ଟାୱାର ପାଇଁ ବିକ୍ଷୋଭ

ବାରିପଦା ଅଫିସ,୧୧।୨ ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଧୀନ ଚାନ୍ଦୁଆ ପଞ୍ଚାୟତର ଠାରୁଆସାହି ଓ କଖାରୁଆଶୋଳ ଗ୍ରାମବାସୀ ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି। ପାଣି ଦିଅ ଭୋଟ ନିଅ ଏବଂ ଟାୱାର ନାହିଁ ତ ଭୋଟ ନାହିଁ ବୋଲି ଅଭିନବ ଉପାୟରେ ଦାବି ଉପସ୍ଥାପନ କରିଛନ୍ତି। ବଞ୍ଚିବା ପାଇଁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ସହ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଲାଗି ଟାୱାର ସ୍ଥାପନ କରିବା ପରେ ଭୋଟ ଦେବୁ ବୋଲି କହିଛନ୍ତି। ଏନେଇ ଗ୍ରାମର ମହିଳାମାନେ ଗରା, ଡେକ୍‌ଚି ଓ କଳସୀ ଧରି ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଏହି ପଞ୍ଚାୟତର ୧୦ ନଂ. ୱାର୍ଡରେ ୫୩୯ ଓ ୧୧ ନଂ. ୱାର୍ଡରେ ୫୪୧ଜଣ ଭୋଟର ଅଛନ୍ତି। ୨ ଶହରୁ ଊର୍ଦ୍ଧ୍ୱ ପରିବାରର ମୋଟ ଜନସଂଖ୍ୟା ପ୍ରାୟ ୧୫ ଶହ। ଦୀର୍ଘଦିନ ଧରି ଗ୍ରାମରେ ଏକ ନଳକୂଅରୁ ନାଲି ଗୋଳିଆ ପାଣି ବାହାରୁଥିବାରୁ ପିଇବା ଅନୁପଯୋଗୀ ହୋଇଛି। ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଶୁଦ୍ଧ ପାନୀୟ ଜଳ ପାଇପାରୁ ନାହାନ୍ତି ଗ୍ରାମବାସୀ। ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଇ ପାସୋରି ଯାଉଥିବାରୁ ଏଥର ଆଗ ପାଣି ଦିଅ ପରେ ଭୋଟ ନିଅ ବୋଲି ଭୋଟର ବାସନ୍ତୀ ସୋରେନ, ଗୌରୀ ସିଂ, ମିନାକ୍ଷୀ ସିଂ ପ୍ରମୁଖ ଦାବି କରିଛନ୍ତି। ନଚେତ୍‌ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି କଖାରୁଶୋଳ ଗ୍ରାମର ୩ ଓ ୪ ନଂ. ୱାର୍ଡରେ ମୋବାଇଲ ଟାୱାର ନ ଥିବାରୁ ଗଁା ମୁଣ୍ଡରେ ପ୍ରତିବାଦ ସ୍ବରୂପ ‘ଟାୱାର ନାହିଁ ତ ଭୋଟ ନାହିଁ’ ବୋଲି ବୋର୍ଡ ମାରିଛନ୍ତି ଲୋକେ। ଉକ୍ତ ୱାର୍ଡରେ ମୋଟ ୭୬୦ ଭୋଟର ରହିଥିବା ବେଳେ ଅନେକ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଗ୍ରାମକୁ ନେଟ୍‌ଓ୍ବର୍କ ପାଉ ନ ଥିବାରୁ ଲୋକେ ମୋବାଇଲ ଯୋଗେ କଥାବାର୍ତ୍ତା ହୋଇପାରୁ ନାହାନ୍ତି। କରୋନା ମହାମାରୀ ସମୟରେ ଅନ୍‌ଲାଇନ ପାଠପଢ଼ା ପାଇଁ ନିକଟସ୍ଥ ଗ୍ରାମକୁ ଯାଇ ଶିକ୍ଷା ଗ୍ରହଣ କରିବାକୁ ପଡୁଛି ବୋଲି ଛାତ୍ର ଚନ୍ଦ୍ର ଟୁଡୁ, ବିଜୁ ଲୁହାରୀ, ଛାତ୍ରୀ ଶୁଭସ୍ମିତା ସୋରେନ ଓ ପ୍ରିୟା ହେମ୍ବ୍ରମ ପ୍ରକାଶ କରିଛନ୍ତି। ଏହିସବୁ ସମସ୍ୟାର ସମାଧାନ କରା ନ ଗଲେ ଜନଅସନ୍ତୋଷ ତୀବ୍ର ରୂପ ଧାରଣ କରିବ ବୋଲି ଗ୍ରାମବାସୀ କଡ଼ା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ବରଗଡ଼ରେ ବିଗୁଡୁଛି ଆଇନ ଶୃଙ୍ଖଳା: ତାତିଲା ଓକିଲ ସଂଘ,ଏସ୍‌ପିଙ୍କ ବଦଳି ଦାବିରେ…

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହେଉଛି। ବିଚ୍‌ରାସ୍ତା ଉପରେ ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଏଭଳି…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

ବଡ ନିର୍ଦେଶ ଦେଲେ ଓଡିଶା ହାଇକୋର୍ଟ, ପେଣ୍ଡିଂ ଚାଲାଣ କାଟିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୦।୨: ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri