ଶ୍ରେଣୀ ଗୃହରେ ପଶିଲା ପାଣି

ଏମ. ରାମପୁର,୧।୮(ଶଶିଭୂଷଣ ପ୍ରହରାଜ ): କଳାହାଣ୍ଡି ଜ଼ିଲାର ସବୁଠୁ ପୁରୁଣା ନୋଡାଲ ୟୁପି ସ୍କୁଲ ପରିସରରେ ବର୍ଷା ପାଣି ପଶିଛି। ସ୍କୁଲ ଖାଲୁଆ ସ୍ଥାନରେ ଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇପାରି ନାହିଁ। ସ୍ଥାନ ଅଭାବ ହେତୁ କ୍ଲାସ ପରିଚାଳନା ବାଧା ପ୍ରାପ୍ତ ହେଉଛି। ବିଦ୍ୟାଳୟରେ ଆଠଟି ଶ୍ରେଣୀ ପାଇଁ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ଏଠାରେ ତିନିଶହ ଚାରିଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ବର୍ଷା ହେଲେ ବାରଣ୍ଡା ସହିତ ଅଧିକାଂଶ ଶ୍ରେଣୀ ଗୃହରେ ଦୀର୍ଘ ସମୟ ପର୍ଯନ୍ତ ପାଣି ଜମିରହୁଛି। ସେହି ପାଣି ମଧ୍ୟରେ ବାଧ୍ୟବଧକତାରେ ଶିକ୍ଷା ଦାନ ଚାଲୁଛି।