ପାହାଡ଼ିଆ ଅଞ୍ଚଳରେ ସୁଧୁରିବ ଜଳ ସମସ୍ୟା

ଖଇରା, ୪।୬-ବାଲେଶ୍ୱର ଜିଲା ଖଇରା ବ୍ଲକର ଉପାନ୍ତ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ଖୁସି ଖବର ା ଖୁବଶୀଘ୍ର ବର୍ଷ ବର୍ଷ ଧରି ଭୋଗୁଥିବା ପାନୀୟଜଳ ସମସ୍ୟାର ସମାଧାନ ହେବାକୁ ଯାଉଛି। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଖଇରା ବ୍ଲକ କୁପାରୀ ଜୋନର ବାଉଁଶଗଡିଆ, ରଟିଣା, ହରିପୁର, ଗଡପୋଖରୀ, କଇଥଗଡିଆ, କୁପାରୀ, ବର୍ତ୍ତନା ପଞ୍ଚାୟତଗୁଡିକୁ ବିଶୁଦ୍ଧ ପାନୀୟ ଜଳ ମିଳିବ ବୋଲି ଜାଣିବା ପରେ ସାହିବାସିନ୍ଦାଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି ା
୫୫କୋଟି ଟଙ୍କା ବ୍ୟୟରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ହେବା ନେଇ ଚିଠି ପହଞ୍ଚିବା ପରେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଟିମ୍‌ ଜଳର ଉତ୍ସ କୁହାଯାଉଥିବା ହଦଗଡ ଜଳଭଣ୍ଡାର ସଂଲଗ୍ନ କେନ୍ଦୁଝର ରାଇଘାଟି ଅଞ୍ଚଳ ବୁଲି ପ୍ରକଳ୍ପ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ୭ ପଞ୍ଚାୟତବାସୀ ଖୁସି ବ୍ୟକ୍ତ କରିଛନ୍ତି ା ସେ ବିଧାୟକ ଭାବେ ଜିତିବା ପରଠାରୁ ଏହି ପଞ୍ଚାୟତଗୁଡିକର ଜଳ ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଜାରି ରଖିଥିଲେ। ପାହାଡିଆ ଅଞ୍ଚଳରେ ଜଳାଭାବ ଏବଂ ଅଧିକାଂଶ ସ୍ଥାନରେ ଦୂଷିତ ଜଳ ନିର୍ଗତ ହେଉଥିବାରୁ ହଦଗଡ ଜଳଭଣ୍ଡାରରୁ ପାଇପ ଯୋଗେ ଜଳ ଉଠାଯାଇ ଏହାକୁ ବିଶୋଧନ କରି ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ ା ୪୦ହଜାର ଗ୍ରାମବାସୀ ଏହାଦ୍ୱାରା ଉପକୃତ ହେବେ। ଏହି ସ୍ବତନ୍ତ୍ର ମେଗା ପ୍ରକଳ୍ପ(ଇନଟେକ ୱେଲ) ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ପ୍ରକଳ୍ପ ହେଲେ ପ୍ରତ୍ୟେକ ପରିବାର ଦୈନିକ ୭୦ଲିଟର ପାଇବାକୁ ସକ୍ଷମ ହେବେ ା ବାଉଁଶଗଡିଆରୁ ୭କି.ମି. ଦୂରତାରେ ଥିବା ଏହି ହଦଗଡ ଜଳଭଣ୍ଡାରରୁ ପାଇପ ବିଛା ଓ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଅନ୍ୟୁନ ୨ବର୍ଷ ଲାଗିବ ବୋଲି ପାନୀୟ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ସମୀର ରଞ୍ଜନ ଦେ କହିଛନ୍ତି ା ଦୀର୍ଘଦିନ ଧରି ଲାଗି ରହିଥିବା ଏହି ସମସ୍ୟା ସମାଧାନ ହୋଇପାରିବ ବୋଲି ବରପଦା ଗ୍ରାମର ଶଶିକାନ୍ତ ଦାସ, କୁପାରୀ ଗ୍ରାମର ସୁରେନ୍ଦ୍ର ପଣ୍ଡା କହିଛନ୍ତି ା ପରିଦର୍ଶନ ସମୟରେ ବିଡିଓ ପର୍ଶୁରାମ ପଣ୍ଡା, ଅତିରିକ୍ତ ତହସିଲଦାର ଗଦାଧର ସେଠୀ, ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ, ବାଉଁଶଗଡିଆ ସରପଞ୍ଚ ବିଷ୍ଣୁପଦ ଘଡେଇ ଓ ଜଳ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ ତପସ୍ବିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri