୭ ମାସ ହେଲା ଜଳ ଯୋଗାଣ ବନ୍ଦ: ଦୂଷିତ ପାଣି ବ୍ୟବହାର କରୁଛନ୍ତି ବେଣାଗାଡ଼ିଆବାସୀ

ଖଣ୍ଡପଡ଼ା,୩ା୧୧(ସ୍ବ.ପ୍ର.): ବିଦ୍ୟୁତ୍‌ ବକେୟା ବିଲ ୧୦ଲକ୍ଷରୁ ଊର୍ଦ୍ଧ୍ୱ। ତା’ସାଙ୍ଗକୁ ବିଦ୍ୟୁତ ଟ୍ରାନ୍ସଫର୍ମରଟି ପୋଡ଼ି ଯିବାର ୬ ମାସରୁ ଅଧିକ ହେଲାଣି । ଗ୍ରାମବାସୀ ୭ ମାସ ହେଲା ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଫଳରେ ଅଞ୍ଚଳବାସୀ ବିଭିନ୍ନ ଜଳ ଉତ୍ସର ପାଣି ବ୍ୟବହାର କରି ନାନା ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି । ଏହି ସମସ୍ୟା ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ବେଣାଗାଡ଼ିଆ ପଞ୍ଚାୟତ ବେଣାଗାଡ଼ିଆ ଗ୍ରାମର ୪ ୱାର୍ଡ ବାସିନ୍ଦାଙ୍କୁ ଚିନ୍ତାରେ ପକାଇଛି । ଲୋକେ ନିକଟସ୍ଥ ନଦୀ, କୂଅ ଓ ପୋଖରୀର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ଗ୍ରାମରେ ଥିବା ନଳକୂପର ପାଣି ଫ୍ଲୋରାଇଡ ଯୁକ୍ତ ହୋଇଥିବାରୁ ସେହି ପାଣିକୁ ବ୍ୟବହାର କରି ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ କହିଛନ୍ତି ।

ସୂଚନା ଅନୁଯାୟୀ, ୨୪ଟି ୱାର୍ଡ଼ ତଥା ୭ ମୌଜାକୁ ନେଇ ଗଠିତ ବେଣାଗାଡ଼ିଆ ପଞ୍ଚାୟତ । କେବଳ ବେଣାଗାଡ଼ିଆ ଗ୍ରାମର ୧,୨,୩ ଓ ୪ନଂ. ୱାର୍ଡର ପ୍ରାୟ ୨ ହଜାର ଲୋକମାନଙ୍କ ପାଇଁ ନିର୍ମାଣ କରାଯାଇଥିଲା ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ହେଲେ ଗତ ୬ ମାସ ହେବ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ପୋଡ଼ି ଯିବାରୁ ସେହି ପ୍ରକଳ୍ପ ଅଚଳ ହୋଇପଡିଛି । ଅପରପକ୍ଷେ ବେଣାଗାଡ଼ିଆ ପଞ୍ଚାୟତ ଅଧୀନରେ ଥିବା ୫ ଜଳ ଯୋଗାଣ ପ୍ରକଳ୍ପର ବିଦ୍ୟୁତ୍‌ ବକେୟା ବିଲ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ରହିଛି । ଏ ସଂକ୍ରାନ୍ତରେ ବେଣାଗାଡିଆ ସରପଞ୍ଚ ବଳରାମ ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରେ ୧ଲକ୍ଷ ୨୦ ହଜାର ଟଙ୍କା ଡିପୋଜିଟ ହୋଇଥିବା ସୂଚନା ଦେଇଥିଲୋ

ତେବେ ସମ୍ପୂର୍ଣ୍ଣ ବିଲ ପଞ୍ଚାୟତ ପକ୍ଷରୁ ପଇଠ ହୋଇ ନ ଥିବାରୁ ଏହି ସମସ୍ୟା ଲାଗି ରହିଛି । ସମୂହ ସ୍ବାର୍ଥକୁ ଦୃଷ୍ଟିରେ ରଖି ପମ୍ପ ହାଉସକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛିା ଅନ୍ୟ କୌଣସି କାରଣ ଯୋଗୁ ପାନୀୟ ଜଳପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନାହିଁ ବୋଲି ଖଣ୍ଡପଡ଼ା ବିଦ୍ୟୁତ ଉପଖଣ୍ଡ ସହକାରୀ ଯନ୍ତ୍ରୀ ଇଂ. ଅନୀଲ କୁମାର ସାହୁ ସୂଚନା ଦେଇଛନ୍ତି । ଅପରପକ୍ଷେ ଖୁବ୍‌ଶୀଘ୍ର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇ ସମସ୍ୟାର ସମାଧାନ ହେବ ବୋଲି ସରପଞ୍ଚ ବଳରାମ ମଲ୍ଲିକ ପ୍ରକାଶ କରିଛନ୍ତି । ତୁରନ୍ତ ଜଳ ଯୋଗାଣର ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?